spot_img

Latest Posts

୨୦୨୨ ବେଳକୁ ଦେଖାଦେବ ସିରିଞ୍ଜ ସମସ୍ୟା, ଚେତାବନୀ ଦେଲା WHO

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୂରେଇବା ପାଇ ସାରା ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଅନେକ ସମୟରେ ଟିକା ଅଭାବ ଭଳି ସମସ୍ୟା ମଧ୍ୟ ଦେଖାଦେଇଥିବା ବେଳେ ସମସ୍ୟା ଦୂର ମଧ୍ୟ ହୋଇଛି। ଏହାମଧ୍ୟରେ ଦେଖାଦେଇଛି ସିରିଞ୍ଜ ସମସ୍ୟା । ଖାଲି ଏତିକି ନୁହେଁ ଆସନ୍ତା ବର୍ଷ ବିଶ୍ୱରେ ବ୍ୟାପକ ସିରିଞ୍ଜ ଅଭାବ ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତାବର୍ଷ ବିଶ୍ୱରେ ପ୍ରାୟ ୨୦୦ କୋଟି ସିରିଞ୍ଜ ଆବଶ୍ୟକତା ଥିବା ବେଳେ, ସେହି ପରିମାଣର ସିରିଞ୍ଜ ଉତ୍ପାଦିତ ହେବାର ସମ୍ଭାବନା ନାହିଁ ବୋଲି ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହା ଯୋଗୁ ଟିକା ଦାନ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହେବ ବୋଲି କହିଛି WHO । ସଂଗଠନର ବରିଷ୍ଠ ପରାମର୍ଶଦାତା ଲିସା ହେଡମ୍ୟାନ କହିଛନ୍ତି- ବିଶ୍ୱରେ ଟିକା ଉତ୍ପାଦନ ପ୍ରକ୍ରିୟା ବଢିଥିବାବେଳେ ସେହି ଅନୁପାତରେ ସିରିଞ୍ଜ ଉତ୍ପାଦନ ବଢିନାହିଁ । ଟିକା ଅନୁସାରେ ସିରିଞ୍ଜ ଉତ୍ପାଦନ ମଧ୍ୟ ବଢାଇବା ଦରକାର ବୋଲି ସେ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୭୨୫ କୋଟି କୋଭିଡ ଟିକା ଦିଆଗଲାଣି । ଜନସଂଖ୍ୟା ବଢିବା ସହ କୋଭିଡ ଡୋଜ ବଢୁଥିବା ବେଳେ ସେହି ଅନୁପାତରେ ସିରିଞ୍ଜ ସଂଖ୍ୟା ମଧ୍ୟ ବଢିବ । ପୁଣି ପିଲାଙ୍କୁ ଟିକାଦାନ ପ୍ରକ୍ରିୟା ଚାଲିଥିବାରୁ ସିରିଞ୍ଜର ବ୍ୟାପକ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଯଦି ଟିକାଦାନ ଲାଗି ଉନ୍ନତମାନର ସିରିଞ୍ଜର ଅଭାବ ରୁହେ ତେବେ ଅଣନିରାପଦ ସିରିଞ୍ଜ ବ୍ୟବହାର କରାଯିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ରପ୍ତାନୀ ଉପରେ କଟକଣା ଜାରି ହେଲେ ଆଗକୁ ଆହୁରି ବଡ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।

Latest Posts

Don't Miss