spot_img

Latest Posts

WHOର ଚେତାବନୀ : ବହୁଦିନ ଧରି ରହିପାରେ କରୋନା ଭାଇରସ !

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସମସ୍ତେ ଚିନ୍ତାରେ  । କେମିତି ଏହି ଭାଇରସରୁ ମୁକ୍ତି ମିଳିପାରିବ ସେଇ ସମସ୍ତେ ପ୍ରୟାସ କରିଚାଲିଛନ୍ତି । କେବଳ ସେତିକ ନୁହେଁ ଏହାର ଟୀକା ପ୍ରସ୍ତୁତି ଚାଲିଥିବା ବେଳେ ଏହାର ସଫଳ ପରୀକ୍ଷଣ ହୋଇପାରୁନି । ସବୁଦେଶ ଏବେ ଟୀକା ପ୍ରସ୍ତୁତି ପାଇଁ ଲାଗିପଡ଼ିଥିଲେ ବି କାହାକୁ ମିଳୁନି ସଫଳତା । ତେବେ ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଶୀର୍ଷ ସ୍ୱାସ୍ଥ୍ୟ ଅଧିକରୀ ଚେତାବନୀ ଦେଇ କହିଛନ୍ତି ଯେ, କୋଭିଡ଼-୧୯ ଆମ ପାଖରେ ଦୀର୍ଘ ସମୟ ଧରି ରହିବ ଏହା ବି ହୋଇପାରେ ଯେ, ଭାଇରସ୍ କେବେ ବି ଆମଠୁ ଦୂରକୁ ଯିବ ନାହିଁ ।

କରୋନା ଭାଇରସ୍ ସହ ଲଢେଇ ବହୁ ଲମ୍ବା ସମୟର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ସମ୍ଭବ ହୋଇପାରେ ଯେ, କରୋନ ଭାଇରସ୍ ଆମ ସହିତ ହିଁ ରହିବ । ଗଣମାଧ୍ୟକୁ ଡାକ୍ତର ମାଇକେଲ ରେୟାନ କହିଛନ୍ତି ଯେ, ଏମିତି ବି ହୋଇପାରେ ଯେ, ଏହି ଭାଇରସ୍ କେବେ ଦୂରକୁ ନଯାଇ ପାରେ । କାରଣ ଟୀକା ବିନା ଲୋକଙ୍କୁ ନିଜ ଠାରେ ଇମ୍ୟୁନିଟି ବଢାଇବାକୁ ବର୍ଷ ବର୍ଷ ଲାଗିଯାଇପାରେ । ଏହା ସହ ଡାକ୍ତର କହିଛନ୍ତି ଯେ, HIV ସଂକ୍ରମଣ ଭଳି କରୋନା ଭୂତାଣୁ ମଧ୍ୟ ସବୁ ଦିନ ପାଇଁ ରହିପାରେ । ଏହି ଭୂତାଣୁ କେବେ ବି ଆଉ ଯାଇନପାରେ । ଆଗାମି ଦିନରେ ଏହି ଭୂତାଣୁ ଅନ୍ୟ ଭୂତାଣୁ ଭଳି ସ୍ଥିର ହୋଇ ରହିପାରେ । ଏଭଳି ବି ହୋଇପାରେ ସବୁ ଦିନ ପାଇଁ ଏହି ଭୂତାଣୁ ବିଶ୍ୱରେ ରହିପାରେ । ତେବେ ବର୍ତ୍ତମାନ ସ୍ଥିତିରେ କରୋନାର ମୁକାବିଲା କରିବା ପାଇଁ ଲକଡାଉନ ହିଁ ଏକ ମାତ୍ର ବିକଳ୍ପ ଅଟେ । ଲକଡାଉନ କଡାକଡି ହେଲେ କରୋନାର ମୁକାବିଲା କରାଯାଇପାରିବ । କାରଣ ଏ ପର୍ଯ୍ୟନ୍ତ ଏହି ମହାମାରୀ ଭୂତାଣୁର କୈାଣସି ଭେକସିନ ଆସିନାହିଁ । ଭେକସିନ ପାଇଁ ବଡ ବଡ ଦେଶର ବୈଜ୍ଞାନିକ ଓ ଗବେଷଣା କେନ୍ଦ୍ର ପ୍ରୟାସ ଜାରି ରଖିଛନ୍ତି ।

ଦାରିଦ୍ର୍ୟ ବଢୁଛି

ଏହା ମଧ୍ୟରେ ମିଳିତ ଜାତିସଂଘ  ପୂର୍ବାନୁମାନ ଲଗାଇଛନ୍ତି ଯେ, କରୋନା ଭାଇରସ୍ ମହାମାରୀ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏହି ବର୍ଷ ୩.୨ପ୍ରତିଶତ ହ୍ରାସ କରିପାରେ । ଯାହା ୧୯୩୦ର ଦଶକ ପରେ ସବୁଠୁ ଖରାବ ଅର୍ଥନୈତିକ ଅବନତୀ ହେବ । ମିଳିତ ଜାତିସଂଘର ମଧ୍ୟବର୍ଷୀୟ ରିପୋର୍ଟକୁ ବୁଧବାରଦିନ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ, କୋଭିଡସ-୧୯ କାରଣରୁ ବିଶ୍ୱ ଆର୍ଥିକ ଉତ୍ପାଦନରେ ପାଖାପାଖି ୮.୫ ଟ୍ରିଲିୟନ ଡଲାରର ଅଭାବ ହେବାର ଆଶଙ୍କା ରହିଛି । ତେବେ ଜାତିସଂଘ ରିପୋର୍ଟ ଅନୁସାରେ ୨୦୩୦ ପର୍ଯ୍ୟନ୍ତ ୧୩କୋଟି ଲୋକ ଅତି ଗରିବ ତାଲିକାରେ ସାମିଲ ହେବେ ।

ସତର୍କ କଲେ ବୈଜ୍ଞାନିକମାନେ

ଏହା ପୂର୍ବରୁ ବହୁ ବୈଜ୍ଞାନିକ ସତର୍କ କରାଇ କହିଛନ୍ତି ଯେ, କରୋନା ଭାଇରସ ତାହାର ଆକର ବଦଳାଇ ଆହୁରୀ ଭୟଙ୍ଗର ହେଉଛି । ବୈଜ୍ଞାନିକ ମାନେ ଏହାକୁ ନେଇ ଡରୁଛନ୍ତି ଯେ କରୋନାର ଏହି ରୂପ ପୂର୍ବ ଅପେକ୍ଷା ଅଧିକ ସଂକ୍ରମକ ହୋଇପାରେ । ଆମେରିକାର ଲସ୍ ଆଲମସ ନେସନାଲ ଲାବ୍ରୋଟୋରି ବୈଜ୍ଞାନିକମାନେ ଏକ ନୂଆ ଅଧ୍ୟୟନରେ ଏହାର ସ୍ପଷ୍ଟି କରଣ ଦେଇଛନ୍ତି ।

ଅନୁସନ୍ଧାନକାରୀ ଲେଖିଛନ୍ତି ଯେ, କରୋନାର ନୂଆ ରୂପ ପ୍ରଥମେ ଫେବ୍ରୁଆରୀରେ ୟୁରୋପରେ ଦେଖା ଯାଇଥିଲା, ଯାହା ବହୁତ ଜଲଦି ଆମେରିକା ଏବଂ ପରେ ପୂରା ବିଶ୍ୱକୁ ବ୍ୟାପିବାରେ ସଫଳ ହେଲା । ରିପୋର୍ଟରେ ଆଉ ଏକ ସତର୍କତା ମଧ୍ୟ ଦିଆଯାଇଛି ଯେ, ଏହା ଏତେ ମାତ୍ରାରେ ବ୍ୟପିବା ପରେ ଏହାର ପ୍ରକୋପ ଏତେ ବଢିଯାଇଛି ଯେ, ଏହା ଜଣେ ବ୍ୟକ୍ତିଙ୍କୁ ବହୁତ ଦୂର୍ବଳ କରିଦେବ ଫଳରେ ବ୍ୟକ୍ତିଟି ସୁସ୍ଥ ହେଲେ ମଧ୍ୟ ତାଙ୍କୁ ପୁଣି ଥରେ ସଂକ୍ରମଣ ହେବାର ଆଶଙ୍କା ଅଛି ।

Latest Posts

Don't Miss