କଫ୍ ସିରପ୍ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ, ସତର୍କ କରାଇଲା WHO

1 min read

ନୂଆଦିଲ୍ଲୀ: ଥଣ୍ତା, ଜ୍ୱର ଓ କଫ ପାଇଁ ହରିୟାଣାରେ ମେଡେନ ଫାର୍ମାସ୍ୟୁଟିକାଲ ତରଫରୁ ପ୍ରସ୍ତୁତ ୪ଟି କଫ୍ ସିରପ ବ୍ୟବହାର ନ କରିବାକୁ ସତର୍କ କରାଇଲା WHO । ଏହି ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଭାରତ ସମେତ ସବୁ ଦେଶକୁ ସତର୍କତା ଜାରି କରିଛି WHO । ଲ୍ୟାବରାଟୋରୀରେ ଏହି ସିରପ ପରୀକ୍ଷା ପରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଆଲକୋହଲ ମାତ୍ରା ଥିବା ସ୍ପଷ୍ଟ ହୋଇଛି । ଏହା କିଡନୀକୁ ପ୍ରଭାବିତ କରୁଛି ଓ ବ୍ୟବହାର ନ କରିବାକୁ ଆଡଭାଇଜରି ଜାରି କରିଛି WHO ।