ଉହାନରେ WHO ଟିମ୍, କରିବେ କରୋନାର ଉତ୍ପତ୍ତି ନେଇ ସନ୍ଧାନ
1 min readନୂଆଦିଲ୍ଲୀ: କରୋନା ମହାମାରୀର ଉତ୍ପତ୍ତି ନେଇ ସନ୍ଧାନ କରିବାକୁ ଚୀନର ଉହାନରେ ପହଞ୍ଚିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ୍ୟଏଚଓ)ର ବିଶେଷଜ୍ଞ ଟିମ୍ । ବିଶ୍ବବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍ର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଏହି ଟିମ୍ ଗବେଷଣା କରିବେ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମ୍ ଉହାନରେ ପହଞ୍ଚିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ୨ ସପ୍ତାହ ପାଇଁ ବିଶେଷଜ୍ଞ ଟିମ୍ କ୍ବାରେଣ୍ଟାଇନରେ ରହିବେ ବୋଳି ସୂଚନା ମିଳିଛି।
A World Health Organization (WHO) team of 10 international experts that will investigate the origins of #COVID19 pandemic, arrives in Wuhan, China.
(Source: Reuters) pic.twitter.com/Rm0Yc77I0p
— ANI (@ANI) January 14, 2021
ତେବେ ଗତ ମଙ୍ଗଳବାର ଦିନ ଚୀନ୍ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ WHOର ବିଶେଷଜ୍ଞ ଟିମ୍ କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ କରିବା ଲାଗି ଉହାନ ଗସ୍ତ କରିବେ ।
ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଓୋ ଲିଜିଆନ୍ କହିଥିଲେ ଯେ ଗୁରୁବାର ଦିନ WHO ବିଶେଷଜ୍ଞ ଟିମ୍ ଉହାନରେ ପହଞ୍ଚିବେ । ତେବେ ଏନେଇ ଅଧିକ ସୂଚନା ଦିଆଯାଇନଥିଲା ।
୨୦୧୯ ମସିହା ଡିସେମ୍ବର ମାସରେ ଚୀନର ଉହାନ ସହରରେ ପ୍ରଥମେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ପରେ ଏହି ସଂକ୍ରମଣ ସାରା ବିଶ୍ବକୁ ବ୍ୟାପିଥିଲା । ଏବେ ସୁଦ୍ଧା ବିଶ୍ବରେ ପ୍ରାୟ ୧୦ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୦ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି।