spot_img

Latest Posts

ମୁହଁ ଖୋଲିଲା ଭାରତ ବାୟୋଟେକ୍‌, କହିଲା ନିଲମ୍ବନର ପ୍ରଭାବ ପଡ଼ିବନି

ହାଇଦ୍ରାବାଦ: ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ ରବିବାର ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛିଯେ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଭାରତୀୟ କୋଭିଡ-୧୯ ଟିକା କୋଭାକ୍ସିନର ଯୋଗାଣ ନିଲମ୍ବନ କରିଥିଲେ ମଧ୍ୟ ନିଲମ୍ବନର ପ୍ରଭାବ ଟିକା ଉପରେ ପଡିବନି  ।  ତାଙ୍କ କହିବା ହେଉଛି ଲକ୍ଷ ଲକ୍ଷ ଲୋକ ନେଇଥିବା ଏହି ଭ୍ୟାକ୍ସିନର ସାର୍ଟିଫିକେଟର ଏବେ ବି ମାନ୍ୟତା ରହିଛି । ଏହା ପଛର ଏକମାତ୍ର କାରଣ ହେଉଛି ଭ୍ୟାକ୍ସିନର ପ୍ରଭାବ ଏବଂ ସୁରକ୍ଷା ଉପରେ କୌଣସି ପ୍ରଭାବ ପଡ଼ିବନାହିଁ ।

ଭ୍ୟାକ୍ସିନ୍‌ ନିର୍ମାତା ଏହା ମଧ୍ୟ କହିଛନ୍ତିଯେ, ଅଧିକ ସୁବିଧା ପାଇଁ କମ୍ପାନୀ ଭ୍ୟାକ୍ସିନ୍‌ ତିଆରିକୁ ସାମାନ୍ୟ ମନ୍ଥର କରିଛନ୍ତି । ଆଗାମୀ ଦିନରେ କମ୍ପାନୀ ଅନ୍ୟ କିଛି ଦିଗ ପ୍ରତି ଦୃଷ୍ଟି ଦେବ । ସୂଚନା ଅନୁସାରେ ଫାର୍ମ ଭାରତ ସରକାରଙ୍କ ଭ୍ୟାକ୍ସିନ୍‌ ମୈତ୍ରୀ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସମେତ ୯ଟି ଦେଶକୁ ଟିକା ଯୋଗାଇ ଦେଇଛି। ସେହିପରି ଜରୁରିକାଳୀନ ଉପଯୋଗ ଅନୁମତି ଆଧାରରେ ବ୍ୟବସାୟୀକ ଯୋଗାଣ କରିଛି। କୋଭାକ୍ସିନକୁ ଏପର୍ଯ୍ୟନ୍ତ ୨୫ରୁ ଅଧିକ ଦେଶ ଜରୁରିକାଳୀନ ଉପଯୋଗ ଅନୁମତି ଦେଇଛନ୍ତି। କିନ୍ତୁ  ଜାତିସଂଘର କୌଣସି ଏଜେନ୍ସି ଏହି ଟିକା ଲାଗି ଏପର୍ଯ୍ୟନ୍ତ ଅର୍ଡର କରି ନାହାନ୍ତି।

ଗତ ୧୪ରୁ ୨୨ ମାର୍ଚ୍ଚ ମଧ୍ୟରେ ଡବ୍ଲୁଏଚଓଙ୍କ ପ୍ରତିନିଧି ଟିକା ଉତ୍ପାଦନ ପ୍ଲାଣ୍ଟ ପରଦର୍ଶନ କରିବା ସହ ନିରୀକ୍ଷଣ କରିଥିଲେ। ଏଥିରେ ପ୍ରଚଳିତ ଟିକା ଉତ୍ପାଦନ ବ୍ୟବସ୍ଥାରେ କୋଭାକ୍ସିନ ଉତ୍ପାଦନ ହେଉଥିବା ଦେଖିବା ପରେ ଆପତ୍ତି କରିଥିଲେ। ଏହାର ଜବାବରେ ବର୍ତ୍ତମାନର ଟିକା ନିର୍ମାଣ କେନ୍ଦ୍ରର ନବୀକରଣ କରାଯିବା ସହ ଏଠାରୁ ଶତପ୍ରତିଶତ କୋଭାକ୍ସିନ ଉତ୍ପାଦନ କରାଯିବ ବୋଲି କୁହାଯାଇଛି।

ତେବେ ଆମର ଭାକ୍ସିନ ପ୍ରମାଣ ପତ୍ର ସମ୍ପୂର୍ଣ୍ଣ ବୈଧ ବୋଲି କହିଛି ଫାର୍ମ ।

 

Latest Posts

Don't Miss