ସାରା ବିଶ୍ୱରେ କୋଭିଡ୍ ସଂକ୍ରମଣ ଆହୁରି ଗୁରୁତର ହେବା ନେଇ ଆଶଙ୍କା, ସତର୍କ ରହିବାକୁ WHOର ନିର୍ଦ୍ଦେଶ
1 min readନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣର ଏବେ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ । କିଛି ଦେଶରେ ପୁଣି ଥରେ ସଂକ୍ରମଣ ବଢିବାରେ ଲାଗିଛି । ମୁକାବିଲା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଫଳ ହେବାରେ ଲାଗିଛି । ଅନେକ ଦେଶରେ କୋଭିଡ କଟକଣାରେ କୋହଳ କରିବା ଯୋଗୁଁ ଏପରି ସ୍ଥିତି ଦେଖାଦେଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।
ଯେଉଁ ଦେଶରେ କରୋନା ସଂକ୍ରମଣ ବଢୁଛି ସେମାନେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି WHO ପରାମର୍ଶ ଦେଇଛି । ନହେଲେ ସ୍ଥିତି ପୁଣିଥରେ ଅଣାୟତ ହେବ ବୋଲି ଚେତାବନି ଦିଆଯାଇଛି । କରୋନାକୁ ଆଦୌ ହାଲୁକା ଭାବେ ନନେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ କରି କରୋନାକୁ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶକୁ ପରାମର୍ଶ ଦିଆଯାଇଛି ।
WHO ମୁଖ୍ୟ କହିଛନ୍ତି ଯେ, ସବୁ ଦେଶ ଭୂତାଣୁ ବିସ୍ତାରକୁ ସୀମିତ ରଖିବା ପାଇଁ ଜରୁରୀ ପଦକ୍ଷେପ ନେବା ଉଚିତ୍। କରୋନା ପରୀକ୍ଷଣରେ ଉନ୍ନତି ଆଣିବା ସହ ପୂର୍ବ ଭଳି ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଜରୁରୀ । ଏହା ଦ୍ୱାରା ସମସ୍ତେ ସତର୍କ ହୋଇପାରିବେ । କରୋନା ହେବାର ଆଶଙ୍କା ଥିବା ଲୋକଙ୍କୁ ଆଇସୋଲେଟ୍ କରିଲେ ଲକଡାଉନ ଭଳି ସ୍ଥିତି ପୁଣି ହେବ ନାହିଁ । ଏହା ସହିତ ନେତାମାନଙ୍କୁ ମଧ୍ୟ ଉଚିତ୍ ପଦକ୍ଷେପ ନେବାକୁ WHO ଅନୁରୋଧ କରୁଛି । ମୃତ୍ୟୁ ହାର ରୋକିବାକୁ ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।