ମାନଚିତ୍ରରେ ଜମ୍ମୁକାଶ୍ମୀରକୁ ପାକିସ୍ତାନ, ଚୀନର ଅଂଶ ଦର୍ଶାଇଛି WHO

1 min read
WHO Map Shows Jammu And Kashmir As Part Of China And Pakistan

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଭାରତର ଭୁଲ୍ ମାନଚିତ୍ର । WHO କୋଭିଡ୍ ୱେବସାଇଟରେ ଥିବା ମାନିଚତ୍ରରେ ଜାମ୍ମୁକାଶ୍ମୀରକୁ ପାକିସ୍ତାନ ଓ ଚୀନର ଅଂଶ ଦର୍ଶାଇଛି । ଯାହାକୁ ତୃଣମୂଳ କଂଗ୍ରେସ ସାଂସଦ ଦୃଢ଼ ବିରୋଧ କରିବା ସହ ପ୍ରଧାନମନ୍ତ୍ରୀ ଚିଠି ଲେଖିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଏହାର ଦୃଢ଼ ବିରୋଧ କରିବାକୁ ଦାବି କରିଛନ୍ତି ଟିଏମସି ସାଂସଦ ଡକ୍ଟର ଶାନ୍ତନୁ ସେନ୍ ।

WHO Map Shows Jammu And Kashmir As Part Of China And Pakistan

ସେ ଲେଖିଛନ୍ତି, ବିଶ୍ୱରେ କୋଭିଡର ସ୍ଥିତି ଜାଣିବା ପାଇଁ ମୁଁ ଯେବେ WHOର ୱେବସାଇଟକୁ ଗଲି ଏକ ମାନଚିତ୍ର ଦେଖିଲି । ଆଉ ତାକୁ ଜୁମ୍ କରି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ମାନଚିତ୍ରରେ ଜମ୍ମୁକାଶ୍ମୀରକୁ ୨ଟି ଅଲଗା ଅଲଗା ରଙ୍ଗରେ ଦେଖାଯାଇଛି । ଯେତେବେଳେ ଭାରତର ନୀଳରଙ୍ଗ ଉପରେ ଅଂଶରେ କ୍ଲିକ୍ କଲି ତ ପାକିସ୍ତାନ ଲେଖାଥିଲା ଆଉ ଅନ୍ୟଟି ଚୀନ ।

ଏହାଛଡ଼ା ଅରୁଣାଚଳ ପ୍ରଦେଶକୁ ମଧ୍ୟ ଅଲଗା ଦେଖାଯାଇଥିବା ଅଭିଯୋଗ କରିଛନ୍ତି ଟିଏମସି ସାଂସଦ । ଏହା ଏକ ଗମ୍ଭୀର ଅନ୍ତର୍ଜାତୀୟ ମାମଲା ହୋଇଥିବା ବେଳେ ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏଭଳି ଭୁଲ୍ ମାନଚିତ୍ରକୁ ତୁରନ୍ତ ଠିକ୍ କରିବାକୁ ସେ ଦାବି କରିଛନ୍ତି । ଅନ୍ୟ ଜାତୀୟ ପ୍ରସଙ୍ଗ ଭଳି ସରକାର ଏହାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଠାଇବାକୁ ଚିଠିରେ ଲେଖିଛନ୍ତି ଟିଏମସି ସାଂସଦ ।

Leave a Reply