କିଏ ଜିତିବ ? କିଏ ହାରିବ ?

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ୨୦୨୪, ମଙ୍ଗଳବାର ହେଉଛି ରେଜଲ୍ଟ ଡେ, ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବାବେଳେ ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର । କିଏ ସରକାର ଗଢ଼ିବ? କାହା ସରକାର ଭାଙ୍ଗିବ? ଏଭଳି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚା’ ଖଟିରୁ ଅଫିସ ସବୁଠି ଗୋଟିଏ ଚର୍ଚ୍ଚା କିଏ ଏଥର କ୍ଷମତାକୁ ଆସୁଛି । ଏକଜିଟ୍ ପୋଲ ରିପୋର୍ଟରେ କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଆସୁଥିବାବେଳେ ଏହାକୁ ନେଇ ଇଣ୍ଡିଆ ମେଣ୍ଟ ଭୁଲ ପ୍ରମାଣିତ ହେବ ବୋଲି ଯୁକ୍ତି ବାଢ଼ିଛି । ବିଜେପି ୪୦୦ ପାରର ନାରା ଦେଉଥିବାବେଳେ ମ୍ୟାଜିକ୍ ନମ୍ବରଠାରୁ ଅଧିକ ଆସନ ହାତେଇ ସରକାର ଗଢ଼ିବା ପାଇଁ ଦାବି କରିଛି ଇଣ୍ଡିଆ ମେଣ୍ଟ । ୨୯୫ ଆସନ ହାତେଇବା ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦାବି କରାଯାଇଛି । ୨୫ରୁ ଅଧିକ ଦଳ ଇଣ୍ଡିଆ ମେଣ୍ଟରେ ରହିଥିବାବେଳେ କ୍ଷମତାକୁ ଆସିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପଟେ ବିଜେପି ପୁଣି ସରକାର ଗଢ଼ିବା ନେଇ ଯୁକ୍ତି ବାଢ଼ିଛି ।