ଜାଣନ୍ତୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନକୁ କିଏ ଦେଇଥିଲେ ଗୁରୁମନ୍ତ୍ର?

ନୂଆାଦିଲ୍ଲୀ: ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ରବିବାର ଦେଖିବାକୁ ମିଳିଥିଲା । ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । କେହି କେବେ କଳ୍ପନା ମଧ୍ୟ କରି ନଥିଲେ କି, ଗତ ବିଶ୍ବକପର ଉପବିଜେତା ଇଂଲଣ୍ଡ ଭଳି ଶକ୍ତିଶାଳି ଦେଶକୁ ଆଫଗାନିସ୍ତାନ ଭଳି ଦେଶ ପରାସ୍ତ କରିବ । ଯଦି କେହି ଆଫଗାନିସ୍ତାନ ସପକ୍ଷରେ ଯୁକ୍ତି ବାଢ଼ିଥାନ୍ତା ତାହେଲେ ଏହା ଜେକ ଅଫ ଦ ଇୟର ମଧ୍ୟ ହୋଇଥାନ୍ତା । କିନ୍ତୁ ଇଂଲଣ୍ଡ ଭଳି ଶକ୍ତିଶାଳି ଦେଶକୁ ପରାସ୍ତ କରିଛି ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନର ଏହି ସଫଳତା ପଛରେ ଜଣେ ଇଂଲଣ୍ଡର ପୂର୍ବତନ କ୍ରିକେଟର ବଡ଼ ଅବଦାନ ରହିଛି ।

ଆଫଗାନିସ୍ତାନ ଦଳର ମୁଖ୍ୟ କୋଚ୍ ହେଉଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର ଜୋନାଥ ଟ୍ରଟ୍ । ଯାହାଙ୍କ ଗୁରୁମନ୍ତ୍ର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଫଳପ୍ରଦ ହୋଇଛି । ତେବେ ୮ ବର୍ଷ ପୂର୍ବେ ଅର୍ଥାତ ୨୦୧୫ ବିଶ୍ବକପରେ ଯେତେବେଳେ ଆଫଗାନିସ୍ତାନ ଭାଗ ନେଇଥିଲା ଆଉ ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଥିଲା ସେବେଠାରୁ ଏହି ଦଳ ଆଗକୁ ଉନ୍ନତି କରିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଥିଲେ । ଇଂଲଣ୍ଡ ଭଳି ବହୁ ଶକ୍ତିଶାଳି ଦଳକୁ ମଧ୍ୟ ଆଫଗାନିସ୍ତାନ ହରା ସାରିଛି । କିନ୍ତୁ ଭାରତରେ ଆୟୋଜିତ ବିଶ୍ବକପରେ ଭାଗ ନେବା ପୂର୍ବରୁ ବହୁ ଅସୁବିଧା ମଧ୍ୟ ଆଫଗାନିସ୍ତାନ ଦଳ ଥିଲା ।

ଆଫଗାନିସ୍ତାନରେ ତାଲିବାନ ଶାସନ ଏବଂ ଦୁର୍ବିପାକ ଭିତରେ ଗତି କରୁଥିବା ଦେଶରେ ଟ୍ରଟ ହେଡ କୋଚ ହୋଇଥିବାବେଳେ ଖେଳାଳିଙ୍କୁ ଏକତ୍ର କରି ଗୁରୁମନ୍ତ୍ର ଦେଇଥିଲେ । ଖେଳାଳିଙ୍କ ମନେବାଳକୁ ମଧ୍ୟ ବଢ଼ାଇଥିଲେ । ତେବେ ଏହି ବିଜୟ ପରେ ଟ୍ରଟ କହିଛନ୍ତି କି, ଦିନିକିଆ ବିଶ୍ବକପରେ ଇଂଲଣ୍ଡ ଭଳି ଶକ୍ତିଶାଳି ଦେଶ ଅଥବା ଗତ ବିଶ୍ବକପର ଉପବିଜେତାକୁ ହରାଇବା ଆମ ପାଇଁ ଏକ ଖୁସିର ଖବର । ଏହି ବିଜୟ ପରେ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଛି । ଯାହାକି ଆାଗାମି ମ୍ୟାଚରେ ପ୍ରେରଣା ଯୋଗାଇବ । ଇଂଲଣ୍ଡକୁ ହରାଇବା ପରେ ଖେଳାଳିମାନେ ଦୃଢ଼ତା ସହ ମଇଦାନକୁ ଓହ୍ଲାଇବେ । ପୂର୍ବ ଅପେକ୍ଷା ଏବେ ଆଫଗାନିସ୍ତାନ ଦଳର ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିରେ ବହୁ ପରିବର୍ତ୍ତନ ହୋଇଛି ।