ୟୁକ୍ରେନ ଆକାଶରେ ବୁଲୁଛି ’ଭୂତ’, ଖସାଇଲାଣି ୬ ଋଷ ଯୁଦ୍ଧ ବିମାନ

1 min read

କିଭ୍: ୟୁକ୍ରେନ ଆକାଶରେ ବୁଲୁଛି ’ଭୂତ’ । ଆକାଶରୁ ଋଷକୁ ଦେଉଛି ମୁହଁତୋଡ ଜବାବ । ଏକାକୀ ଲଢ଼ି ଧ୍ୱଂସ କରିବାରେ ଲାଗିଛି ଋଷର ଯୁଦ୍ଧ ବିମାନ । ୟୁକ୍ରେନ ରାଜଧାନୀ କିଭ୍ ଆକାଶରେ ଉଡୁଥିବା ଏହି ’ଭୂତ’ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅନେକ ଗଣମାଧ୍ୟମରେ ମଧ୍ୟ ଏହି ଭୂତକୁ ନେଇ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି କିଭ୍ ଆକାଶରେ ବୁଲୁଥିବା ଏହି ଭୂତର ପ୍ରକୃତ ସତ୍ୟ ।

ୟୁକ୍ରେନ ବିପକ୍ଷରେ ଋଷ ଜୋରଦାର ଆକ୍ରମଣ କରିବାରେ ଲାଗିଛି । ଋଷ ପୂର୍ବ, ଉତ୍ତର ଓ ଦକ୍ଷିଣ ଦିଗରୁ ୟୁକ୍ରେନରେ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି । ଋଷ ସେନା ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍ଜାକୁ ନେବାରେ ଲାଗିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରିବା ପରେ ଏବେ ରାଜଧାନୀ କିଭକୁ ଅକ୍ତିଆର କରିବା ଲକ୍ଷ୍ୟରେ ଋଷ ସେନା । ତେବେ ଏହାରି ଭିତରେ ଗତ ଗୁରୁବାର ଅର୍ଥାତ ୨୪ ଫେବ୍ରୁଆରୀରେ ସୋସିଆଲ ମିଡିଆରେ ଏକ ଶବ୍ଦ ବେଶ୍ ଟ୍ରେଣ୍ଡ କରିବାରେ ଲାଗିଛି । ଏହି ଶବ୍ଦଟି ହେଉଛି ’ଘୋଷ୍ଟ ଅଫ କିଭ୍’ ।

ୟୁକ୍ରେନ ଉପରେ ଋଷର ଜୋରଦାର ଆକ୍ରମଣର ପାଲଟା ଜବାବ ଦେଉଛି ୟୁକ୍ରେନ । ରାଜଧାନୀ କିଭକୁ ଯେପରି ଦଖଲ କରି ପାରିବ ନାହିଁ ସେଥିପାଇଁ ଋଷ ସେନାକୁ ଦେଉଛି ଜୋରଦାର ଟକ୍କର । ଯୁଦ୍ଧର ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନବାସୀ ୟୁକ୍ରେନର ଜଣେ ମିଗ୍-୨୯ ଯୁଦ୍ଧ ବିମାନର ପାଇଲଟଙ୍କୁ ’ଘୋଷ୍ଟ ଅଫ କିଭ୍’ ଭାବରେ ସମ୍ବୋଧନ କରିବାରେ ଲାଗିଛନ୍ତି । ଯେଉଁ ପାଇଲଟ ବର୍ତ୍ତମାନ ସମୟରେ ୟୁକ୍ରେନରେ ହିରୋ ହୋଇଯାଇଛନ୍ତି । କାହିଁକି ନା କୁହାଯାଉଛି କି ଏହି ପାଇଲଟ ମିଗ୍-୨୯ ଯୁଦ୍ଧ ବିମାନରେ ଗୋଟିଏ ଦିନରେ ଋଷର ୬ଟି ଫାଇଟର ଜେଟକୁ ଖସାଇ ସାରିଛନ୍ତି ।

ଯୁଦ୍ଧ ଆରମ୍ଭରୁ ଏହି ପାଇଲଟ୍ ଋଷର ସେନା କରିଡରରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଛନ୍ତି । ଗୋଟିଏ ଦିନରେ ଋଷର ୬ଟି ଯୁଦ୍ଧ ବିମାନକୁ ନଷ୍ଟ କରି ଋଷକୁ ଏକ ପ୍ରକାର ଚେକ୍ ଦେଇ ଚାଲିଛନ୍ତି । ରିପୋର୍ଟ ଅନୁସାରେ, ୟୁକ୍ରେନ ପାଇଲଟ ନିର୍ଭୟ ଭାବେ ଆକାଶରେ ଚକିତ କଲା ଭଳି କାମ କରୁଛନ୍ତି । ସେ ରୁଷର ଯୁଦ୍ଧ ବିମାନକୁ ମାରି ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଜଣେ ଏକାକୀ ୟୁକ୍ରେନ୍‌ ପାଇଲଟ ଦିନର ଆଲୁଅରେ କିଭ୍‌ ଆକାଶ ଉପରେ ଭୂତ ପରି ଘୁରି ବୁଲୁଛନ୍ତି । ଏବଂ ଲଗାତର ଭାବରେ ଋଷକୁ ମୁହଁତୋଡ ଜବାବ ଦେଉଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ପାଇଲଟଙ୍କ ଭିଡିଓ ଭାଇରାଲ ହେବା ପରେ ଏହାକୁ ’ଘୋଷ୍ଟ ଅଫ କିଭ୍’ କୁହାଯାଇଛି ।

 

Leave a Reply