Sneha Dubey: କିଏ ସେହି ଭାରତର ୟଙ୍ଗ୍‌ ଅଫିସର, ଯିଏ ଇମ୍ରାନ୍‌ ଖାନଙ୍କୁ ଦେଖାଇଲେ ଆଇନା ?

1 min read

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ପାକିସ୍ତାନ କେବେ ମଧ୍ୟ ଲୋଭ ଛାଡ଼ିବନି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ UNGAରେ କାଶ୍ମୀର ପ୍ରୀତି ଦେଖାଇଛନ୍ତି । କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ଭାରତ ପକ୍ଷରୁ ତାଙ୍କୁ କଡ଼ା ଜବାବ ମିଳିଛି । ମିଳିତ ଜାତିସଂଘ ମହାସଭାରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତିଯେ, ଆତଙ୍କବାଦୀଙ୍କୁ ଖୁଲମଖୁଲା ସମର୍ଥନ କରିବାର ଗୁଣ କେବଳ ପାକିସ୍ତାନ ନିକଟରେ ରହିଛି । ଆଉ ଏହା ପାକିସ୍ତାନର ବହୁ ପୁରୁଣା ଇତିହାସ । ତେବେ ରାଇଟ ଟୁ ରିପ୍ଲାଇ ବ୍ୟବହାର କରି ସ୍ନେହା ଦୁବେ ପାକିସ୍ତାନକୁ ଏଭଳି କଡ଼ା ଜବାବ ଦେଇଛନ୍ତି । ସ୍ନେହା ଏହା ମଧ୍ୟ କହିଛନ୍ତିଯେ, ଏହା ପ୍ରଥମ ଥର ନୁହେଁ ଯେତେବେଳେ ପାକିସ୍ତାନ ନେତା ୟୁଏନ ପ୍ଲାଟଫର୍ମ ବ୍ୟବହାର କରି ମୋ ଦେଶ ବିରୁଦ୍ଧରେ ମିଥ୍ୟା ଏବଂ ଦୁର୍ଭାବନାପୂର୍ଣ୍ଣ ପ୍ରଚାର କରିଛନ୍ତି । ପାକିସ୍ତାନୀ ନେତା ଏହାଦ୍ୱାରା ନିଜ ଦେଶର ଶୋଚନୀୟ ସ୍ଥିତି ଉପରୁ ସମସ୍ତଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ମୁଖ୍ୟ କଥା ହେଉଛି ପାକିସ୍ତାନରେ ଖୁଲମଖୁଲା ବୁଲୁଛନ୍ତି ଆତଙ୍କବାଦୀ । ଅନ୍ୟପଟେ ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ।

ସ୍ନେହା ଦୁବେ କିଏ ?
ପୂରା ଦୁନିଆ ସାମ୍ନାରେ ଇମ୍ରାନ ଖାନଙ୍କୁ ଆଇନା ଦେଖାଇଥିବା ସ୍ନେହା ଦୁବେ ପ୍ରଥମ ପ୍ରୟାସରେ ସଫଳତା ହାସଲ କରିଛନ୍ତି । ସୂଚନା ମୁତାବକ, ସ୍ନେହା ହେଉଛନ୍ତି ୨୦୧୨ ବ୍ୟାଚର ମହିଳା ଅଧିକାରୀ । ଆଇଏଫଏସ ହେବାପରେ ତାଙ୍କୁ ବିଦେଶ ମନ୍ତ୍ରଣାଳୟରେ ନିଯୁକ୍ତି ମିଳିଛି । ତାଙ୍କୁ ୨୦୧୪ରେ ଭାରତୀୟ ଦୂତାବାସ ମ୍ୟାଡ୍ରିଡ ପଠାଯାଇଥିଲା ।

ଏବେ UNGAରେ ଭାରତର ପ୍ରଥମ ସଚିବ । ଅନ୍ତଃରାଷ୍ଟ୍ରୀୟ ମାମଲାରେ ରୁଚି ଥିବାରୁ ସ୍ନେହା ଦୁବେ ଭାରତୀୟ ବିଦେଶ ସେବାରେ ସାମିଲ ହେବାକୁ ନିଷ୍ପତ୍ତି ନେଲେ । ସ୍ନେହା ହେଉଛନ୍ତି ଜେ.ଏନ.ୟୁର ଛାତ୍ରୀ । ଯେଉଁଠାରେ ସେ ଏମ୍.ଏ ଏବଂ ଏମିଫିଲ କରିଛନ୍ତି । କିନ୍ତୁ ସ୍ନେହାଙ୍କ ପ୍ରାରମ୍ଭ ଶିକ୍ଷା ଗୋଆରେ ହୋଇଥିଲା । ଏହାପରେ ସେ ପୁଣେର ଫର୍ଗ୍ୟୁସନ କଲେଜରେ ସ୍ନାତକ କରିଥିଲେ । ତାଙ୍କ ବାପା ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରନ୍ତି ଏବଂ ତାଙ୍କ ମା’ ଜଣେ ଶିକ୍ଷୟତ୍ରୀ ।

ସଭାରେ ସ୍ନେହା କହିଛନ୍ତିଯେ, ଆତଙ୍କବାଦୀଙ୍କୁ ସମର୍ଥନ କରିବା ହେଉଛି ପାକିସ୍ତାନର ନୀତି । ଏହା ଏଭଳି ଏକ ଦେଶ, ଯାହାକୁ ବିଶ୍ୱରେ ଆତଙ୍କବାଦୀଙ୍କୁ ସମର୍ଥନ କରିବା, ଅସ୍ତ୍ର ଯୋଗାଇବା ଏବଂ ଆର୍ଥିକ ସହାୟତା ଯୋଗାଉଥିବା ସମସ୍ତେ ଜାଣନ୍ତି ।

ସ୍ନେହା ପାକିସ୍ତାନକୁ କଡ଼ା ଜବାବ ଦେଇ କହିଛନ୍ତିଯେ, ଜମ୍ମୁ କାଶ୍ମୀର ଏବଂ ଲଦାଖର ସମ୍ପୂର୍ଣ୍ଣ ଅଂଶ ଭାରତର ଅଭିନ୍ନ ଏବଂ ଅବିଭାଜ୍ୟ ଅଙ୍ଗ । ଯାହା ଆମର ଥିଲା ଆଉ ରହିବ । ଏହା ସହିତ ଅବୈଧ କବଜା କରିଥିବା ପାକିସ୍ତାନ ଖୁବଶୀଘ୍ର ଆମ କ୍ଷେତ୍ର ଛାଡ଼ୁବୋଲି ମଧ୍ୟ ସେ ଦାବି କରିଛନ୍ତି ।

Leave a Reply