ନେପାଳର ପୂର୍ବତନ ଅଧିନାୟକ ସନ୍ଦିପ ଲାମିଛାନେ ଏମିତି ଫସିଥିଲେ ଦୁଷ୍କର୍ମ ମାମଲାରେ..

ନନ୍ଦିଘୋଷ ବ୍ୟୁରୋ: ଅନେକ ରେକର୍ଡର ଅଧିକାରୀ ତଥା ନେପାଳ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସନ୍ଦିପ ଲାମିଛାନେ ଏବେ ଏକ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇ କୋର୍ଟରେ ବିଚାରାଧିନ ମାମଲା ଚାଲିଛି । ୨୩ ବର୍ଷୀୟ ସନ୍ଦିପଙ୍କ ମାମଲା ଆସନ୍ତା ୧୦ ତାରିଖରେ ଶୁଣାଣି ରହିଛି । ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବେ ।  କିନ୍ତୁ ତାଙ୍କ ଓକିଲ କହିଛନ୍ତି କି, ଆମେ ଏହି ମାମଲା ହାଇକୋର୍ଟରେ ଲଢ଼ିବୁ । ଗତ ବର୍ଷ ତାଙ୍କ ବିପକ୍ଷରେ ଜଣେ ୧୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । କାଠମାଣ୍ଡୁରେ ଏହି ଅଭିଯୋଗ ହେବାବେଳେ ସେ ସିପିଏଲ ଖେଳୁଥିଲେ । ଗିରଫ ଓ୍ବାରେଣ୍ଟ ହେବା ପରେ ଦେଶକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କାଠମାଣ୍ଡୁ ଏୟାରପୋର୍ଟରୁ ସନ୍ଦିପଙ୍କୁ ନେପାଳ ପୋଲିସ ଗିରଫ କରିଥିଲା ।

ସନ୍ଦିପ ଗିରଫ ହେବା ପରେ ନେପାଳ କ୍ରିକେଟ ତାଙ୍କ ନିଲମ୍ବନ କରିଥିଲା । କିନ୍ତୁ ୨୦୨୩ ଜାନୁଆରୀରେ ପୁଣି ଏହାକୁ ଫେରାଇ ନେବା ପରେ ସେ ଦଳକୁ ଫେରିଥିଲେ । ପରେ ସବୁ ଲିଗ ଖେଳିଥିଲେ । ସେ ଏମିତି ଜଣେ ଖେଳାଳି ଯିଏକି ବିଗବାସ ଲିଗ୍, କାରବିଆନ ଲିଗ ଭଳି ସମସ୍ତ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି । ଆଇପିଏଲରେ ମଧ୍ୟ ଖେଳିଛନ୍ତି । ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ଦୃତତମ ୧୦୦ ଓ୍ବିକେଟ ନେବାର ରେକର୍ଡ ସନ୍ଦିପଙ୍କ ନାମରେ ରହିଛି । ରସିଦ ଖାନ ୪୪ଟି ମ୍ୟାଚରେ ଏହି ରେକର୍ଡ କରିଥିବାବେଳେ ସନ୍ଦିପ ମାତ୍ର ୪୨ ମ୍ୟାଚରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଏହାସହ ଲଗାତାର ୪ଟି ଆନ୍ତର୍ଜାତୀୟ ମ୍ୟାଚରେ ୪ରୁ ଅଧିକ ଓ୍ବିକେଟ ନେଇଥିବା ବୋଲର । ତେବେ ସେ ଦୁର୍ଷମ ମାମଲାରେ ଫସିଥିବାବଳେ ଏବେ ମାମଲା ବିଚାରାଧିନ ରହିଛି ।