spot_img

Latest Posts

କିଏ ଏହି ରୀତା କୌଶିକ୍ ? ଯାହାଙ୍କ ବିଷୟରେ ଭିଡିଓରେ କହିଛନ୍ତି ଅତୁଲ

ନନ୍ଦିଘୋଷ ବ୍ୟୁରୋ: ବାଙ୍ଗାଲୋରର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜୀବନ ହାରିବା ପୂର୍ବରୁ ଅନେକ ଖୁଲାସା କରିଛନ୍ତି । ସେ ଏକ ଭିଡିଓ ୯୦ ମିନିଟର ବନେଇଛନ୍ତି ଏବଂ ୨୪ ପେଜର ଏକ ଲେଖା ମଧ୍ୟ ରଖିଛନ୍ତି । ଭିଡିଓରେ ସ୍ତ୍ରୀ, ଶ୍ବଶୁର ଘର ଲୋକଙ୍କ ସହ ଜଜଙ୍କୁ ମଧ୍ୟ ଦାୟୀ କରିଛନ୍ତି । ଜୋନପୁର ଫ୍ୟାମିଲ କୋର୍ଟର ଜଜ ରୀତା କୌଶିକଙ୍କ ସମ୍ପର୍କରେ ମଧ୍ୟ ଅନେକ କଥା କହିଛନ୍ତି ଅତୁଲ । ଜଜ ମ୍ୟାଡାମ ୫୦ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା କେବଳ ତାରିଖ ବଦଳାଇବା ପାଇଁ ଲାଞ୍ଚ ନେଇଥାନ୍ତି । ତାଙ୍କ ପାଇଁ ବୟସ୍କ ଏବଂ ଗରିବ ଶ୍ରେଣୀର ଲୋକ ମଧ୍ୟ ବାଦ ପଡ଼ିନାହାନ୍ତି । ଏପରି ଭିଡିଓରେ କହିଛନ୍ତି ଅତୁଲ । ଜଜ ତାଙ୍କୁ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ମଧ୍ୟ କହିଛନ୍ତି ।

୨୧ ମାର୍ଚ୍ଚ ୨୦୨୪ରେ ରୀତା ଅତୁଲଙ୍କୁ ତାଙ୍କ କ୍ୟାବିନକୁ ଡାକିଥିଲେ । ଆଉ ମାମଲାର ଦଫାରଫା କରିବା ଲାଗି କଥା ହୋଇଥିଲେ । ଅତୁଲ କହିଥିଲେ କି, ମୋ ପରିବାର ବିରୋଧରେ ସେମାନେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ମୋ ପିଲାଙ୍କୁ ଦେଖିବାକୁ ମଧ୍ୟ ଦେଉନାହାନ୍ତି । ମାସିକ ଭରଣ ପୋଷଣ ବାବଦକୁ ମଧ୍ୟ ଏତେ ଟଙ୍କା ନେଉଛନ୍ତି । ପ୍ରଥମେ ସେମାନେ ୧ କୋଟି ଟଙ୍କା ମାଗୁଥିଲେ ଆଉ ଏବେ ୩ କୋଟି ଟଙ୍କା ମାଗୁଛନ୍ତି । ମୁଁ ଏତେ ଟଙ୍କା କେଉଁଠୁ ଆଣିବି । ଏତେ ପରେ ବି ମ୍ୟାଡାମ ଶୁଣିନଥିଲେ । ଏବଂ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ତେବେ ରୀତାଙ୍କ କଥା ଯଦି କହିବା ତାହେଲେ ସେ ୧୯୬୮  ମାର୍ଚ୍ଚ ୨୦ରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଜନ୍ମ ଗ୍ରହଣ କରିଛନ୍ତି । ୧୯୯୯ରେ ପ୍ରଥମେ ସାହାରନପୁରରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଭାବେ କାମ ଆରମ୍ଭ କରିଥିଲେ । ଏହାପରେ ୨୦୦୦-୨୦୦୨ ପର୍ଯ୍ୟନ୍ତ ମଥୁରାରେ ସିଭିଲ ଜଜ ଭାବେ ପୋଷ୍ଟିଂ ହୋଇଥିଲେ । 2018 ରେ, ସେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଫ୍ୟାମିଲ୍ କୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ ଏବଂ 2022 ପର୍ଯ୍ୟନ୍ତ ଅଯୋଧ୍ୟାରେ ପୋଷ୍ଟ ରହିଥିଲେ। ତାଙ୍କୁ ଅଯୋଧ୍ୟାରୁ ଜୋନପୁରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେବେଠାରୁ ସେ ଏଠାରେ ଫ୍ୟାମିଲ୍ କୋର୍ଟରେ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରୁଛନ୍ତି।

Latest Posts

Don't Miss