କିଏ ସେ ନିର୍ଦ୍ଦୟୀ? ଯିଏକି ଫିଙ୍ଗିଦେଲା ବୋରଓ୍ବେଲରେ..

ସମ୍ବଲପୁର: କିଏ ସେ ନିର୍ଦ୍ଦୟୀ, କିଏ ସେ ଅମାନୁଷିକ ? ନଜବାତକକୁ କିଏ ଫିଙ୍ଗିଦେଲା ବୋରଓ୍ବେଲରେ ? ଆଲୁଅକୁ ଦେଖୁ ଦେଖୁ ବୋରଓ୍ବେଲର ଅନ୍ଧାର ଗାତକୁ କିଏ ଠେଲିଦେଲା ନିଷ୍ପାପ ଶିଶୁକୁ ?  ଶିଶୁଟିକୁ ବୋରଓ୍ବେଲରେ କେହି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଏଭଳି କାଣ୍ଡକୁ ଯେତେ ସମାଲୋଚନା, ନିନ୍ଦା କଲେ ବି କମ୍ ପଡ଼ିଯିବ । ଶିଶୁଟି କନ୍ୟା କି ପୁତ୍ର ସନ୍ତାନ ସ୍ପଷ୍ଟ ହୋଇନାହିଁ । ଶିଶୁଟିର ବାପାମାଆଙ୍କ ପରିଚୟ ମଧ୍ୟ ମିଳିପାରିନି  । କିନ୍ତୁ କିଏ ଏଭଳି ପଶୁ ଭଳି କାମ କରିଛି ତାହା ମଧ୍ୟ ଅସ୍ପଷ୍ଟ । ହେଲେ ଏଭଳି ପଶୁଭଳି କାମ ମଣିଷର ମାନବିକତା ଉପରେ ପ୍ରଶ୍ନ ଉଠାଇଛି ।

କିଏ ଏବଂ କାହିଁକି ଏଭଳି କାମ କରିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିରହିଛି । କଅଁଳ ଶିଶୁଟି କଇଁ କଇଁ କାନ୍ଦୁଥିବାବେଳେ ଶୁଣିଲା ବେଳକୁ ଛାତି ଫାଟି ପଡ଼ୁଛି । ଯେ କେହି ବି ଏ ଖବର ଶୁଣୁଛି ସେ ସେଠାକୁ ଧାଇଁ ଯାଉଛି । ମାତ୍ର କେଉଁ ରାକ୍ଷସୀ ମାଆ ଏଭଳି ,କ ନାରକୀୟ କାଣ୍ଡ ଭିଆଇଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।