ପଦ୍ମଶ୍ରୀ ପୁରସ୍କାର ପାଇଥିବା ତୁଳସୀ ଗୌଡା କିଏ? କାହିଁକି ତାଙ୍କୁ କୁହାଯାଏ “ଜଙ୍ଗଲର ଏନସାଇକ୍ଲୋପିଡ଼ିଆ” ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ହେଉଛି ପଦ୍ମଶ୍ରୀ ।  ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିତ୍ବଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ସେହିପରି ପରିବେଶ ସୁରକ୍ଷା ଦିଗରେ କର୍ଣ୍ଣାଟକର ୭୨ ବର୍ଷିୟ ପରିବେଶବିତ୍ ତୁଳସୀ ଗୌଡାଙ୍କୁ ମିଳିଛି ପଦ୍ମ ପୁରସ୍କାର । ପରିବେଶବିତ୍ ଭାବରେ ତାଙ୍କର କାହାଣୀ ବର୍ଷ ବର୍ଷ ଧରି ଅନେକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିବ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ଉତ୍ସବରେ ଆଦିବାସୀ ପରିବେଶବିତଙ୍କୁ ପ୍ରଦାନ କରିଥିଲେ ପଦ୍ମଶ୍ରୀ ପୁରସ୍କାର ।

ତୁଳସୀ ଗୌଡା କର୍ଣ୍ଣାଟକର ହାଲାକି ଆଦିବାସୀ ଜନଜାତିର ଏବଂ ଏକ ଗରିବ ପରିବାରରୁ ଆସନ୍ତି । ଗରିବ ପରିବାର ହେତୁ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିପାରିନଥିଲେ ତୁଳସୀ । ପାଠ ନପଢ଼ିଥିଲେ ମଧ୍ୟ ଦେଶ ପାଇଁ କରୁଛନ୍ତି ଅତୁଳନୀୟ କାମ । ସମସ୍ତ ଅସୁବିଧା ସତ୍ତ୍ବେ ସେ ଉଦ୍ଭିଦ ଓ ଅନ୍ୟାନ ଜୀବଜନ୍ତୁ କ୍ଷେତ୍ରରେ ନିଜର ଜ୍ଞାନ ବିସ୍ତାର କରିଥିଲେ । ଯାହା ଫଳରେ ଆଜି ସେ “ଜଙ୍ଗଲର ଏନସାଇକ୍ଲୋପିଡ଼ିଆ” ଭାବରେ ଜଣାଶୁଣା କାହିଁକି ନା ତାଙ୍କ ପାଖରେ ବିଶ୍ବରେ ବିଭିନ୍ନ ସ୍ଥାନରେ ମିଳୁଥିବା ଔଷଧୀୟ  ଉଦ୍ଭିଦ ଏବଂ ଉଦ୍ଭିଦ ପ୍ରଜାତି ବିଷୟରେ ସମସ୍ତ ଜ୍ଞାନ ରହିଛି ତୁଳସୀଙ୍କ ପାଖରେ । ସେ ଯୁବାବସ୍ଥାରୁ ପରିବେଶର ସୁରକ୍ଷା ପାଇଁ ସକ୍ରିୟ ସହଯୋଗ କରିଆସୁଛନ୍ତି ଏବଂ ହଜାର ହଜାର ଗଛ ଲାଗାଇଛନ୍ତି । ପରିବେଶ ସଂରକ୍ଷଣରେ ଏକ ମହ୍ବତପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ  ପ୍ରଥମେ ଏକ ଅସ୍ଥାୟୀ ସ୍ବେଚ୍ଛାସେବୀ ଭାବରେ ଜଙ୍ଗଲ ବିଭାଗରେ ଯୋଗ ଦେଇଥିଲେ ତୁଳସୀ ଗୌଡା । ଏହା ପରେ ଜଙ୍ଗଲର ଉନ୍ନତି ପାଇଁ ଥିବା ଉଦ୍ୟମକୁ ଦେଖି ତାଙ୍କୁ ସ୍ବୀକୃତି ଦିଆଯାଇଥିଲା ଏବଂ ଜଙ୍ଗଲ ବିଭାଗ ତୁଳସୀଙ୍କୁ ସ୍ଥାୟୀ ପଦବୀ ପ୍ରଦାନ କରିଥିଲେ ।

ପ୍ରକୃତିର ରକ୍ଷା ପାଇଁ ଉତ୍ସର୍ଗୀକୃତ ତୁଳସୀ ତାଙ୍କ ଜୀବନ ମଧ୍ୟରେ ୩୦ ହଜାରରୁ ଅଧିକ ଚାରା ରୋପଣ କରିଛନ୍ତି । ପରିବେଶ ସଂରକ୍ଷଣ କାର୍ଯ୍ୟରେ ମଧ୍ୟ ତୁଳସୀ ୧୦ ବର୍ଷ ବୟସରୁ ଜଡିତ ଅଛନ୍ତି । ତୁଳସୀ ୧୨ ବର୍ଷ ବୟସରେ ଭାରତର ଜଙ୍ଗଲର ଉନ୍ନତି ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତେବେ ୭୨ ବର୍ଷରେ ପାଦ ଦେଲା ପରେ ମଧ୍ୟ ସେ କେବେ ନିଜ କାର୍ଯ୍ୟରୁ କେବେ ନିବୃତ ହୋଇନାହାନ୍ତି । ୭୨ ବର୍ଷରେ ମଧ୍ୟ ସେ ପରିବେଶ ପ୍ରତିପୋଷଣ ତଥା ଦେଶରେ ବୃକ୍ଷରୋପଣ ବିରୁଦ୍ଧରେ ଲଢ଼େଇ ପାଇଁ ଉତ୍ସର୍ଗୀକୃତ ।

 

Leave a Reply