ପଦ୍ମଶ୍ରୀ ପୁରସ୍କାର ପାଇଥିବା ତୁଳସୀ ଗୌଡା କିଏ? କାହିଁକି ତାଙ୍କୁ କୁହାଯାଏ “ଜଙ୍ଗଲର ଏନସାଇକ୍ଲୋପିଡ଼ିଆ” ଜାଣନ୍ତୁ…
1 min readନୂଆଦିଲ୍ଲୀ: ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ହେଉଛି ପଦ୍ମଶ୍ରୀ । ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିତ୍ବଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ସେହିପରି ପରିବେଶ ସୁରକ୍ଷା ଦିଗରେ କର୍ଣ୍ଣାଟକର ୭୨ ବର୍ଷିୟ ପରିବେଶବିତ୍ ତୁଳସୀ ଗୌଡାଙ୍କୁ ମିଳିଛି ପଦ୍ମ ପୁରସ୍କାର । ପରିବେଶବିତ୍ ଭାବରେ ତାଙ୍କର କାହାଣୀ ବର୍ଷ ବର୍ଷ ଧରି ଅନେକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିବ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ଉତ୍ସବରେ ଆଦିବାସୀ ପରିବେଶବିତଙ୍କୁ ପ୍ରଦାନ କରିଥିଲେ ପଦ୍ମଶ୍ରୀ ପୁରସ୍କାର ।
President Kovind presents Padma Shri to Smt Tulsi Gowda for Social Work. She is an environmentalist from Karnataka who has planted more than 30,000 saplings and has been involved in environmental conservation activities for the past six decades. pic.twitter.com/uWZWPld6MV
— President of India (@rashtrapatibhvn) November 8, 2021
ତୁଳସୀ ଗୌଡା କର୍ଣ୍ଣାଟକର ହାଲାକି ଆଦିବାସୀ ଜନଜାତିର ଏବଂ ଏକ ଗରିବ ପରିବାରରୁ ଆସନ୍ତି । ଗରିବ ପରିବାର ହେତୁ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିପାରିନଥିଲେ ତୁଳସୀ । ପାଠ ନପଢ଼ିଥିଲେ ମଧ୍ୟ ଦେଶ ପାଇଁ କରୁଛନ୍ତି ଅତୁଳନୀୟ କାମ । ସମସ୍ତ ଅସୁବିଧା ସତ୍ତ୍ବେ ସେ ଉଦ୍ଭିଦ ଓ ଅନ୍ୟାନ ଜୀବଜନ୍ତୁ କ୍ଷେତ୍ରରେ ନିଜର ଜ୍ଞାନ ବିସ୍ତାର କରିଥିଲେ । ଯାହା ଫଳରେ ଆଜି ସେ “ଜଙ୍ଗଲର ଏନସାଇକ୍ଲୋପିଡ଼ିଆ” ଭାବରେ ଜଣାଶୁଣା କାହିଁକି ନା ତାଙ୍କ ପାଖରେ ବିଶ୍ବରେ ବିଭିନ୍ନ ସ୍ଥାନରେ ମିଳୁଥିବା ଔଷଧୀୟ ଉଦ୍ଭିଦ ଏବଂ ଉଦ୍ଭିଦ ପ୍ରଜାତି ବିଷୟରେ ସମସ୍ତ ଜ୍ଞାନ ରହିଛି ତୁଳସୀଙ୍କ ପାଖରେ । ସେ ଯୁବାବସ୍ଥାରୁ ପରିବେଶର ସୁରକ୍ଷା ପାଇଁ ସକ୍ରିୟ ସହଯୋଗ କରିଆସୁଛନ୍ତି ଏବଂ ହଜାର ହଜାର ଗଛ ଲାଗାଇଛନ୍ତି । ପରିବେଶ ସଂରକ୍ଷଣରେ ଏକ ମହ୍ବତପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ ପ୍ରଥମେ ଏକ ଅସ୍ଥାୟୀ ସ୍ବେଚ୍ଛାସେବୀ ଭାବରେ ଜଙ୍ଗଲ ବିଭାଗରେ ଯୋଗ ଦେଇଥିଲେ ତୁଳସୀ ଗୌଡା । ଏହା ପରେ ଜଙ୍ଗଲର ଉନ୍ନତି ପାଇଁ ଥିବା ଉଦ୍ୟମକୁ ଦେଖି ତାଙ୍କୁ ସ୍ବୀକୃତି ଦିଆଯାଇଥିଲା ଏବଂ ଜଙ୍ଗଲ ବିଭାଗ ତୁଳସୀଙ୍କୁ ସ୍ଥାୟୀ ପଦବୀ ପ୍ରଦାନ କରିଥିଲେ ।
ପ୍ରକୃତିର ରକ୍ଷା ପାଇଁ ଉତ୍ସର୍ଗୀକୃତ ତୁଳସୀ ତାଙ୍କ ଜୀବନ ମଧ୍ୟରେ ୩୦ ହଜାରରୁ ଅଧିକ ଚାରା ରୋପଣ କରିଛନ୍ତି । ପରିବେଶ ସଂରକ୍ଷଣ କାର୍ଯ୍ୟରେ ମଧ୍ୟ ତୁଳସୀ ୧୦ ବର୍ଷ ବୟସରୁ ଜଡିତ ଅଛନ୍ତି । ତୁଳସୀ ୧୨ ବର୍ଷ ବୟସରେ ଭାରତର ଜଙ୍ଗଲର ଉନ୍ନତି ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତେବେ ୭୨ ବର୍ଷରେ ପାଦ ଦେଲା ପରେ ମଧ୍ୟ ସେ କେବେ ନିଜ କାର୍ଯ୍ୟରୁ କେବେ ନିବୃତ ହୋଇନାହାନ୍ତି । ୭୨ ବର୍ଷରେ ମଧ୍ୟ ସେ ପରିବେଶ ପ୍ରତିପୋଷଣ ତଥା ଦେଶରେ ବୃକ୍ଷରୋପଣ ବିରୁଦ୍ଧରେ ଲଢ଼େଇ ପାଇଁ ଉତ୍ସର୍ଗୀକୃତ ।