ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ କିଏ?

ଟୋକିଓ:  ଟୋକିଓରୁ ଆସିଲା ଖୁସି ଖବର । ଭାରତକୁ ମିଳିଛି ପ୍ରଥମ ଅଲମ୍ପିକ୍ସ ପଦକ । ଆଉ ଭାରତ ପାଇଁ ଏହି ପଦକ ଜିତିଛନ୍ତି ମୀରାବାଇ ଚାନୁ । ଭାରୋତ୍ତୋଳନରେ ମୀରାବାଇ ରୌପ୍ୟ ପଦକ ପାଇଛନ୍ତି । ସେ ୪୯ କେ.ଜି ମହିଳା ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରଥମ ପ୍ରୟାସରେ ୮୪ ଓ ଦ୍ୱିତୀୟ ପ୍ରୟାସରେ ୮୭ କେ.ଜି ସଫଳତାର ଉଠାଇଥିବା ବେଳେ ୮୯ କେ.ଜି ଉଠାଇବାରେ ଅସଫଳ ହୋଇଥିଲେ ମୀରାବାଇ । ଏଣୁ ତାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅପରପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଚୀନର ହଉ ଜିହୁ ୯୪ କିଲୋ ଉଠାଇ ଅଲିମ୍ପିକ୍ସ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ତେବେ କିଏ ଏହି ମୀରାବାଈ ଚାନୁ?
ଭାରତର ମଣିପୁରରରୁ ଆସନ୍ତି ମୀରାବାଇ । ୮ ଅଗଷ୍ଟ ୧୯୯୪ରେ ତାଙ୍କ ଜନ୍ମ । ମୀରାବାଈ ଚାନୁ ହେଉଛନ୍ତି ଜଣେ ଓ୍ୱେଟଲିଫ୍ଟିଂ ଖେଳାଳି । ସେ ୨୦୧୪ରୁ ନିୟମିତ ଭାବରେ ୪୮ କିଲୋଗ୍ରାମ ଶ୍ରେଣୀର ଅନ୍ତଃରାଷ୍ଟ୍ରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଆସୁଛନ୍ତି । ଚାନୁ ବିଶ୍ୱ ଚାମ୍ପିଅନସିପ୍ ତଥା ରାଜ୍ୟଗୋଷ୍ଠୀ ଖେଳରେ ପଦକ ଜିତିଛନ୍ତି । କ୍ରୀଡ଼ାକ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରିଛନ୍ତି ।

ଚାନୁ ୨୦୧୪ ରାଜ୍ୟଗୋଷ୍ଠୀ ଖେଳରେ ୪୮ କିଲୋଗ୍ରାମ ଶ୍ରେଣୀରେ ରୌପ୍ୟ ପଦକ ଜିତିଥିଲେ । ଗୋଲ୍ଡ କୋଷ୍ଟରେ ହୋଇଥିବା ୨୦୧୮ ରାଜ୍ୟ ଗୋଷ୍ଠି କ୍ରୀଡାରେ ସେ ପୁଣିଥରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ୨୦୧୮ରେ ମୀରା ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ହୋଇଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମଧ୍ୟ ସେ ପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ମୀରାବାଈ ବ୍ରାଜିଲରେ ରିଓ ଡି ଜେନେରୋରେ ଆୟୋଜିତ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ ପାଇଁ କ୍ୱାଲିଫାଇ ହୋଇଥିଲେ, କିନ୍ତୁ କ୍ଲିନ୍ ଆଣ୍ଡ୍ ଜର୍କରେ ତିନି ତିନିଟି ପ୍ରୟାସରେ ଅସଫଳ ରହିବା ପରେ ସେ ପଦକ ଜିତିବାରେ ଅସଫଳ ରହିଲେ ।

୨୦୧୯ରୋ ଗୋଲ୍ଡ ମେଡାଲ ଜିତିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ,ସିଂ ତାଙ୍କୁ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ସେହି ବର୍ଷ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

Leave a Reply