ମଧ୍ୟବିତ୍ତଙ୍କୁ ନେଇ ଦେଶରେ ବଡ ଚର୍ଚ୍ଚା, ଆପଣ ଧନୀ ନା ଗରିବ ଜାଣନ୍ତୁ
1 min readନୂଆଦିଲ୍ଲୀ : ଆପଣ ଶୁଣିଥିବେ ଦେଶରେ ଧନୀଙ୍କ ଧନ ବଢିବାରେ ଲାଗିଥିବା ବେଳେ ଗରିବ ବି ଗରିବ ହେବାରେ ଲାଗିଛି । କିନ୍ତୁ ଆଜିକାଲି ବେଶୀ ମଧ୍ୟବିତ୍ତଙ୍କ ଉପରେ ଆଲୋଚନା ହେଉଛି । ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ବହୁତ ଅଧିକ । ତେଣୁ ପ୍ରତ୍ୟେକ ବଜେଟ ଓବର୍ତ୍ତମାନ ମଧ୍ୟ ନିର୍ବାଚନରେ ମଧ୍ୟବିତ୍ତ ବର୍ଗ ଉପରେ ଆଲୋଚନା ହେଉଛି। ଯେତେବେଳେ ବଜେଟ୍ ଆସୁଛି, ସେତେବେଳେ ଆୟକର ଛାଡ କିମ୍ବା ଜିଏସଟି ରିହାତିକୁ ନେଇ ବହୁତ ଆଶା ମଧ୍ୟବିତ୍ତ ଶ୍ରେଣୀର ରହିଥାଏ । ଦିଲ୍ଲୀ ନିର୍ବାଚନରେ ବିଭିନ୍ନ ଦଳ ମଧ୍ୟବିତ୍ତଙ୍କୁ ହିଁ ଟାର୍ଗେଟ କରୁଛନ୍ତି । ଦିଲ୍ଲୀରେ ପ୍ରାୟ ୩୦ ପ୍ରତିଶତ ମଧ୍ୟବିତ୍ତ ଜନସଂଖ୍ୟା ଅଛନ୍ତି । ଗତ ଦଶନ୍ଧି ମଧ୍ୟରେ ସବୁଠୁ ଅଧିକ ଚାପ ପଡୁଛି । ସେମାନଙ୍କର ଖର୍ଚ୍ଚ ବଢୁଛି ଓ ଆୟ କମୁଛି । ଖାଲି ସେତିକି ନୁହେଁ, ସେମାନଙ୍କ ଉପରେ ଟ୍ୟାକ୍ସ ବୋଝ ମଧ୍ୟ ପଡୁଛି । ଏଭଳି ପରିସ୍ଥିତିରେ ମଧ୍ୟବିତ୍ତ ରାଜନୀତି ଓ ଅର୍ଥନୀତି କେନ୍ଦ୍ରରେ ରହିଛନ୍ତି ।
ମଧ୍ୟବିତ୍ତଙ୍କ ପରିଭାଷା କ‘ଣ ? କେମତି ଜାଣିବା କିଏ ଉଚ୍ଚ ବର୍ଗ, ମଧ୍ୟବିତ୍ତ ବର୍ଗ ଓ ନିମ୍ନ ବର୍ଗ ? ଲୋକଙ୍କ ଆୟ ଉପରେ ନିଷ୍ପତ୍ତି କରାଯାଏ । କିଛି ରିପୋର୍ଟ ଓ ବିଶେଷଜ୍ଞଙ୍କ ବିଧ୍ୟବିତ୍ତ ଶ୍ରେଣୀକୁ ଆକଳନ କରିବା ପାଇଁ କୌଣସି ସ୍କେଲ ନାହିଁ ବୋଲି କହିଛନ୍ତି । ତାଙ୍କର ଆୟକୁ ନେଇ ମାପ କରାଯାଇନପାରେ ।
ଗୋଲ୍ଡମ୍ୟାନ ସୈକ୍ସଙ୍କ ଅନୁସାରେ, ଭରତରେ ୧୦ କୋଟି ଲୋକ ଉଚ୍ଚ ବର୍ଗ ଅର୍ଥାତ୍ ଧନୀ ଶ୍ରେଣୀର ଲୋକ ଅଛନ୍ତି । ଏହାର ଅନୁମାନ ୨୦୨୪ ବର୍ଷକୁ ନେଇ ଆକଳନ କରାଯାଇଛି । କିଛି ଅନୁଷ୍ଠାନ ଓ ବିଶେଷଜ୍ଞ ୧୨ କୋଟି ଲୋକଙ୍କୁ ଉଚ୍ଚ ବର୍ଗରେ ସ୍ଥାନିତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତରେ ବାର୍ଷିକ ୧୦ ହଜାର ଡଲାରରୁ ଅଧିକ ରୋଜଗାର କରୁଥିବା ଲୋକଙ୍କୁ ଉଚ୍ଚ ବର୍ଗର ବୋଲି କୁହାଯାଏ । ସମସ୍ତ ରିପୋର୍ଟରେ, ଯେଉଁମାନେ ବାର୍ଷିକ ୯-୧୨ ଲକ୍ଷରୁ ଅଧିକ ରୋଜଗାର କରନ୍ତି ସେମାନେ ଉଚ୍ଚ ବର୍ଗରେ ଆସନ୍ତି । ଏହି ବର୍ଗକୁ ଧନୀ ବୋଲି ମଧ୍ୟ କହିପାରିବେ । ସାଧାରଣତଃ ଯେଉଁମାନେ ୩ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଆୟ କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗରେ ରୁହନ୍ତି । ଯାହାର ମୁଣ୍ଡପିଛା ଆୟ ବାର୍ଷିକ ୨.୫ ଲକ୍ଷ ଟଙ୍କା ସେମାନେ ମଧ୍ୟବିତ୍ତ ବର୍ଗରେ ଆସନ୍ତି । ଯଦି ଗୋଟିଏ ପରିବାରରେ ଚାରିଜଣ ସଦସ୍ୟ ଅଛନ୍ତି ଏବଂ ସେମାନଙ୍କର ମୁଣ୍ଡପିଛା ଆୟ ବାର୍ଷିକ ୨.୫ ଲକ୍ଷ ଟଙ୍କା, ତେବେ ସମଗ୍ର ପରିବାରର ଆୟ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ଅଟେ, ସେହି ଅନୁଯାୟୀ ଏହି ପରିବାରକୁ ମଧ୍ୟବିତ୍ତ ବର୍ଗର ବୋଲି କୁହାଯିବ ।
ଏଥି ସହିତ, କିଛି ବର୍ଷ ପୂର୍ବେ, ଏକ ଭାରତୀୟ ଥିଙ୍କ ଟ୍ୟାଙ୍କର ଦ୍ୱାରା କରାଯାଇଥିବା ଏକ ସର୍ଭେରେ କୁହାଯାଇଥିଲା ଯେ ଯେଉଁ ପରିବାରଙ୍କ ବାର୍ଷିକ ଆୟ ୫-୩୦ ଲକ୍ଷ ଟଙ୍କା ମଧ୍ୟବିତ୍ତ ବର୍ଗରେ ବିବେଚନା କରାଯାଏ । ମାଷ୍ଟରକାର୍ଡ ରିପୋର୍ଟ ଅନୁଯାୟୀ, ଯେଉଁମାନେ ବାର୍ଷିକ ୧୫୧୬୫୧ ଟଙ୍କା ରୋଜଗାର କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗକୁ ଆସନ୍ତି । ମୋଟ ଉପରେ, ଏହା କୁହାଯାଇପାରେ ଯେ ଯେଉଁମାନେ ୨୫ ହଜାରରୁ ୧୦ ଲକ୍ଷ ଟଙ୍କା ରୋଜଗାର କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗରେ ଆସନ୍ତି । କୁହାଯାଏ ଯେ ଦେଶରେ ମଧ୍ୟବିତ୍ତ ବର୍ଗର ଜନସଂଖ୍ୟା ୩୦ ପ୍ରତିଶତରୁ ଅଧିକ, ଅର୍ଥାତ୍ ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ପ୍ରାୟ ୩୦ କୋଟି । କେତେକ ବିଶେଷଜ୍ଞ ୫୦ କୋଟି ଲୋକଙ୍କୁ ମଧ୍ୟବିତ୍ତ ବର୍ଗର ବୋଲି ବିବେଚନା କରନ୍ତି। ମଧ୍ୟବିତ୍ତ ବର୍ଗର ଲୋକମାନେ ନିମ୍ନ ବର୍ଗକୁ ଆସନ୍ତି, ଅର୍ଥାତ୍ ଯେଉଁମାନଙ୍କର ଆୟ ୩ ଲକ୍ଷରୁ କମ୍, ସେମାନେ ସମସ୍ତେ ନିମ୍ନ ବର୍ଗରେ ଆସନ୍ତି ଏବଂ ଦେଶରେ ଏହି ବର୍ଗରେ ସର୍ବାଧିକ ସଂଖ୍ୟକ ଲୋକ ଅଛନ୍ତି । ଏକ ଆକଳନ ଅନୁଯାୟୀ ଦେଶରେ ଅତି କମରେ ୮୦ କୋଟି ଲୋକ ଏହାର ଅଧୀନରେ ଅଛନ୍ତି ।
ଗତବର୍ଷ ୟୁରୋପରେ ରହୁଥିବା ଜଣେ ଭାରତୀୟ ନିବେଶକ ତଥା ବ୍ୟବସାୟୀ ସୌରଭ ଦତ୍ତ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ ଯେ, ଭାରତରେ କିଏ ଧନୀ ଏବଂ କିଏ ଗରିବ ? ତାଙ୍କର ବିଶ୍ଳେଷଣ ଅନୁଯାୟୀ, ଆଜିର ଯୁଗରେ, ଯଦି ଜଣେ ବ୍ୟକ୍ତିଙ୍କର ନଗଦ ୧୦ ଲକ୍ଷ ଟଙ୍କା ଅଛି, ତେବେ ସେ ଗରିବ ବର୍ଗରେ ଆସନ୍ତି । ଏଥି ସହିତ, ଯେଉଁ ବ୍ୟକ୍ତିଙ୍କର ନଗଦ ୫୦ ଲକ୍ଷ ଅଛି ସେ ନିମ୍ନ ମଧ୍ୟବିତ୍ତ, ଯଦି ୧ କୋଟି ଅଛି ସେ ମଧ୍ୟମ ବର୍ଗ, ଯଦି ୨ କୋଟି ଉଚ୍ଚ ମଧ୍ୟବିତ୍ତ, ଯଦି ୨ କୋଟି ଧନୀ ଏବଂ ୧୦ କୋଟି ଅଛି ତେବେ ଏନଏଚଆଇ ଶ୍ରେଣୀର ବ୍ୟକ୍ତି ଅଟନ୍ତି ।