କୋହଲି କହିଲେ ଇଂଲଣ୍ଡ ବିପକ୍ଷ ବିଜୟରେ କିଏ ହିରୋ ?
1 min read
ନନ୍ଦିଘୋଷ ବ୍ୟୁରୋ: ଓଭାଲ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ରେ ଡ୍ର କରିଛି ଗିଲ୍ ବାହିନୀ । ବିଦେଶ ମାଟିରେ ଅନ୍ତିମ ଟେଷ୍ଟରେ ବିଜୟ ପରେ ଚାରିଆଡ଼ୁ ଛୁଟିଛି ପ୍ରଶଂସାର ସୁଅ । ଏଥିରେ ଯୋଡ଼ି ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ସେ ଏହି ମ୍ୟାଚ ବିଜୟ ଶ୍ରେୟ ୨ ଜଣ ଖେଳାଳିଙ୍କୁ ଦେଇଛନ୍ତି । ନିଜର ଟ୍ବିଟରରେ ପ୍ରଂଶସା କରିଛନ୍ତି ।
Great win by team india. Resilience and determination from Siraj and Prasidh has given us this phenomenal victory. Special mention to Siraj who will put everything on the line for the team. Extremely happy for him ❤️@mdsirajofficial @prasidh43
— Virat Kohli (@imVkohli) August 4, 2025
ଗିଲ୍ କିମ୍ବା ଜୟସ୍ବାଲ ନୁହେଁ ପ୍ରିସିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ସିରାଜଙ୍କ ମ୍ୟାଚ ବିଜୟ ପ୍ରକୃତ ହିରୋ ବୋଲି କହିଛନ୍ତି କୋହଲି । ସେ ପ୍ରଂଶସା କରିବା ସହ ଏକ ଟ୍ବିଟ୍ କରିଥିବା ଦେଖିବାକୁ ମିଳିଛି । ଓଭାଲ ଟେଷ୍ଟରେ ବୁମରାଙ୍କ ଅନୁପସ୍ଥିତିରେ ଦୁଇ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ପାଇଁ କୋହଲି କହିଛନ୍ତି କି, ଦୃଢ଼ ଇଛାଶକ୍ତି ପାଇଁ ମ୍ୟାଚ ବିଜୟୀ ହୋଇ ପାରିଛି ଭାରତ । ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ଭାରତକୁ ବିଜୟର ସ୍ବାଦ ଚଖାଇଛି । ରୁଟ୍ ଶତକୀୟ ପାଳି ଖେଳିଥିଲେ । ସେ କ୍ରିଜରେ ମହଜୁଦ ସମୟରେ ଇଂଲଣ୍ଡକୁ ବିଜୟ ପାଇଁ ମାତ୍ର ୩୭ ରନର ଆବଶ୍ୟକତା ରହିଥିଲା । ଇଂଲଣ୍ଡ ଏକତରଫା ଜିତିବ ବୋଲି ସମସ୍ତେ କହୁଥିଲେ । ମାତ୍ର ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଉଚ୍ଚକୋଟିର ପ୍ରଦର୍ଶନ ଇଂଲଣ୍ଡ ହାତରୁ ମ୍ୟାଚକୁ ଛଡ଼ାଇ ଆଣିଥିଲା ।