spot_img

Latest Posts

କିଏ ସେହି ଝିଅ ? ଯାହା ପାଇଁ ଜୋହରାନ ମମଦାନି ଟ୍ରମ୍ପଙ୍କୁ ଲଗାଇଲେ ଫୋନ୍, ICE ଏଜେଣ୍ଟ ତୁରନ୍ତ ଛାଡି ଦେଲେ

କିଏ ସେହି ଝିଅ ? ଯାହା ପାଇଁ ଜୋହରାନ ମମଦାନି ଟ୍ରମ୍ପଙ୍କୁ ଲଗାଇଲେ ଫୋନ୍, ICE ଏଜେଣ୍ଟ ତୁରନ୍ତ ଛାଡି ଦେଲେ

ନନ୍ଦିଘୋଷ ବ୍ୟୁରୋ: ନ୍ୟୁୟର୍କ ମେୟର ଜୋହରାନ ମମଦାନି ଜଣେ ଯୁବତୀଙ୍କ ମୁକ୍ତି ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ ଲଗାଇଲେ । ଆଉ ଏହି ଆଲୋଚନା ପରେ ପରେ ଏମ୍ଲିନା ଅଘାୟେଭା ନାମକ ଉକ୍ତ ଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିଦିଆଗଲା । ଏମ୍ଲିନା ଏହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେବା ସହ ତାଙ୍କୁ ମୁକ୍ତ କରିଦିଆଯାଇଥିବାର ସୂଚନା ଦେଇଛନ୍ତି । ଏହାସହ ଜେଲରୁ ବାହାରିବା ପରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ, ଏମ୍ଲିନାଙ୍କ ସୋସିଆଲ ମିଡିଆରେ ବହୁତ ଫଲୋଅର୍ସ ରହିଛନ୍ତି । ୨୬ ଫେବ୍ରୁଆରୀରେ ଏମ୍ଲିନା କିଛି ଘଣ୍ଟା ଆଇସିଇ ହେପାଜତରେ ଥିଲେ । ଏବେ ଏହି ଯୁବତୀଙ୍କୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି, କିଏ ଏହି ଯୁବତୀ ଯାହାଙ୍କ ପାଇଁ ମେୟର ରାଷ୍ଟ୍ରପତିଙ୍କୁ ଫୋନ୍ ଲଗାଇ ଦେଲେ ଓ ତାଙ୍କୁ ତୁରନ୍ତ ମୁକ୍ତି ମିଳିଗଲା ।

ଏମ୍ଲିନା କିଏ ?

ଏମ୍ଲିନା ଆମେରିକାର କଲୋମ୍ବିଆ ୟୁନିଭର୍ସିଟିରେ ପଢୁଛନ୍ତି । ତାଙ୍କର ସୋସିଆଲ ମିଡିଆରେ ଭଲ ଫଲୋଅର୍ସ ଅଛନ୍ତି । ଏହାସହ ସେ ଜଣେ ଇଫ୍ଲୁଏନ୍ସର ମଧ୍ୟ । ଏମ୍ଲିନା ଅଜରବାଇଜାନ ବାସିନ୍ଦା । ଏମ୍ଲିନା କହିଛନ୍ତି ତାଙ୍କର ଷ୍ଟୁଡେଣ୍ଟ ଭିସା ୨୦୧୬ରୁ ଶେଷ ହୋଇଯାଇଥିଲା । ଏହି କାରଣରୁ ଆଇସିଇ ତାଙ୍କୁ ଗିରଫ କରିଥିଲା । ସେ ୟୁନିଭର୍ସିଟିର ସ୍କୁଲ ଅଫ୍ ଜେନେରାଲ ଷ୍ଟଡିଜରେ ସିନିୟର ଅଛନ୍ତି । ଏହାସହ ନ୍ୟୁରୋସାଇନ୍ସ ଓ ପଲିଟିକାଲ ସାଇନ୍ସରେ ମେଜର କରୁଛନ୍ତି ।

ଜେଲରୁ ବାହାରିବା ପରେ ଏମ୍ଲିନା ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଅପଣମାନଙ୍କୁ ଧନ୍ୟବାଦ ଜଣାଉଛି । ମୁଁ କିଛି ସମୟ ପୂର୍ବରୁ ଜେଲରୁ ବାହାରିଛି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିଛି ସମୟ ପୂର୍ବରୁ ଯାହା ଘଟିଗଲା ତାକୁ ନେଇ ବହୁତ ଚିନ୍ତାରେ ପଡ଼ିଛି । ସୂଚନାଯୋଗ୍ୟ ସୋସିଆଲ ମିଡିଆରେ ଏମ୍ଲିନାଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।

Latest Posts

Don't Miss