ଅପରେସନ୍ ‘ବାଗଦାଦି’କୁ ବଙ୍କରରେ ପ୍ରଥମେ କିଏ କଲା ଟ୍ରାକ୍ ?

1 min read

ଆଇଏସଆଇଏସ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ବାଗଦାଦୀକୁ ହତ୍ୟା କରିଛି ଆମେରିକୀୟ ସେନା। ଆମେରିକା ସେନାର ମିଳିତ ଅପରେସନରେ ଅବୁ ବକର ଅଲ ବାଗଦାଦୀ ସହ ଦୁଇ ପତ୍ନୀ ଓ ତିନି ଜଣ ସନ୍ତାନ ମୃତ୍ୟୁ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମାତ୍ର ଏହି ସିକ୍ରେଟ  ଅପରେସନରେ ସାମ୍ନାକୁ ଆସିଛି ଏକ କୁକୁରର ଗୁରୁତ୍ୱପୂର୍ଣ୍ଣ ଭୂମିକା। ବାଗଦାଦୀକୁ ଟ୍ରାକିଂ କରିବା ଆମେରିକା ସେନା ପାଇଁ ମୁସ୍କିଲ ଥିବା ବେଳେ ଏହି କୁକୁର ହିଁ ଅନେକ ସାହାଯ୍ୟ କରିଥିଲା। ଯଦିଓ ଅପରେସନରେ କୁକୁରଟି ଆହତ ହୋଇଛି, ତଥାପି ଚିକିତ୍ସା ପରେ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଏବେ କୁକୁରର ଭୂମିକା ନେଇ ଟ୍ରମ୍ପ୍‌ ଟ୍ୱିଟ୍‌ କରିଛନ୍ତି। ତମାମ ଅପରେସନରେ ତା ଭୂମିକା ପାଇଁ ପ୍ରଶଂସା କରିଛନ୍ତି ଟ୍ରମ୍ପ୍‌। ଯଦିଓ କୁକୁର ନାଁ ଉଲ୍ଲେଖ କରିନାହାନ୍ତି, ତଥାପି ନିଜ ଟ୍ୱିଟରରେ ଫଟୋ ସହ ଖୁବ୍‌ ସାବାସି ଦେଇଛନ୍ତି। ବାଗଦାଦୀକୁ ଠାବ କରିବାଠୁ ନେଇ ହତ୍ୟା ପର୍ଯ୍ୟନ୍ତ କୁକୁରର ଭୂମିକା ଲାଗିରହିଥିଲା। ସୂଚନା ଅନୁଯାୟୀ, ସିରିଆର ଇଦଲିବ୍‌ ଅଞ୍ଚଳରେ ବାଗଦାଦୀକୁ ଘେରିଥିଲା ଆମେରିକା ସେନା । ତେବେ ଏତେ ସହଜରେ ବାଗଦାଦୀର ସନ୍ଧାନ ମିଳୁ ନଥିଲା। ସେତେବେଳେ ସେନାର ଏହି କୁକୁର ଅଲ ବାଗଦାଦୀକୁ ଏକ ବଙ୍କରରେ ଠାବ କରିଥିଲା। ଏହାପରେ କୁକୁର ସାହାଯ୍ୟରେ ପୂରା ବାଗଦାଦୀ ଫ୍ୟାମିଲିକୁ ଟ୍ରାକିଂ କରିବାକୁ ସକ୍ଷମ ହୋଇଥିଲା ଆମେରିକାର ସେନା। ତାପରେ ଚାରିପଟୁ ଘେରିଯାଇ ମିଳିତ ଅପରେସନ୍‌ ଆରମ୍ଭ କରିିଥିଲା ସେନା। ସେନାର ସଫଳ ଅପରେସନ୍‌ ପରେ ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫର ଅଧ୍ୟକ୍ଷ ଜେନେରାଲ ମାର୍କ ମିଲି ମଧ୍ୟ କୁକୁରର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଚିକିତ୍ସା ପରେ ମିଲିଟାରୀ କୁକୁରଟି ସଂପୂର୍ଣ୍ଣ  ସୁସ୍ଥ ହୋଇଥିବା କହିଛନ୍ତି ମାର୍କ ମିଲି । ଟ୍ରମ୍ପଙ୍କ ଟ୍ୱିଟ୍‌ ପରେ କୁକୁରର ଫଟୋ ବିଶ୍ୱବ୍ୟାପୀ ଭାଇରାଲ ହେବାର ଲାଗିଛି। ')}

Leave a Reply