କିଏ ଏହି ପାକିସ୍ତାନୀ କ୍ରିକେଟର ? ଯିଏ ୩୮ ବର୍ଷ ବୟସରେ ଟେଷ୍ଟରେ କଲେ ଡେବ୍ୟୁ..

ନନ୍ଦିଘୋଷ ବ୍ୟୁରୋ: ୩୮ ବର୍ଷ ବୟସରେ କ୍ରିକେଟରେ ଡେବ୍ୟୁ । ସେ ପୁଣି ଟେଷ୍ଟ କ୍ରିକେଟ ଆଉ ଆନ୍ତର୍ଜାତୀୟ ମ୍ୟାଚ୍ । ଶୁଣିଲା ବେଳକୁ ବିଶ୍ବାସ ହେଉନି ନାଁ । ବାସ୍ତବିକ କହିବାକୁ ଗଲେ ପାକିସ୍ତାନ କ୍ରିକେଟରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ରାଓ୍ବଲପିଣ୍ଡିରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ତେବେ ଏହି ମ୍ୟାଚରେ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିଛନ୍ତି କରିଛନ୍ତି ଆସିଫ୍ ଆଫ୍ରିଦ୍ । ଆସିଫ୍ଙ୍କୁ ଏବେ ୩୮ ବର୍ଷ ୨୯୯ ଦିନ । ଯେଉଁ ବୟସରେ କ୍ରିକେଟରମାନେ ଅବସର ନେବାକୁ ଚେଷ୍ଟା କରନ୍ତି ସେ ଏହି ବୟସରେ ଡେବ୍ୟୁ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ତେବେ ସେ ଦ୍ବିତୀୟ ବୟସ୍କ ପାକିସ୍ତାନୀ କ୍ରିକେଟର ଭାବେ ଏହି ରେକର୍ଡ କରସିଛନ୍ତି । ଘରୋଇ କ୍ରିକେଟରେ ଫିକ୍ସିଂ ସହ ଜଡ଼ିତ ଥିବା କାରଣରୁ ତାଙ୍କୁ ୨୦୨୨ରୁ ବ୍ୟାନ କରାଯାଇଥିଲା ।

ପରେ ସେ ଭୁଲ ମାଗିବା ପରେ ତାଙ୍କ ଉପରୁ ବ୍ୟାନ୍ ହଟିଥିଲା । ଆଉ ଏବେ ତାଙ୍କୁ ପାକିସ୍ତାନର ଟେଷ୍ଟ ଦଳର ପ୍ଲେଇଙ୍ଗ ୧୧ରେ ସ୍ଥାନ ମିଳିଛି । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ଭଲ ପ୍ରଦର୍ଶନ ରହିଛି । ୫୭ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୧୯୮ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଏହାସହ ସେ ୧୬୩୦ ରନ କରିଛନ୍ତି । ଏହାସହ ୬୦ଟି ଲିଷ୍ଟ-ଏ ମ୍ୟାଚ ଖେଳି ୮୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏହାସହ ୬୯୯ ରନ ମଧ୍ୟ କରିଛନ୍ତି । ଏହାସହ ସେ ପିଏସଏଲରେ ମଧ୍ୟ ଲାହୋର କଲନ୍ଦର ପକ୍ଷରୁ ଖେଳିଛନ୍ତି ।