ଭିଣେଇ ଟଙ୍କାରେ ଅତୁଲଙ୍କ ଶଳା ଆରମ୍ଭ କରିବାକୁ ଚାହୁଁଥିଲେ କ୍ଲାଉଡ୍ କିଚେନ, ଯେଉଁଥିପାଇଁ ଗଲା ଅତୁଲଙ୍କ ଜୀବନ
1 min readବେଙ୍ଗାଲୁରୁ: ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷ ମାମଲାରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅଭିଯୋଗ ଅନୁଯାୟୀ, ଅତୁଲଙ୍କ ପତ୍ନୀ ନିକିତା ସିଂହାନିଆ ତାଙ୍କ ମା’ଙ୍କ କଥାରେ ପଡି ତାଙ୍କୁ ୬୮ ଲକ୍ଷ ଟଙ୍କା ମାଗିଥିଲେ। ତାହା ବି କେବଳ ଭାଇଙ୍କ ବ୍ୟବସାୟ ଓ ଘର କିଣିବା ପାଇଁ। ଅତୁଲ ପ୍ରଥମେ ୧୬ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ନିକିତାଙ୍କ ଦାବି ଶେଷ ହେବାର ନାଁ ନେଉନଥିଲା। ତାଙ୍କଠାରୁ ଶ୍ୱସୁର ଘର ଲୋକ କେମିତି ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ,ସେବାବଦରେ ଅତୁଲ ଭିଡିଓରେ କହିଛନ୍ତି।
ଭିଡିଓରେ ଅତୁଲ କହିଛନ୍ତି, ବାପାଙ୍କ ମୃତ୍ୟୁ ପରେ ନିକିତା ଟଙ୍କା ମାଗିବା ଆରମ୍ଭ କରିଥିଲେ। ୨୦୨୦ ମେ ମାସରେ ନିକିତା ପ୍ରଥମେ ମୋଠାରୁ ୩ ଲକ୍ଷ ଟଙ୍କା ମାଗିଥିଲେ। ସେ ତାଙ୍କ ପରିବାର ସହ ପୋଷାକ ବ୍ୟବସାୟ କରିବାକୁ ଚାହୁଁଥିଲେ । ଦୋକାନ ପାଇଁ ଆଗୁଆ ସାମଗ୍ରୀ କିଣିବୁ ବୋଲି କହି ସେ ମୋତେ ଟଙ୍କା ମାଗିଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୋ ପାଖରେ ଟଙ୍କା ନାହିଁ ।
କିନ୍ତୁ ସେମାନେ ପରବର୍ତ୍ତୀ ବର୍ଷ ପାଇଁ ଦୋକାନର ସାମଗ୍ରୀ କିଣିବା ପାଇଁ ମୋ ଉପରେ ବାରମ୍ବାର ଚାପ ପକାଉଥିଲେ ବୋଲି ଅତୁଲ ଭିଡିଓରେ କହିଛନ୍ତି । ମାର୍ଚ୍ଚ ୨୦୨୧ରେ ସେ ପୁଣି ଥରେ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ବି ସେ ନିକିତାଙ୍କୁ ୯ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ୨୦୨୧ ଏପ୍ରିଲରେ ୪ ଲକ୍ଷ ଟଙ୍କା ପଠାଯାଇଥିଲା। ଅର୍ଥାତ୍ ନିକିତାଙ୍କ ପିତାମାତାଙ୍କୁ ମୋଟ ୧୬ ଲକ୍ଷ ଟଙ୍କା ଅତୁଲ ଦେଇଥିଲେ। ତା’ପରେ ହଠାତ୍ ସେମାନେ ମୋତେ ୫୦ ଲକ୍ଷ ଟଙ୍କା ମାଗିଥିଲେ ବୋଲି ଅତୁଲ ଭିଡିଓରେ ଦାବି କରିଛନ୍ତି ।
ବାସ୍ତବରେ ନିକିତାଙ୍କ ପରିବାର ପୂର୍ବରୁ ଯେଉଁ ଅଞ୍ଚଳରେ ରହୁଥିଲେ, ତାହା ଏତେ ଭଲ ନଥିଲା। ଅତୁଲଙ୍କ ଅନୁସାରେ ତାଙ୍କ ଶ୍ୱସୁର ଘର ଲୋକ ଏକ ଭଲ ସ୍ଥାନ (ଜୌନପୁରର ମୁଖ୍ୟ ବଜାର)ରେ ଘର କିଣିବାକୁ ଚାହୁଁଥିଲେ। ଶାଳକ ପୀୟୂଷ ଓ ଅନୁରାଗ ସିଂହାନିଆ ସେହି ଅଞ୍ଚଳରେ ରହିବାପାଇଁ ଚାହୁଁ ନଥିଲେ। ସେଥିପାଇଁ ନିକିତା ଟଙ୍କା ପଠାଇବା ପାଇଁ ମୋ ଉପରେ ଚାପ ପକାଉଥିଲେ। ଯାହାଦ୍ୱାରା ମୋ ଟଙ୍କାରେ ସେମାନେ ଭଲ ସ୍ଥାନରେ ଘର କିଣିପାରିବେ । ତାହା ବି ସେହି ସ୍ଥାନରେ ଯେଉଁଠି ତଳେ ଦୋକାନ ଥିବ ଏବଂ ଉପରେ ଘର ଥିବ । ନିକିତା,ଅତୁଲଙ୍କୁ କହିଥିଲେ ଯେ, ସେମାନେ ଗୋଟିଏ ୧ କୋଟି ଟଙ୍କାର ଘର ଦେଖିଛନ୍ତି । ତୁମେ ୫୦ ଲକ୍ଷ ପଠାଅ। ଆମେ ବାକି ବ୍ୟବସ୍ଥା କରିବୁ।
ଅତୁଲଙ୍କ ଅନୁସାରେ ସେ ପ୍ରଥମେ ପୂର୍ବରୁ ଦେଇଥିବା ଟଙ୍କା ଫେରାଇବାକୁ କହିଥିଲେ । କାରଣ ବ୍ୟବସାୟରେ ଆମେ ୧୦ ଲକ୍ଷ ଲାଭ ହେଉଥିବା କଥା ତାଙ୍କୁ ନିକିତା କହିଥିଲେ । କିନ୍ତୁ ନିକିତାଙ୍କ ପରିବାର ଲୋକ କହିଥିଲେ ଯେ, ଆମେ ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛୁ। ବାକି ଘର କିଣିବା ପରେ ଆୟ ୫୦ ଲକ୍ଷ ଟଙ୍କା ହେବ। ଅତୁଲ କିନ୍ତୁ ମୁଁ ଟଙ୍କା ଦେବାକୁ ସ୍ପଷ୍ଟ ମନା କରିଦେଇଥିଲେ । ତେଣୁ ଉଭୟ ପତ୍ନୀ ଓ ଶାଶୂ ତାଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲେ। ଅତୁଲଙ୍କ ଅନୁସାରେ ,ଏପ୍ରିଲ ୨୫, ୨୦୨୧ରେ ସେମାନେ ମୋତେ ଦେଢ଼ ଲକ୍ଷ ଟଙ୍କା ଫେରାଇଥିଲେ। ସେତେବେଳେ ମୁଁ କହିଲି ଯେ ମୁଁ ମୋର ସମସ୍ତ ଟଙ୍କା ଚାହୁଁଛି । ଏହା ଉପରେ ଶାଶୂ କହିଥିଲେ ନିକିତା ନୂଆ କମ୍ପାନୀରୁ ରୋଜଗାର କରୁଥିବା ଟଙ୍କା ତୁମକୁ ଦେବ ।
ଅନୁରାଗଙ୍କ ବ୍ୟବସାୟ
ଭିଡିଓରେ ଅତୁଲ କହିଛନ୍ତି ଯେ, ତାଙ୍କ ଶ୍ୱଶୁର ଘର ଲୋକ ଚାହୁଁଥିଲେ ଯେ, ମୁଁ ଅନୁରାଗ ସିଂହାନିଆଙ୍କୁ ବେଙ୍ଗାଲୁରୁ ନିମନ୍ତ୍ରଣ କରିବି। ତାଙ୍କୁ ମୋ ସହିତ ରଖିବି। ସେ ଏଠାରେ ଏକ କ୍ଲାଉଡ୍ କିଚେନ (ଜୋମାଟୋ-ସ୍ୱିଗି) ଆରମ୍ଭ କରିବାକୁ ଚାହୁଁଥିଲେ। ସେମାନେ ଚାହୁଁଥିଲେ ଯେ ମୁଁ ଏଥିପାଇଁ ବିନିଯୋଗ କରିବି । ମୁଁ ଏହାକୁ ମନା କରିଦେଲି । ତା’ପରେ ମୋ ଶାଶୂ ଆମ ଘରକୁ ଆସିଲେ। ସେ କହିବା ଆରମ୍ଭ କଲେ ଯେ କରୋନାରେ ମୋତେ ନିଶ୍ୱାସ ନେବାରେ ଅସୁବିଧା ହେଉଛି । ଯେତେବେଳେ ଆମେ ତାଙ୍କୁ ଯାଞ୍ଚ କଲୁ, ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା। ତାଙ୍କର କୌଣସି ରୋଗ ନଥିଲା। ଏହା କେବଳ ଏକ ଡ୍ରାମା ଥିଲା। କାରଣ ଏଠାକୁ ଆସିବା ପରେ ସେ ଆଉ କିଛି କରିବାକୁ ଯାଉଥିଲେ।
ଏଠାରେ ପୁଣି ସେ ମୋଠାରୁ ଟଙ୍କା ମାଗିବା ଆରମ୍ଭ କଲେ । ନିକିତା ଯେଉଁ ଟଙ୍କା ରୋଜଗାର କରିବେ ତାହା ଉପରେ ଆମର ଅଧିକାର ଅଛି ବୋଲି ସେ କହିବା ଆରମ୍ଭ କରିଥିଲେ। ଆମେ ତାଙ୍କୁ ପାଠ ପଢାଇଛୁ। ସେଥିପାଇଁ ସେ ଆମକୁ ଟଙ୍କା ଦେବେ। ତୁମକୁ ନହେଁ । ମୁଁ ଏହାକୁ ବିରୋଧ କରିଥିଲି। ସେମାନଙ୍କ ଚାପରେ ପରେ ଏଥିରେ ମୁଁ ରାଜି ବି ହୋଇଥିଲି ଯେ ମୁଁ ଅନୁରାକୁ ମୋ ଘରକୁ ଡାକିବି। ମୁଁ ତାଙ୍କ ଷ୍ଟାର୍ଟଅପ୍ ରେ ମଧ୍ୟ ତାଙ୍କୁ ସାହାଯ୍ୟ କରିବି। କିନ୍ତୁ ପ୍ରଥମେ ମୋର ପୁରୁଣା ଟଙ୍କା ଫେରାଇ ଦିଅନ୍ତୁ। ୨୦୨୧ ମେ’ ୧୪ ତାରିଖରେ ସେମାନେ ହଠାତ୍ ଜୌନପୁର ଫେରିଥିଲେ। ରାସ୍ତାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ମୁଁ ତାଙ୍କୁ ଏକ କ୍ୟାବ୍ ବୁକ୍ କରିଥିଲି। କିନ୍ତୁ ଘରକୁ ଫେରିବା ମାତ୍ରେ ନିକିତା ମୋ ବିରୋଧରେ ମାମଲା ରୁଜୁ କରିଥିଲେ।