’ଗୁଗୁଲ ବୟ’ଙ୍କ ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହେଲେ ଅମିତାଭ, ଜାଣନ୍ତୁ ବିରାଟଙ୍କ ସମ୍ପର୍କରେ ଅଜଣା କଥା

ନୂଆଦିଲ୍ଲୀ: ’କୈନ ବନେଗା କରୋଡ ପତି’ରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଉଡିଲା ହୋସ୍ । ୮ ବର୍ଷର ଗୁଗୁଲ ବୟର ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହେଲେ ବିଗ୍ ବି । ‘କୌନ୍ ବନେଗା କରୋଡପତି ଜୁନିୟରସ’ରେ ଅନେକ ପିଲାମାନେ ଭାଗ ନେଉଛନ୍ତି। ସମସ୍ତ ପିଲାମାନେ କେହି କାହାଠାରୁ କମ୍ ନୁହଁନ୍ତ । ସେମାନଙ୍କର ପ୍ରିତିଭା ଏବଂ ଜ୍ଞାନ ଦେଖି ବିଗ୍ ବି ଙ୍କ ସହ ପୁରା ଦେଶ ଆଶ୍ଚର୍ଯ୍ୟ ହୋଇଛି। ସୋ’ର ଗୋଟିଏ ଏପିସୋଡରେ ‘ଗୁଗୁଲ ବୟ’  ବିରାଟ ଆୟର ଆସିଥିଲେ। ବିରାଟଙ୍କ ସ୍ମରଣ ଶକ୍ତି, ବିଚିକ୍ଷଣ ବୃଦ୍ଧି ଏବଂ ପ୍ରଶ୍ନର ଉତ୍ତର ଫଟାଫଟ୍ ଦେବା ଦେଖି ବିଗ୍ ବି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ।

ବିରାଟଙ୍କ ବିଷୟରେ ଯେତେବେଳେ ତାଙ୍କ ମା’ଙ୍କୁ ପଚାରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ, ବିରାଟର ସ୍ମରଣ ଶକ୍ତି ଅନ୍ଯ ପିଲାଙ୍କ ଠାରୁ ଭିନ୍ନ । ସେ ବହୁତ୍ ଜଲଦି ମନେ ରଖିବା ସହ ଅନେକ ଆଶ୍ଚର୍ଯ୍ୟ ହେଲା ଭଳି କାର୍ଯ୍ୟ କରିଥାନ୍ତି ।  ୬ ବର୍ଷରୁ ଜଣାପଡିଥିଲା ଯେ, ବିରାଟଙ୍କ ପ୍ରଖର ସ୍ମରଣ ଶକ୍ତି ଅଛି । ଏହା ଭଗବାନଙ୍କ ବରଦାନ ବୋଲି କହିଛନ୍ତି ବିରାଟଙ୍କ ମାଆ ।

ସୋ’ରେ ବିରାଟଙ୍କ ସ୍କୁଲ ଶିକ୍ଷୟୀତ୍ରୀଙ୍କୁ ପଚାରା ଯିବାରୁ ସେ ବିରାଟଙ୍କ ପ୍ରଂଶସା କରିଥିଲ । ଶିକ୍ଷୟତ୍ରୀ କହିଥିଲେ କି ବିରାଟ ବହୁତ ଶୀଘ୍ର ସବୁ ଜିନିଷ ମନେ ରଖିଦବା ସହ ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଦେଇଥାନ୍ତି । ସ୍କୁଲରେ ବିରାଟ୍ ’ଗୁଗୁଲ ବୟ’ ନାମରେ ପରିଚିତ । ବିରାଟ ପାଠ ପଢା ସହ ଚେସ୍ ଏବଂ ସଙ୍ଗୀତରେ ମଧ୍ୟ ମାହିର ଅଟନ୍ତି । ମାତ୍ର ୮ ବର୍ଷ ବୟସରେ ୩୦ଟି ଷ୍ଟେଟ୍ ଆୱାର୍ଡ ଜିତିଛନ୍ତି । ଏବଂ ବିରାଟ ବଡ ହୋଇ ଚେସରେ ଗ୍ରାଣ୍ଡ ମାଷ୍ଟର ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ।