ୟୁକ୍ରେନକୁ କିଏ କରୁଛି ସାହାଯ୍ୟ ? ଯୁଦ୍ଧ ପାଇଁ କେଉଁଠୁ ଆସୁଛି ଅସ୍ତ୍ର…

1 min read

କିଭ୍: ୟୁକ୍ରେନରେ ଗତ ୧୩ଦିନ ଧରି ଆକ୍ରମଣ କରୁଛି ଋଷ୍ । ମିସାଇଲ ହମଲା, ରକେଟ ଆଟାକ ସହ ଘନ ଘନ ବୋମାମାଡ଼ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଋଷ ସୈନିକଙ୍କ ଆକ୍ରମଣ ସତ୍ତ୍ୱେ ୟୁକ୍ରେନର ଅନେକ ବଡ଼ ସହରକୁ ନିଜ କବଜାକୁ ନେଇପାରିନି ଋଷ୍ । ପଶ୍ଚିମ ୟୁକ୍ରେନରେ ଏବେ ବି ୟୁକ୍ରେନ ସୈନ୍ୟଙ୍କ ଦବଦବା ରହିଛି । ବିଶ୍ବର ଅଧାରୁ ଅଧିକ ଦେଶ ନିଜ ରାଷ୍ଟ୍ରର ସୁରକ୍ଷା ପାଇଁ ଋଷ୍ ଠାରୁ ଅସ୍ତ୍ରଶସ୍ତ୍ର କିଣିଥାନ୍ତି । ହେଲେ ୟୁକ୍ରେନ ସହ ଯୁଦ୍ଧକୁ ଦୁଇ ସପ୍ତାହ ହେବକୁ ଥିବା ବେଳେ ଏ ପର୍ଯ୍ୟନ୍ତ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି ।

ରାଜଧାନୀ କଭ୍ ଓ ଦ୍ୱିତୀୟ ବୃହତ ସହର ଖାରକିବ ମଧ୍ୟ ୟୁକ୍ରେନ ଅକ୍ତିଆରରେ ରହିଛି । ଚେର୍ନିବିଲ ଓ ସୁମି ଭଳି କେତୋଟି ସହରକୁ ଛାଡ଼ିଲେ ଅନ୍ୟ ସମସ୍ତ ସହର ୟୁକ୍ରେନ ହାତରେ ରହିଛି । ତେବେ ଋଷ ସେନା ଆଗରେ ଲଗାତାର ଦୁଇ ସପ୍ତାହ ଧରି କେମିତି ଯୁଦ୍ଧ ଲଢୁଛନ୍ତି ୟୁକ୍ରେନ ସୈନ୍ୟ ? ୟୁକ୍ରେନ ସେନାକୁ କିଏ କରୁଛି ସିକ୍ରେଟ ସପୋର୍ଟ ? ଆମେରିକୀୟ ନ୍ୟୁଜ୍ ଏଜେନ୍ସି ସିଏନଏନ ରିପୋର୍ଟ ମୁତାବକ, ଋଷ ସହ ଯୁଦ୍ଧ ପାଇଁ ୟୁକ୍ରେନକୁ ଅନେକ ଘାତକ ଅସ୍ତ୍ରଶସ୍ତ୍ର ଯେଗାଣ ଜାରି ରହିଛି । ଆମେରିକା ସମେତ ଅନେକ ପଶ୍ଚିମ ଦେଶ ସିକ୍ରେଟ ଅଡ୍ଡା ଦେଇ ୟୁକ୍ରେନକୁ ସିକ୍ରେଟ ସୈନ୍ୟ ପଠାଇବା ସହ ଗୁପ୍ତ ଏୟାର ରୁଟର ବ୍ୟବହାର ମଧ୍ୟ କରୁଛନ୍ତି ।

NATO ୟୁକ୍ରେନକୁ ସହାଯ୍ୟ କରୁ ନଥିବା ବେଳେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନକୁ ସହଯୋଗ କରିଆସୁଛନ୍ତି ।  ୟୁକ୍ରେନକୁ ଦିଆଯାଉଥିବା ଗୁପ୍ତ ସହଯୋଗକୁ ନେଇ ପଶ୍ଚିମୀ ରାଷ୍ଟ୍ରଗୁଡ଼ିକୁ ଚେତାବନୀ ଦେଇଛି ଋଷ୍ । ଏ ନେଇ ଋଷ ୩୧ ଶତ୍ରୁ ରାଷ୍ଟ୍ରଙ୍କ ତାଲିକା ପ୍ରସ୍ତୁତ କରିଛି । ଏଥିରେ ଆମେରିକା, ବ୍ରିଟେନ ସମେତ ୟୁକ୍ରେନର ଅନେକ ପଡୋଶୀ ରାଷ୍ଟ୍ରଙ୍କ ନାଁ ସାମିଲ ରହିଛି ।