ହାଇଦର ଫେରାର୍ ପଛରେ ପରିବାର ! କଟକ ସହ ସଂଲଗ୍ନ ଜିଲ୍ଲାରେ ପୋଲିସର ରେଡ୍

1 min read
Who Helped Gangster Haider For Absconding From SCB Medical

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ପଛରେ କିଏ ? କେମିତି ଏସସିବି ମେଡିକାଲରୁ ଫେରାର୍ ହେଲା ହାଇଦର ? ଏବେ ହାଇଦରକୁ ଖୋଜୁଛି ପୋଲିସ । କଟକର ସମସ୍ତ ପଏଣ୍ଟକୁ ପୋଲିସ ସିଲ୍ କରି ଦେଇଛି । କଟକକୁ ଲାଗି ରହିଥିବା ଜିଲ୍ଲା ପୋଲିସକୁ ମଧ୍ୟ ଏନେଇ ସୂଚନା ଦେଇଛି କଟକ ପୋଲିସ । ଏସସିବିରେ ହାଇଦରକୁ ଜଗିବା ପାଇଁ ମୁତୟନ ସୁରକ୍ଷାକର୍ମୀ ଅଚେତ ଅବସ୍ଥାରେ ମିଳିଛନ୍ତି । ଏସସିବିର ସର୍ଜରୀ ବିଭାଗରେ ଗତ ୧୨ ଦିନ ହେଲା ଚିକିତ୍ସିତ ହେଉଥିଲେ ।

Who Helped Gangster Haider For Absconding From SCB Medical

ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ପରେ ପୋଲିସ ତତ୍ପରତା ପ୍ରକାଶ କରି ବିଭିନ୍ନ ସ୍ଥାନରେ ରେଡ୍ କରିଛି । ହାଇଦରକୁ ମେଡିସିନ୍ ଦେବାକୁ ଯାଇଥିବା ଷ୍ଟାଫ ନର୍ସ ମାନସୀରାଣୀ ପାଣି ନନ୍ଦିଘୋଷ ଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି । ଆଜି ଅପରାହ୍ମରେ ୨ଟା ବେଳେ ବିରିଆନି ମାଗିଥିଲା ହାଇଦର । ସେହି ସମୟରେ ପରିବାର ଲୋକଙ୍କ ସହ ପୋଲିସ ଥିଲା । ଅପରାହ୍ମ ୪ଟା ୩୦ରେ ଇଞ୍ଜେକସେନ୍ ନେଇଥିଲା ହାଇଦର । ପ୍ରାୟ ୫ଟା ୩୦ ବେଳେ ଆଉ ଏକ ଇଞ୍ଜେକ୍ସନ୍ ଦେବାକୁ ଯାଇଥିଲେ ଷ୍ଟାଫ ନର୍ସ ।

ଏଥିସହ ପଢ଼ନ୍ତୁ- ଖାଦ୍ୟରେ ପୋଲିସକୁ ନିଶା ଦେଇ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍

ସେତେବେଳେ ପୋଲିସ କର୍ମଚାରୀ ଜଣଙ୍କ ଅଚେତ୍ ଅବସ୍ଥାରେ ମିଳିଥିଲେ । କ୍ୟାବିନ୍ ଦେଖିବା ବେଳକୁ ହାଇଦର ନଥିଲା । ଦେଖା କରିବାକୁ ଆସିଥିବା ୪ରୁ ୫ ଜଣ ପରିବାର ସଦସ୍ୟ ମଧ୍ୟ ହାଇଦରର ସବୁ ଜିନିପତ୍ର ନେଇ ପଳାଇଥିଲେ । ଷ୍ଟାଫ ନର୍ସ ଜଣଙ୍କ ଫାଣ୍ଡିକୁ ଜଣାଇଥିଲେ । ତେବେ ସର୍ଜରୀ ବିଭାଗରେ ଚିକିତ୍ସିତ ଅସୁସ୍ଥ ହାଇଦର ଦେଖା କରିବାକୁ ଆସିଥିବା ପରିବାର ସଦସ୍ୟଙ୍କ ସହଯୋଗରେ ଫେରାର୍ ହୋଇଯାଇଥିବା କୁହାଯାଉଛି ।

Leave a Reply