କରୋନା କାଳରେ ଇବୋଲା ସଂକ୍ରମଣ, ୪ ମୃତ

1 min read

ସେନେଗାଲ: କେନ୍ଦ୍ରୀୟ ଆଫ୍ରିକାର କୋଙ୍ଗୋରେ ମାରାତ୍ମକ ଇବୋଲା ଭାଇରସ୍ ସଂକ୍ରମଣ ମାମଲା ସାମନାକୁ ଆସିଛି । କୋଙ୍ଗୋ କରୋନା ଭାଇରସ୍ ଯୁଝୁଥିବା ବେଳେ ଇବୋଲା ସଂକ୍ରମଣ ଚିନ୍ତା ଆହୁରି ବଢ଼ାଇ ଦେଇଛି । କଙ୍ଗୋର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ମାଣ୍ଡବାକାରେ ଇବୋଲା ଭାଇରସ ସଂକ୍ରମଣ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ୧.୨ ମିଲିୟନ୍ ଜନସଂଖ୍ୟା ବିଶିଷ୍ଟ ମାଣ୍ଡବାକା ସହରରେ ଇବୋଲା ସଂକ୍ରମଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ମଧ୍ୟ ସ୍ୱୀକାର କରିଛି ।

୨ ମାସ ତଳେ କୋଙ୍ଗୋ ନିଜକୁ ଇବୋଲା ମୁକ୍ତ ଘୋଷଣା କରିଥିଲା । ୨ ବର୍ଷ ତଳେ ଇବୋଲାରେ କୋଙ୍ଗୋରେ ପ୍ରାୟ ୨ ହଜାର ୨୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ନୂଆ ସଂକ୍ରମଣ ମାମଲା ଆସିବା ପରେ ଏହା ସଂକ୍ରମଣର ଅନ୍ତିମ ପର୍ଯ୍ୟାୟ ବୋଲି କୁହାଯାଉଛି ।

କୋଙ୍ଗା ରାଜଧାନୀ କିନ୍ସହାସାରେ ୩ ହଜାର ୪୯ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୭୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ, ଟେଷ୍ଟିଂ ହାର କମ୍ ଥିବାରୁ ସଂକ୍ରମିତ ମାମଲା ଅଳ୍ପ ରହିଛି ।

Leave a Reply