କେତେ ଭୟାନକ JN.1 ଭାରିଆଣ୍ଟ; ଜାଣନ୍ତୁ କ’ଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ…
1 min read
ନୂଆଦିଲ୍ଲୀ: ପୁଣିଥରେ କାୟା ବିସ୍ତାର କରୁଛି କରୋନା। କରୋନା ଭାଇରସର ନୂଆ ଭାରିଆଣ୍ଟ JN.1 ଏବେ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରୁଛି। ଭାରତରେ କେରଳର ସବ ଭାରିଆଣ୍ଡ JN.1 ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ଥଣ୍ଡା ଜନିତ ସମସ୍ତ ରୋଗ ଉପରେ ନଜର ରଖିବାକୁ ସତର୍କତା ଜାରି କରିଛନ୍ତି। ସବୁ ରାଜ୍ୟ ଏ ନେଇ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।
ଏସବୁ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡର ନୂଆ ଭାରିଆଣ୍ଟ JN.1କୁ ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ଭାବେ ଚିହ୍ନଟ ତଥା ବର୍ଗୀକରଣ କରିଛି। ତେବେ ଏହି ଭାରିଆଣ୍ଟର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏତେଟା ବିପଦ ନାହିଁ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ନୂଆ ଭାରିଆଣ୍ଟ JN.1କୁ ନେଇ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ବିପଦ କମ ରହିଥିବା ଜଣାପଡିଛି।
ବର୍ତ୍ତମାନ କୋଭିଡର ମୁକାବିଲା ନେଇ ଦିଆଯାଉଥବା ଟୀକା ଏହି ଭାରିଆଣ୍ଟ ଉପରେ ଫଳପ୍ରଦ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏହି ଟୀକା କୋଭିଡର ସମସ୍ତ ଭାରିଆଣ୍ଟକୁ ନେଇ ସୃଷ୍ଟି ହେଉଥିବା ଗମ୍ଭୀର ସ୍ଥିତି ଏବଂ ମୃତ୍ୟୁରୁ ରକ୍ଷା କରିବାରେ ସମର୍ଥ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ପୂର୍ବରୁ କରୋନାର ନୂଆ ଭାରିଆଣ୍ଟକୁ ନେଇ ସଦସ୍ୟ ରାଷ୍ଟ୍ରକୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲା ଡବ୍ଲୁଏଚଓ।