WHO ମୁଖ୍ୟ ହିନ୍ଦୀରେ ଟ୍ୱିଟ୍ କରି ଭାରତକୁ ଧନ୍ୟବାଦ କହିଲେ, ଜାଣନ୍ତୁ କ’ଣ ପାଇଁ

1 min read
Has Coronavirus Killed Flu Influenza Cases Nosedive By 98 Percent

ନୂଆଦିଲ୍ଲୀ: କରୋନାର କାୟାରେ ପୁରା ବିଶ୍ୱ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି କରୋନା ଭୂତାଣୁ । ସରଳ ଜୀବନ ଏବେ କରୋନା ପାଇଁ ଜଟିଳ ହୋଇପଡ଼ିଛି । ସାରା ବିଶ୍ୱରେ କରୋନା ଭାଇରସ୍ ପ୍ରତିଷେଧକ ଟିକାର ତିଆରି ପାଇଁ ଯୁଦ୍ଧ ଚାଲିଛି । କୋଭିଡ -୧୯ ମହାମାରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ସମୟରେ WHOର ମୁଖ୍ୟ ଟେଡ୍ରୋସ ଏଡେନମ ହିନ୍ଦୀରେ ଟ୍ୱିଟ କରି ଭାରତକୁ ଧନ୍ୟବାଦ ଜଣାଇଛନ୍ତି । କରୋନା ଭ୍ୟାକ୍ସିନର ଉପଲବଧତା ଏବଂ ବିତରଣ ପାଇଁ ଏଭଳି ଟ୍ୱିଟ କରିଛନ୍ତି WHOର ମୁଖ୍ୟ ।

WHO ମୁଖ୍ୟ କହିଛନ୍ତି କୋଭିଡ -୧୯ ପ୍ରସଙ୍ଗରେ ବୌଦ୍ଧିକ ସମ୍ପତ୍ତି ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ପରାମର୍ଶ ଦେଇଥିବାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ଧନ୍ୟବାଦ । ଯାହାଫଳରେ ଟିକା, ଔଷଧ ଇତ୍ୟାଦି କମ୍ ମୂଲ୍ୟରେ ଉପଲବ୍ଧ ହୋଇପାରିବ । ଏହା ଏକ ପ୍ରଶଂସନୀୟ ପଦକ୍ଷେପ ।

ଅକ୍ଟୋବର ଆରମ୍ଭରେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନକୁ ଏକ ଚିଠି ଲେଖିଥିଲା । ଏହି ଚିଠି ମାଧ୍ୟମରେ କହିଥିଲା​​ଯେ ବିକାଶଶୀଳ ଦେଶମାନଙ୍କ ପାଇଁ କୋଭିଡ ୧୯ ଟିକାର ଉତ୍ପାଦନ ତଥା ଆମଦାନୀକୁ ସରଳ କରିବା ପାଇଁ ବୌଦ୍ଧିକ ନିୟମ ସ୍ୱଳ୍ପକାଳୀନ ଅଟେ । ଏହି ପରିପ୍ରେକ୍ଷୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଡବ୍ଲ୍ୟୁଟିଓକୁ ଚିଠି ଲେଖିଛନ୍ତି । ଅକ୍ଟୋବର ୨ରେ ଆଉ ଏକ ଚିଠି ମଧ୍ୟମରେ ବୌଦ୍ଧିକ ସମ୍ପତ୍ତି ଅଧିକାରର ବାଣିଜ୍ୟ ସମ୍ବନ୍ଧୀୟ ଦିଗ ଉପରେ ଚୁକ୍ତିନାମାର କିଛି ଅଂଶ ଛାଡ କରିବାକୁ ଦୁଇ ଦେଶ ଡବ୍ଲୁଟିଏଚଓକୁ ଆହ୍ୱାନ କରିଛନ୍ତି । ଏହା ସର୍ବଭାରତୀୟ ସ୍ତରରେ ପେଟେଣ୍ଟ, ଟ୍ରେଡ୍ ମାର୍କ, କପିରାଇଟ୍ ଏବଂ ଅନ୍ୟାନ୍ୟ ବୌଦ୍ଧିକ ଗୁଣଧର୍ମ ନିୟମକୁ ନିୟନ୍ତ୍ରଣ କରିଥାଏ ।

Leave a Reply