କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ କ୍ୱାରେଣ୍ଟାଇନରେ WHOର ମୁଖ୍ୟ

1 min read

ନୂଆଦିଲ୍ଲୀ: କ୍ୱାରେଣ୍ଟାଇନରେ ଗଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଂଗରୋଧରେ ଅଛନ୍ତି WHO ମୁଖ୍ୟ ଟେଡ୍ରସ୍ ଆଧାନମ୍ । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି  । ସେ ନିଜ ପରୀକ୍ଷା କରାଇବା ସହ ଘରେ ରହି କାମ କରୁଛନ୍ତି । ଏଥି ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନିଜର ପରୀକ୍ଷା କରାଇବା ସହ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏବେ ତାଙ୍କ ଠାରେ କୌଣସି କରୋନା ଲକ୍ଷଣ ଦେଖାଯାଉନି, କିନ୍ତୁ ସେ ନିଜ ସୁରକ୍ଷାଗତ କାରଣରୁ ସଂଗରୋଧରେ ଥିବା କହିଛନ୍ତି । କରୋନା ଜୀବାଣୁ ସାରା ବିଶ୍ୱରେ ୬୦ ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛନ୍ତି। ଏଥି ସହିତ, ଡିସେମ୍ବର ୨୦୧୯ରେ ପ୍ରଥମେ ଦେଖାଦେଇଥିବା ଏହି ଭୂତାଣୁ ଯୋଗୁଁ ବିଶ୍ୱରେ ୧୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱ ସଂଗରୋଧ ସପକ୍ଷରେ ଯୁକ୍ତି ବାଢିଥିବାବେଳେ WHO ପ୍ରଥମେ ପ୍ରଥମେ ଏହାକୁ ଗ୍ରହଣ କରୁନଥିଲା । ମାତ୍ର ପରେ ଲକଡାଉନ୍ ଓ ସଟଡାଉନର ସକରାତ୍କ ପ୍ରତିକ୍ରିୟା ଦେଖିବା ପରେ ଏହାକୁ ଗ୍ରହଣ କରାଯାଯାଇଥିଲା । ବିଗତ ଦିନରେ WHO ମୁଖ୍ୟ ଡ଼ ଟେଡ୍ରସ ଲକଡାଉନ୍ କଟକଣାକୁ ଅତ୍ୟଧିକ କୋହଳ ନକରିବା ପାଇଁ ୟୁରୋପୀୟ ଦେଶଗୁଡିକୁ ପରାମର୍ଶ ଦେଇଥିଲେ ।

Leave a Reply