spot_img

Latest Posts

ଆମେରିକାର ଦାବିକୁ ଖଣ୍ଡନ କଲା WHO, କହିଲା ଏଇଠୁ ଆସିଛି କରୋନା…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ପରିସ୍ଥିତିର ମୁଖ୍ୟ ଡାକ୍ତର ମାଇକେଲ ରୟାନଙ୍କ ଅନୁସାରେ,   କରୋନା ଭାଇରସର ଉତ୍ପତ୍ତି ପ୍ରାକୃତିକ  । ଏନେଇ WHO  ନିଶ୍ଚିତ ବୋଲି  ସେ କହିଛନ୍ତି ।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପରେ ସେ ଏହା କହିଛନ୍ତି । କରୋନା ଭାଇରସର ଉତ୍ପତି ଉହାନ ଲାବ୍ରୋଟୋରିରୁ ବୋଲି ନିକଟରେ  ଟ୍ରମ୍ପ କହିଥିଲେ । ଏନେଇ ତାଙ୍କ ପାଖରେ ପ୍ରମାଣ ଅଛି ବୋଲି ସେ ମଧ୍ୟ ଦାବି କରିଥିଲେ ।  ରିୟାନ୍ କହିଛନ୍ତି ଯେ WHO ବାରମ୍ବାର ଏନେକ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛି, ଯେଉଁମାନେ କି  ଭାଇରସର ଜିନ୍ କ୍ରମ ଦେଖିଛନ୍ତି ଏବଂ ଏଥିରୁ ଆମେ ବୁଝୁଛୁ ଯେ ଏହି ଭୂତାଣୁ ଉତ୍ପତି ପ୍ରାକୃତିକ ଉପାୟରେ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଭାଇରସ୍ ସହିତ ପ୍ରାକୃତିକ ହୋଷ୍ଟକୁ ଚିହ୍ନଟ କରିବା ନିହାତି ଆବଶ୍ୟକ । ଯାହା ଦ୍ୱାରା ଏହା ବିଷୟରେ ଅଧିକ ସୂଚନା ମିଳିପାରିବ ଏବଂ ଭବିଷ୍ୟତରେ ଏପରି ବିପଦରୁ ବଞ୍ଚି ପାରିବା ।

ଚୀନ୍ ଉପରେ ରାଗିଛନ୍ତି ଟ୍ରମ୍ପ

ଗୁରୁବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଚୀନ୍‌ର ଭାଇରୋଲୋଜି ପ୍ରତିଷ୍ଠାନରୁ କରୋନା ଭୂତାଣୁ ଉତ୍ପନ୍ନ ହୋଇଛି ବୋଲି ସେ ନିଶ୍ଚିତ ଅଛନ୍ତି । ଟ୍ରମ୍ପ ବାରମ୍ବାର ଚୀନ୍ ଉପରେ ଆକ୍ରମଣ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଚୀନ୍ ଉପରେ  ଶୁଳ୍କ ବୃଦ୍ଧି କରିବେ, କାରଣ ଆଜି ଚୀନ୍ ଯୋଗୁଁ ଆମେରିକା ଏତେ ଖରାପ ଅବସ୍ଥାରେ ଅଛି ।

ଅଧିକାଂଶ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ଏହି ଭୂତାଣୁ ଚୀନ୍ ସହରରେ ଅବସ୍ଥିତ ଏକ ମାଂସ ବଜାରରୁ ଉତ୍ପନ୍ନ ହୋଇଛି । ତେବେ ଏପର୍ଯ୍ୟନ୍ତ କେଉଁ ପ୍ରାଣୀ କରୋନା ଭୂତାଣୁ ବିସ୍ତାର କରିଛନ୍ତି ତାହା ନିଶ୍ଚିତ ହୋଇନାହିଁ।

କରୋନାରେ ଧରାସାୟୀ ହେଉଛି ଆମେରିକା

ବର୍ତ୍ତମାନ ସୁଧା ବିଶ୍ୱରେ ୩୩ ଲକ୍ଷରୁ ଅଧିକ ଲୋକ କରୋନା ଭୂତାଣୁର ସଂକ୍ରମିତ ହୋଇଛନ୍ତି ଏବଂ ପ୍ରାୟ ୨.୪୦ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ଖରାପ ଅବସ୍ଥା ଆମେରିକାର, ଯେଉଁଠାରେ ଏପର୍ଯ୍ୟନ୍ତ ୬୫ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୧୧ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।

Latest Posts

Don't Miss