spot_img

Latest Posts

WHO କହିଲା ଉଦାହରଣ ସୃଷ୍ଟି କଲା ଭାରତର ଏହି ସ୍ଥାନ । ଜାଣନ୍ତୁ…

ମୁମ୍ବାଇ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା । କରୋନା ପରିସ୍ଥିତିରେ ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି WHO । ବିଶେଷକରି ମୁମ୍ବାଇ ଧାରାବୀରେ ଥିବା ବସ୍ତିରେ କରୋନା ସ୍ଥିତି ସୁଧୁରିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଏସବୁ ସମ୍ଭବ ହୋଇପାରିଛି କଣ୍ଟାକ୍ଟ ଟେର୍ସିଂ, ଆଇସୋଲେସନ ଓ ଟେଷ୍ଟିଂ ଦ୍ୱାରା  । ଧାରାୱୀରେ କରୋନା ନିୟନ୍ତ୍ରଣକୁ ଆସିପାରିଥିବା WHO କହିଛି । ଏଭଳି ପଦକ୍ଷେପ କରୋନା ସଂକ୍ରମଣ ରୋକିବାରେ ସକ୍ଷମ ହୋଇଛି  ବୋଲି କୁହାଯାଇଛି ।

ଏପ୍ରିଲ ଏବଂ ମେ ମାସରେ କୁହାଯାଇଥିଲା ଯେ ଏସିଆର ସବୁଠୁ ବଡ ବସ୍ତିରେ ‘କରୋନା ବିସ୍ଫୋରଣ’ ହୋଇପାରେ ଏବଂ କେବଳ ସେଠାରୁ ହିଁ ଲକ୍ଷଲକ୍ଷ ଲୋକ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ଏଭଳି ପରିସ୍ଥିତି ପାଇଁ ଚିନ୍ତାରେ ଥିଲେ ସରକାର । ଏବଂ ପରିସ୍ଥିତିରେ ଭୟଭୀତ ହୋଇଯାଇଥିଲା ପ୍ରଶାସନ । କିନ୍ତୁ ଏହି ସମୟରେ ପ୍ରାୟ ୫ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ କଠିନ ପରିଶ୍ରମ ପରିସ୍ଥିତିକୁ ବଦଳାଇ ଦେଲା । ଜୁନ୍ ମାସରେ, ଧରାବୀରେ ନୂତନ ମାମଲା ସଂଖ୍ୟା ବହୁ ପରିମାଣରେ ନିୟନ୍ତ୍ରିତ ହେବାକୁ ଲାଗିଲା ।

ବସ୍ତି ପାଇଁ ବଢୁଥିଲା ସଂକ୍ରମଣ

ଧରାବୀରେ ସଂକ୍ରମଣର ବୃଦ୍ଧି ପାଇବାର ସବୁଠାରୁ ବଡ କାରଣ ଘନି ବସ୍ତି ଥିଲା। ପାଖାପାଖି ୨.୫ ଲକ୍ଷ ବର୍ଗ କିଲୋମିଟର ମଧ୍ୟରେ ପ୍ରାୟ ୭ ରୁ ୮ ଲକ୍ଷ ଲୋକ ରୁହନ୍ତି । ଏବଂ ଏଠାରେ ବାସ କରୁଥିବା ଅଧିକାଂଶ ଲୋକ ଶ୍ରମିକ ଅଟନ୍ତି ।

4T ସୂତ୍ରରେ କାର୍ଯ୍ୟ କରାଯାଇଥିଲା

ଧରାବୀର ବିଧାୟକ ତଥା ରାଜ୍ୟ ଶିକ୍ଷା ମନ୍ତ୍ରୀ ବର୍ଶା ଗାୟକବାଡଙ୍କ ଅନୁଯାୟୀ, ଧରାବୀରେ ଏହି ସଂକ୍ରମଣକୁ ରୋକିବା ତାଙ୍କ ପାଇଁ ଏକ ବଡ ଆହ୍ୱାନ ଥିଲା। ଧରାବୀରେ ଯେପରି ସଂକ୍ରମଣ କମିଛି ତାହା ପୂରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ଧରାବୀରେ ସଂକ୍ରମଣକୁ ରୋକିବା ପାଇଁ BMC 4T ଫର୍ମୁଲା ଲାଗୁ କରିଥିଲା । 4T ର ଅର୍ଥ ହେଉଛି ଟ୍ରେସିଂ, ଟ୍ରାକିଂ, ଟେଷ୍ଟିଂ ଏବଂ ଟ୍ରିଟିଂ । ଆଜି ଏହି 4T ରେ ସୂତ୍ର ପାଇଁ ହିଁ ଧରାବୀରେ ମାମଲା ସଂଖ୍ୟା ହ୍ରାସ ପାଇଛି, ପ୍ରତିଦିନ ଧରାବୀରେ କରୋନା ମାମଲା ଏକକ ସଂଖ୍ୟାରେ ଆସିଛି ।

Latest Posts

Don't Miss