ନିରୁପମାଙ୍କ ମୃତ୍ୟୁ ପୂର୍ବରୁ ହଷ୍ଟେଲକୁ କିଏ କରିଥିଲା ଆତ୍ମହତ୍ୟା ନେଇ ଫୋନ୍ ?

1 min read
Who Called Hostel Before Nirupama's Death Balangir

ବଲାଙ୍ଗିର: ବଲାଙ୍ଗିର ମେଡିକାଲ କଲେଜ ଛାତ୍ରୀ ନିବାସରୁ ବୁଧବାର ରାତିରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତକ ନିରୁପମା ନନ୍ଦ ଦ୍ୱିତୀୟ ବର୍ଷର ଏମବିବିଏସ୍ ଛାତ୍ରୀ ଥିଲେ । ନିରୁପମା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ମେଡିକାଲ ଏଣ୍ଟ୍ରାନ୍ସରେ ମଧ୍ୟ ୫୦୪ ନମ୍ବର ରାଙ୍କ ପାଇଥିଲେ । ତେବେ କିପରି ହେଲା ନିରୁପମାଙ୍କ ମୃତ୍ୟୁ ? ଏହା ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

 Who Called Hostel Before Nirupama's Death Balangir

ତେବେ ନିରୁପମା ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ଲୋକେ ସିଧାସଳଖ ପୁରୁଷ ବନ୍ଧୁ ଓ ହଷ୍ଟେଲର କିଛି ସହପାଠିନୀଙ୍କୁ ସନ୍ଦେହ କରି ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କିଏ ସେ ପୁରୁଷ ବନ୍ଧୁ ଅନନ୍ତରାମ ମିଶ୍ର ତାହା ପୋଲିସ ସ୍ପଷ୍ଟ କରିନଥିବା ବେଳେ ନିରୂପମାଙ୍କ ମେବାଇଲ୍ ଟାଉନ ଥାନା ପୋଲିସ ଜବତ କରିଛି । ଜବତ ମୋବାଇଲରୁ କିଛି ଚାଟିଂ ସହ କଲ୍ ଅଡିଓ ଜବତ କରିଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି ।

 Who Called Hostel Before Nirupama's Death Balangir

ପ୍ରଥମେ ମୋବାଇଲରୁ ହିଁ ଖିଅ ଖୋଜିବା ଆରମ୍ଭ କରିଛି ପୋଲିସ । ବୁଧବାର ରାତିରେ କଲେଜ ଛାତ୍ରୀ ନିବାସର ତୃତୀୟ ମହଲା ରୁମ ନମ୍ବର-୩୦୮ରୁ ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ଝୁଲନ୍ତା  ମୃତଦେହ ମିଳିଥିଲା । ନିରୂପମାଙ୍କ ଘର ବଲାଙ୍ଗିର ସହର ସିଭିଲ କୋର୍ଟ ପଛପଟରେ । ଛାତ୍ରୀ ଜଣକ ରହୁଥିବା ରୁମର ଝରକାରେ ନିଜ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ପହଞ୍ଚିବା ବେଳକୁ ଝିଅର ମୃତଦେହ ତଳେ ପଡ଼ିଥିଲା । ଏପିରିକ ଉକ୍ତ ରୁମରୁ କିଛି କେମିକାଲ ଗନ୍ଧ ବାହାରୁଥିଲା । ତେଣୁ କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା କରିଛି ବୋଲି ନିରୁପମାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 Who Called Hostel Before Nirupama's Death Balangir

ଅନ୍ୟପଟେ ନିରୁପମାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଉଠିଛି ପ୍ରଶ୍ନ । ଯୁକ୍ତ ଦୁଇ ସମୟରୁ ଅନନ୍ତରାମ ମିଶ୍ର ନାମକ ଜଣେ ଯୁବକଙ୍କ ସହ ନିରୂପମା ନିବିଡ଼ ସମ୍ପର୍କ ଥିଲା । ଯୁବକ ଜଣକ ବାରମ୍ବାର ଫୋନ କରି ନିରୁପମାଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି ପରିବାର । ଗତକାଲି ରାତି ୧୧ ଟା ୨୭ ମିନିଟ୍ ପର୍ଯ୍ୟନ୍ତ ପରିବାର ସହ ଭିଡିଓ କଲରେ କଥା ହୋଇଥିଲେ ଡାକ୍ତରୀ ଛାତ୍ରୀ ନିରୁପମା । ହେଲେ ହଠାତ ୧୧ଟା ୪୫ ମିନିଟରେ ସେ ଆତ୍ମହତ୍ୟା କରୁଛନ୍ତି ତାଙ୍କୁ ରୋକିବା ପାଇଁ ହଷ୍ଟେଲକୁ ଫୋନ କରିଥିଲେ ଜଣେ ଯୁବକ । ହଷ୍ଟେଲ ୱାଡେନ ଓ ତାଙ୍କ ପାଖ ରୁମର କିଛି ଛାତ୍ରୀ କବାଟ ବାଡେଇ ଥିଲେ । କିନ୍ତୁ ଭିତର ପଟୁ ବନ୍ଦ ଥିବାରୁ କବାଟ ଖୋଲିନଥିଲା । ଶେଷରେ ସମସ୍ତ ମିଶି କବାଟ ଭାଙ୍ଗି ଥିଲେ ହେଲେ ନିରୁପମାଙ୍କ ମୃତ୍ୟୁ ହୋଇ ସାରିଥିଲା ।

 Who Called Hostel Before Nirupama's Death Balangir

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇପାରିବ ବୋଲି ବଲାଙ୍ଗିର ସଦର ଏସଡିପିଓ ତୋଫାନ୍ ବାଗ ସୂଚନା ଦେଇଛନ୍ତି ।

Leave a Reply