ଦୁଇଟି ଭାରତୀୟ ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ । ନୋଏଡାରେ ଥିବା ମାରିଅନ୍‌ ବାୟୋଟେକ ଦ୍ବାରା ଏହି ଔଷଧ ପ୍ରସ୍ତୁତ କରାଯାଉଛି । ଉଜବେକିସ୍ତାନରେ ଔଷଧ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେଠାରେ ଏହି ଔଷଧକୁ ବ୍ୟବହାର ପାଇଁ ବାରଣ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ମାରିଅନ୍‌ ବାୟୋଟେକ ଦ୍ବାରା ପ୍ରସ୍ତୁତ ଔଷଧ ତାର ଗୁଣବତ୍ତା ବଜାୟ ରଖିବାରେ ଫେଲ ମାରିଛି । ଏହି ଔଷଧ ଜୀବନ ପ୍ରତି ବିପଦ । ଦୁଇଟି ଔଷଧ ହେଲା ଆବ୍ରୋନଲ ସିରପ ଏବଂ ଡକ୍‌ ଓ୍ବାନ ମାକ୍ସ ସିରପ । ଏହି ଦୁଇଟି ସିରପର ବ୍ୟବହାର ସୁରକ୍ଷିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୌଣସି ପ୍ରକାର ଗ୍ୟାରେଣ୍ଟି ଦେଇନାହିଁ । ପୂର୍ବରୁ ମାରିଅନ୍‌ ବାୟୋଟେକ ଦ୍ବାରା ପ୍ରସ୍ତୁତ ଔଷଧ ଖାଇ ଉଜବେକିସ୍ତାନର ୧୮ ଶିଶୁଙ୍କର ମୃତ୍ୟୁ ହୋଇଥିଲା ।