ଆଶା କର୍ମୀଙ୍କୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

1 min read

ନୂଆଦିଲ୍ଲୀ: ଆଶା କର୍ମୀଙ୍କୁ WHOର ପ୍ରଶଂସା । ଗ୍ରାମାଞ୍ଚଳ ଓ ଆର୍ଥିକ ଅନଟନରେ ରହୁଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଆଶା । କୋଭିଡ-୧୯ ମହାମାରୀ ବେଳେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଆଶାମାନଙ୍କ ଭୂମିକା ପ୍ରଶଂସନୀୟ । ଏହାସହ ଆଶା କର୍ମୀଙ୍କ ସେବା ମନବୃତ୍ତି ଯୋଗୁ ସାରା ଦେଶରେ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ଅନେକ ଉନ୍ନତି ଆସିଥିବା ବେଳେ ନବଜାତକଙ୍କ ଟିକାକରଣ ସୁରୁଖୁରୁରେ ହେବା ନେଇ ଆଶାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

୧ ମିଲିୟନ ଆଶା କର୍ମୀଙ୍କ ପାଇଁ ଭାରତର ଅପହଞ୍ଚ ଇଲାକାରେ ଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୭୫ତମ ଓ୍ୱାର୍ଲଡ ହେଲଥ ଆସେମ୍ବଲି ଅବସରରେ WHO ଭାରତର ଆଶା କର୍ମୀଙ୍କୁ ପ୍ରଶଂସା କରି ଏଭଳି ଟ୍ୱିଟ କରିଛି । WHOର ପ୍ରଶଂସା ପରେ ଆଶା କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭୀୟ । କରୋନା କାଳରେ ସେମାନେ ଫ୍ରଣ୍ଟଲାଇନରେ ରହି ଗୁରୁଦାୟିତ୍ୱ ତୁଲାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।