କୋଭିଡ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଚୀନକୁ ନିର୍ଦ୍ଦେଶ ଦେଲା WHO
1 min read
ନୂଆଦିଲ୍ଲୀ: କୋଭିଡ ସଂକ୍ରମଣର ସବିଶେଷ ସ୍ଥିତି ପ୍ରକାଶ ଲାଗି ଚୀନକୁ ନିର୍ଦ୍ଦେଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ପ୍ରକୃତ ତଥ୍ୟ ପ୍ରକାଶ ପାଉନଥିବାରୁ ଉଦବେଗ ପ୍ରକାଶ କରିଛି ସଂଗଠନ । ଜିନ ସିକୁଏନସିଂ, ଆଇସିୟୁ, ଟିକାକରଣ, ଭାଇରାଲ ସିକୁଏନସିଂ, କ୍ଲିନିକାଲ ମ୍ୟାନେଜମେଣ୍ଟ ଆଦି ଉପରେ ସଂଗଠନ ଗୁରୁତ୍ବ ଦେଇଛି ।
ସେପଟେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଲାଗି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି ବ୍ରିଟେନ ଓ ଫ୍ରାନସ । ପୂର୍ବରୁ ଭାରତ, ଆମେରିକା, ଜାପାନ, ଇଟାଲି, ତାଇଓ୍ବାନ, ଫ୍ରାନ୍ସ, ସ୍ପେନ, ଦକ୍ଷିଣ କୋରିଆ ଏହି କଟକଣା ଲାଗୁ କରିଥିଲେ । ଆସନ୍ତା ଜାନୁଆରୀ ୫ରୁ ଯେଉଁମାନେ ଚୀନରୁ ବ୍ରିଟେନକୁ ଆସିବେ ସେମାନଙ୍କ ଲାଗି ନେଗେଟିଭ କୋଭିଡ ପ୍ରି-ଡିପାରେଚର ଟେଷ୍ଟ ବା ପିଡିଟିକୁ ବାଧ୍ୟତାମୂଳକ କରାଯାଇଛି ।