ରଥ ନିର୍ମାଣ ସହ ସପ୍ତନାୟକଙ୍କ ସମ୍ପର୍କ କ’ଣ ?

ଜଗତରନାଥ ଜଗନ୍ନାଥ । ବର୍ଷକୁ ଥରେ ଆସନ୍ତି ଭକ୍ତଙ୍କ ଗହଣକୁ । ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବରେ ରଥର ଭୂମିକା ଅନନ୍ୟ । ତେବେ ଏହି ରଥ ତିଆରି କରିବା ଓ ରଥକୁ ସଜାଇବା କିଛି ସହଜ କାମ ହୋଇନଥାଏ । ଏହି ରଥ ନିର୍ମାଣ ସହ ରହିଛି ସପ୍ତନାୟକଙ୍କ ସମ୍ପର୍କ । ସପ୍ତନାୟକଙ୍କୁ ମଧ୍ୟ ସପ୍ତରଥକାର ବୋଲି କୁହାଯାଇଥାଏ ।

ସପ୍ତରଥକାର କିଏ ?

ସପ୍ତରଥକାର ବା ସପ୍ତନାୟକଙ୍କ କାମ ହେଉଛି ରଥ ନିର୍ମାଣ ଓ ରଥକୁ ସଜାଇବା । ଏହି କାମକୁ କରୁଥିବା ମୁଖ୍ୟ ନାୟକ ହେଉଥନ୍ତି ରଥକାର । ଏହି ରଥକାରମାନଙ୍କୁ ପ୍ରଥମେ ୭ ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ତେଣୁ ସେମାନଙ୍କୁ ସପ୍ତରଥକାର ବା ସପ୍ତନାୟକ ବୋଲି କୁହାଯାଇଥାଏ । ଏହି ସପ୍ତନାୟକ ହେଲଲେ

  • ଗୁଣାକାର: ଏମାନେ ରଥର ବିଭିନ୍ନ ଅଙ୍ଗ ବିଶେଷକରି ତାଳମାନ ନିର୍ଦ୍ଧାରଣ କରିଥାନ୍ତି
  • ମୁଖ୍ୟ ରଥକାର : ଏମାନେ ରଥର ମୁଖ୍ୟ ଅଂଶର ନିର୍ମାଣ କରିଥାନ୍ତି
  • ଲୌହକାର : ରଥରେ ବ୍ୟବହୃତ ହେଉଥିବା ଚକାବଳା,କୁରାଣ୍ଡିଆ,କଣ୍ଟା ଆଦି ଲୌହ ଉପାଦାନ ଓ ବଢେଇ ମହାରଣାଙ୍କ ଆବଶ୍ୟକ ସରଞ୍ଜାମ ତିଆରି କରନ୍ତି
  • ଛନ୍ଦାକାର : ଏମାନେ ରଥକାଠଗୁଡିକୁ କାନ୍ଧରେ ବୋହି ଛନ୍ଦ ଓ ଛେକାରେ ସଜାନ୍ତି
  • ରୂପାକାର : ସାରଥୀ,ଅଶ୍ୱ,ରଥପାଳ ଆଦି ରୂପ ଖୋଦନ କରନ୍ତି
  • ସୂଚିକାର : ଏମାନେ କନାରେ ରଥର ମଣ୍ଡଣି,ଚାନ୍ଦୁଆ,ନେତ ଆଦି ନିର୍ମାଣ କରନ୍ତି

ପରେ ଏମାନଙ୍କ ସହ ଜଉଶାଳିଆରଙ୍ଗତା ନାମରେ ଆଉ ଦୁଇ ଜଣ ନିଯୋଗ ଗଠିତ ହୋଇଥିଲା । ସେମାନେ ଯଥାକ୍ରମେ ଜଉଶାଳ ଦ୍ୱାରା ଅରମୁଣ୍ଡି,ଝରା,କନକ ମୁଣ୍ଡାର ରଙ୍ଗ କରନ୍ତି ଓ ରାହୁମୁଣ୍ଡ,ହଂସ ଓ ନବଗୁଞ୍ଜର ସଜାଇଥାନ୍ତି ।

 

Leave a Reply