ଧଳା ବାଘ ଛୁଆର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରୁ ଆସିଛି ଏକ ଦୁଃଖଦ ଖବର । ମୃତ୍ୟୁବରଣ କରିଛି ଏକ ଧଳା ବାଘ ଶାବକ । ଛୁଆ ବାଘର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ଖସି ଆସିଛି । ଗତ ୧୨ ତାରିଖରେ ଧଳା ବାଘଚଣୀ ରୂପା ୩ଟି ଛୁଆ ଜନ୍ମ ଦେଇଥିଲା । ଏଥିରେ ଦୁଇଟି ଧଳା ବାଘ ଥିବା ବେଳେ ଗୋଟିଏ ନାଲି ବାଘ ଥିଲା । ଦୁଇ ଧଳା ବାଘ ଶାବକଙ୍କ ମଧ୍ୟରୁ ଗୋଟିଏରେ ମୃତ୍ୟୁ ଘଟିଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରୂପା ୩ଟି ଆାଘ ଛୁଆ ଜନ୍ମ ଦେବା ପରେ ପ୍ରାଣୀ ପ୍ରେମୀଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା । ୩ ଛୁଆଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ । ପିଲାମାନଙ୍କୁ ନନ୍ଦନକାନ କର୍ମଚାରୀ କ୍ଷୀର ପିଆଉ ଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଏବେ ଗୋଟିଏ ପିଲାର ମୃତ୍ୟୁ ଖବର ନିରାଶା ଖେଳାଇ ଦେଇଛି ।