ଓଡ଼ିଶାକୁ WHIS ପୁରସ୍କାର ୨୦୨୩

1 min read

ଭୁବନେଶ୍ୱର : ଓଡ଼ିଶା ପାଇଁ ଗର୍ବ। ଦୁଇଟି ଜଳସେଚନ ପ୍ରକଳ୍ପ ICID ବା ଇଣ୍ଟରନେସନାଲ୍ କମିସନ ଅନ ଇରିଗେସନ ଆଣ୍ଡ ଡ୍ରେନେଜ ଦ୍ୱାରା ପାଇଲେ ୱାର୍ଲଡ ହେରିଟେଜ୍ ଇରିଗେସନ ଷ୍ଟ୍ରକଚର ପୁରସ୍କାର 2023 । ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକରେ ଥିବା ବାଲିଡିହ ଜଳସେଚନ ପ୍ରକଳ୍ପ ଓ ଦ୍ଵିତୀୟଟି ହେଉଛି ଗଞ୍ଜାମ ହିଞ୍ଜିଳି ବ୍ଲକର ଜୟମଙ୍ଗଳ ଆନିକଟ। ବାଲିଡିହ ୧୯୧୨ ମସିହାରୁ ୩ହଜାର ୮୩୨ ହେକ୍ଟର ଜମିକୁ ଖରିଫରେ ଜଳ ସେଚିତ କରୁଥିବା ବେଳେ, ଶାମଖୁଣ୍ଟା ବ୍ଲକର ୪୯ ଗାଁର ୨୦୦ ହେକ୍ଟର ଜମିକୁ ରବିରେ ଜଳସେଚିତ କରୁଛି । ଏହା ସୁବର୍ଣ୍ଣରେଖା-ବୁଢାବଳଙ୍ଗ ବେସିନ ଓ ପଲପାଲା ସବ ବେସିନରେ ନିର୍ମାଣ ହୋଇଛି ।

ସେହିପରି ୧୯୦୧ ମସିହାରୁ ଋଷିକୂଲ୍ୟା ବେସିନରେ ନିର୍ମାଣ ହୋଇଥିବା ଜୟ ମଙ୍ଗଳ ଆନିକଟ ହିଞ୍ଜିଳିକାଟୁ, ହିଞ୍ଜିଳି ଅଧୀନରେ ଥିବା ପୁରୁଷୋତ୍ତମପୁର, ଛତ୍ରପୁର ବ୍ଲକ, ଖଲିକୋଟ ଓ ଛତ୍ରପୁର ବିଧାନସଭା କ୍ଷେତ୍ରରେ ଥିବା ୪୮ ଗାଁର ୭ ହଜାର ୩୫୦ ହେକ୍ଟର ଜମିରେ ଜଳସେଚନ କରୁଛି । ୧୦୦ବର୍ଷରୁ ଅଧିକ ସମୟ ଧରି ଏହି ଦୁଇ ପ୍ରକଳ୍ପ ସଫଳତା ସହ ସେବା ଯୋଗାଇ ଆସୁଛି ।