ବିଶ୍ୱର ସୁପରହିଟ୍‌ ଭ୍ୟାକ୍ସିନ ତାଲିକାରେ ପ୍ରଥମେ କାହାର ନାଁ ରହିଛି?

1 min read

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଦେଶବାସୀ କରୋନା ଟିକାକୁ ଭରସା କରି ରହିଛନ୍ତି । ଏଭଳି ସ୍ଥିତିରେ କେଉଁ ଟିକା ଅଧିକ ପ୍ରଭାବଶାଳୀ ବୋଲି ପ୍ରଶ୍ନ ସୃଷ୍ଟି ହେଉଛି । ବିଶ୍ୱସ୍ତରୀୟ ଭ୍ୟାକ୍ସିନ୍‌ମଡର୍ଣ୍ଣା ଓ ଫାଇଜର ମଧ୍ୟରେ ତୁଳନା କରାଯାଉଛି । ଅଧିକାଂଶ ବିଶେଷଜ୍ଞ ଫାଇଜର ଭ୍ୟାକ୍ସିନକୁ ଅଧିକ ପ୍ରଭାବଶାଳୀ ବୋଲି ଦାବି କରୁଛନ୍ତି । mRNA କୌଶଳ ଉପରେ କାମ କରୁଥିବା ଏହି ଭ୍ୟାକ୍ସିନର ଏଫିକେସି ପ୍ରାୟ ୯୫ ପ୍ରତିଶତ, ଯଦି ଦୁଇଟି ଡୋଜ୍‌ଦିଆଯାଏ ।

କିଭଳି କାମ କରେ ଫାଇଜର ଭ୍ୟାକ୍ସିନ:

ଏହି ଭ୍ୟାକ୍ସିନରେ ଲୋକଙ୍କ ଶରୀରରେ mRNA ପ୍ରବେଶ କରାଯାଏ । ଏହା ସେହି ଜେନେଟିକ୍‌ମ୍ୟାଟେରିୟଲ ଯାହାଦ୍ୱାରା ଶରୀରର କୋଷଗୁଡ଼ିକ ଭୂତାଣୁକୁ ଚିହ୍ନି ଦିଅନ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି ସକ୍ରିୟ ହୋଇଯାଏ ।

କେଉଁ ବୟସର ବ୍ୟକ୍ତିବିଶେଷ ନେଇପାରିବେ ଫାଇଜର ଭ୍ୟାକ୍ସିନ:

ଏହାକୁ ୧୬ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ । ଅନ୍ୟପଟେ ମଡର୍ଣ୍ଣା ସମେତ ଭାରତରେ ନିର୍ମିତ ଭ୍ୟାକ୍ସିନ ୧୮ ବର୍ଷରୁ ଅଧିକ ବୟସ୍କ ନେଇପାରିବେ । ଏହାକୁ ନେଇ ଏକାଧିକ ଗବେଷଣା ହେଉଛି । ଗବେଷଣା ଅନୁସାରେ ଏହାର ଏଫିକେସି ସବୁଠାରୁ ଅଧିକ ୯୫ ପ୍ରତିଶତ । ଅଧ୍ୟୟନ କହୁଛି ମଡର୍ଣ୍ଣାର ପ୍ରଭାବ ୯୪.୧ ପ୍ରତିଶତ । ଏହି ଭ୍ୟାକ୍ସିନ ନେବାପରେ ୩.୮ ପ୍ରତିଶତ ଲୋକ କ୍ଲାନ୍ତ ଅନୁଭବ କଲେ । କିନ୍ତୁ ମଡର୍ଣ୍ଣା ନେଇଥିବା ଲୋକଙ୍କ ମଧ୍ୟରେ ୯.୭ ପ୍ରତିଶତ କ୍ଲାନ୍ତ ଅନୁଭବ କରୁଥିବା ଅଭିଯୋଗ କଲେ ।

ଏହା ଆମେରିକା ମଲ୍ଟିନ୍ୟାସନାଲ ଫାର୍ମା କମ୍ପାନୀ ଦ୍ୱାରା ତିଆରି ହୋଇଛି । ଯାହା ଦୁନିଆର ସବୁଠାରୁ ବଡ଼ କମ୍ପାନୀ ଗୁଡ଼ିକ ମଧ୍ୟରୁ ଗୋଟିଏ ।

କ’ଣ ଭାରତକୁ ଆସିବ ଫାଇଜର?

ଏହାକୁ ନେଇ କୌଣସି ସୂଚନା ନାହିଁ । ପ୍ରଥମେ ଫାଇଜର ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ କରିବା ପାଇଁ ଚାହୁଁଥିଲା, କିନ୍ତୁ ଗତ ଜାନୁୟାରୀରେ ସେ ତା’ର ଆବେଦନ ଫେରାଇ ନେଇଥିଲା । କାରଣ ଏହାକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରିବାକୁ ଚାହୁଁଥିଲା ଫାଇଜର । ଚୁକ୍ତି ଅନୁସାରେ ଯଦି କୌଣସି ରୋଗୀ ନିକଟରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି, ସେଥିପାଇଁ କମ୍ପାନୀକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । କିନ୍ତୁ ଏଥିରେ ରାଜି ହୋଇନଥିଲେ ଭାରତ ସରକାର । ତେବେ ଭାରତରେ ସ୍ୱେଦେଶୀ ଟିକା ପରେ ଫାଇଜରକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ନଜର ଆସିଛି ।

Leave a Reply