spot_img

Latest Posts

ହାଡ଼କୁ ମଜବୁତ କରିବା ପାଇଁ କେଉଁ ସବୁ ଖାଦ୍ୟ ଖାଇବା ଜରୁରୀ, କ’ଣ କହୁଛନ୍ତି ଡାକ୍ତର ?

ଆମ ଶରୀରକୁ ସୁସ୍ଥ ରଖିବାକୁ ହେଲେ ହାଡ଼କୁ ମଜବୁତ ରଖିବା ନିହାତି ଜରୁରୀ । ଏହାକୁ ହାଲୁକାରେ ନେବା ଶରୀରକୁ ଗମ୍ଭୀର ଭାବେ କ୍ଷତି ସହିବାକୁ ପଡ଼ିଥାଏ । ତେଣୁ ହାଡ଼କୁ ସୁସ୍ଥ ରଖିବାକୁ ଖାଦ୍ୟରେ କ’ଣ ସବୁ ସାମିଲ କରିବା ଆବଶ୍ୟକ, ତାହା ଆପଣମାନେ ଜାଣିବା ନିହାତି ଜରୁରୀ । ହାଡ଼ କେବଳ ଆମ ଶରୀରକୁ ସାହାରା ଦିଏ ନାହିଁ, ବରଂ ଆମ ଶରୀରରେ କ୍ୟାଲସିୟମ ସନ୍ତୁଳିତ ରଖିବାରେ ବଡ଼ ଭୂମିକା ନିଭାଇଥାଏ । ବୟସ ବୃଦ୍ଧି, ହର୍ମୋନଲ ପରିବର୍ତ୍ତନ, ଖରାପ ଖାଦ୍ୟପେୟ ଓ ଶାରୀରିକ ଆକ୍ଟିଭିଟି କମ୍ କାରଣରୁ ହାଡ଼ରେ ଡେନସିଟି କମ୍ ହେବାରେ ଲାଗିଥଏ । ସେଥିପାଇର୍ ହାଡ଼କୁ ମଜବୁତ ରଖିବା ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପାଇଁ ବହୁତ ଜରୁରୀ ।

ମଜବୁତ ହାଡ଼ ସହଜରେ ଭାଙ୍ଗି ନଥାଏ ଓ ହାଡ଼ ଶରୀରକୁ ଆକ୍ଟିଭ ରଖିଥାଏ । ହାଡ଼ର ଡେନସିଟି କମ୍ ହେବା ଫଳରେ ଶରୀର ଧୀରେଧୀରେ ଦୁର୍ବଳ ହେବାରେ ଲାଗିଥାଏ । ପ୍ରାରମ୍ଭରୁ ଏହାର ସଙ୍କେତ ବହୁତ ହାଲୁକା ହୋଇଥାଏ । ଧୀରେଧୀରେ ସାମାନ୍ୟ ସମସ୍ୟା, ଶରୀରରେ ଥକ୍କାପଣ ଦେଖାଦେଇଥାଏ । ଦୀର୍ଘସମୟ ଧରି ଯଦି କ୍ୟାଲସିୟମ ଓ ଭିଟାମିନ ଡି କମ୍ ରୁହେ, ତେବେ ଅଷ୍ଟିଓପୋରୋସିସ ହେବାର ଆଶଙ୍କା ରହିଥାଏ । ଏହାଦ୍ବାରା ହାଡ଼ ଏତେ ଦୁର୍ବଳ ହୋଇଯାଏ ଯେ, ହାଲୁକା ଭାବେ ପଡ଼ିଗଲେ ମଧ୍ୟ ବଡ଼ ଧରଣର ଫ୍ରାକଚର ହୋଇଥାଏ ।

ଏମ୍ସ ଦିଲ୍ଲୀର ଅର୍ଥୋପେଡିକ୍ସ ବିଭାଗର ଜଣେ ପ୍ରଫେସରଙ୍କ ମତରେ, ଖାଦ୍ୟରେ କ୍ୟାଲସିୟମ, ଭିଟାମିନ-ଡି, ପ୍ରୋଟିନକୁ ଖାଦ୍ୟରେ ସାମିଲ କରନ୍ତୁ । ଶାକାହାରୀ ଲୋକ ନିୟମିତ ଡାଏଟରେ କ୍ଷୀର, ଦହି, ପନିର, ବାଦାମ, ରାଜମା, ଚନା, ମେଥୀ ଦାନା, ସୋୟାବିନ ଓ ସବୁଜ ପନିପରିବାକୁ ସାମିଲ କରନ୍ତୁ । ଓମେଗା-୩ ହାଡ଼ ପାଇଁ ବହୁତ ଫାଇଦା ହୋଇଥାଏ । ସେଥିପାଇଁ ଅଲସୀ ମଞ୍ଜି ଏକ ବଢ଼ିବା ବିକଳ୍ପ । ପ୍ରତିଦିନ ସକାଳ ଖରାରେ ୧୫-୨୦ ମିନିଟ୍ ନିଶ୍ଚିତ ବସନ୍ତୁ । ଫିଜିକାଲ ଆକ୍ଟିଭିଟି ବଢ଼ାନ୍ତୁ ଓ ହେଲଦୀ ଲାଇଫଷ୍ଟାଇଲକୁ ଆପଣାନ୍ତୁ । ଓ୍ବେଟକୁ ନିୟନ୍ତ୍ରଣ କରନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ, ଧୂମ୍ରପାନ ଓ ମଦ ଠାରୁ ଦୂରେଇ ରୁହନ୍ତୁ, ପର୍ଯ୍ୟାପ୍ତ ନିଦ୍ରା ନିଶ୍ଚିତ ନିଅନ୍ତୁ ।

Latest Posts

Don't Miss