କେଉଁ ଦେଶକୁ ଅଧିକ ସାହାଯ୍ୟ କରୁଛି ଭାରତ ?

1 min read

ନନ୍ଦିଘୋଷ ବ୍ୟୁରୋ: ଗତ କିଛି ମାସ ପୂର୍ବରୁ ଚଳିତ ଥରର ବଜେଟକୁ ନେଇ ଭିନ୍ନ ଏକ ଟିପ୍ପଣୀ ଦେଇଥିଲେ ଭାରତ ସରକାର। ଯେଉଁଥିରେ ଭାରତ ସରକାର କହିଥିଲେ ଯେ, ବଜେଟରେ ପଡ଼ୋଶୀ ଦେଶ ଗୁଡ଼ିକ ଉପରେ  ଅଧିକ ଧ୍ୟାନ ଦିଆଯିବ। ଯାହାର ବାସ୍ତବ ଚିତ୍ର ଏ ବର୍ଷର ବଜେଟରେ ମଧ୍ୟ ଦେଖିବାକୁ ମିଳିଛି ।  ୨୦୨୪-୨୫ ବର୍ଷର ବଜେଟରେ ଦେଖିବାକୁ ମିଳିଛି ଯେ ଭାରତ ପଡୋସୀ ଦେଶଙ୍କୁ ଆର୍ଥିକ ସହାୟତାର ହାତ ବଢାଇଛି।  କହିରଖୁ ଯେ, ଲମ୍ବା ସମୟରୁ ଭାରତ ନିଜର ଦ୍ବିପାକ୍ଷିକ ଓ ବହୁପକ୍ଷୀୟ ସହାୟତା କାର୍ଯ୍ୟକ୍ରମ ଜରିଆରେ ପଡୋସୀ ଦେଶ ଓ ଅନ୍ୟ ବିକାସଶୀଳ ଦେଶଙ୍କୁ ସହାୟତା ପ୍ରଦାନ କରିଆସୁଛି। କେନ୍ଦ୍ରୀୟ ବଜେଟ ୨୦୨୪-୨୫ରେ ଅନ୍ୟ ଦେଶକୁ ସାହାଯ୍ୟ କରିବାପାଇଁ ଭାରତ ୫୦୮୦.୨୪ କୋଟି ଟଙ୍କାର ସହାୟତା ରାଶିର ବଜେଟ ଉପସ୍ଥାପନା କରିଛି । ଯେଉଁଥିରେ ଭୁଟାନ , ମିଆଁମାର, ଆଫଗାନିସ୍ତାନ ସହିତ ଆଫ୍ରିକା, ମଧ୍ୟ ଏସିଆା, ଦକ୍ଷୀଣ ଏସିଆ ଓ ଲାଟିନ ଆମେରିକା ସାମିଲ ରହିଛନ୍ତି । ତେବେ ସବୁଠୁ ଅଧିକ ଭାରତ ଭୁଟାନ ଦେଶ ପାଇଁ ସହାୟତା ପ୍ରଦାନ କରାଯାଇଛି ।

୨୦୬୮.୫୬ କୋଟି ଟଙ୍କାର ସହାତୟା ଭୁଟାନକୁ ମିଳିଛି । ଠିକ ସେମିତି ନେପାଳକୁ ୭୦୦ କୋଟି, ମାଲଦ୍ୱୀପକୁ ୪୦୦ କୋଟି, ମାଁରିଶସକୁ ୩୭୦ କୋଟି, ଶ୍ରୀଲଙ୍କାକୁ ୨୪୫ କୋଟି, ଆଫଗାନିସ୍ତାନକୁ ୨୦୦ କୋଟି, ଆଫ୍ରିକା ଦେଶକୁ ୨୦୦ କୋଟି, ବାଂଲାଦେଶକୁ ୧୨୦ କୋଟି, ସେଶେଲ୍ସକୁ ୪୦ କୋଟି ଓ ଲେଟିକ ଅମେରିକାକୁ ୩୦ କୋଟିର ସହାୟତା ପ୍ରଦାନ କରିଛି।