ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କ ସାକ୍ଷାତ ପରେ ୟୁକ୍ରେନକୁ ସମର୍ଥନ କଲେ ବିଶ୍ବର କେଉଁ ସବୁ ରାଷ୍ଟ୍ର?

1 min read

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ସାକ୍ଷାତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ତେବେ ଆମେରିକାର ଶୀର୍ଷ ନେତାଙ୍କ ସହ ସାକ୍ଷାତ ପରେ ୟୁରୋପୀୟ ନେତାମାନେ ୟୁକ୍ରେନଙ୍କୁ ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି । ଟ୍ରମ୍ପଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ବିଶ୍ବର ୩୧ ଜଣ ନେତା ୟୁକ୍ରେନକୁ ସମର୍ଥନ କରିଛନ୍ତି । ଜେଲେନସ୍କି ହ୍ବାଇଟ ହାଉସରୁ ବାହାରିବା ପରେ ବିଭିନ୍ନ ଦେଶ ୟକ୍ରେନକୁ ସମର୍ଥନ କରିଛନ୍ତି । ଏନେଇ ୟୁକ୍ରେନ ତରଫରୁ ଏକ ବୟାନ ଜାରି କରାଯାଇ ଧନ୍ୟବାଦ ଅପର୍ଣ କରାଯାଇଛି ।

ଆମେରିକାରେ ଶୁକ୍ରବାର ଦିନ ବସିଥିବା ଏହି ବୈଠକରେ ଆମେରିକା-ୟୁକ୍ରେନ ସମ୍ବନ୍ଧ ମଜବୁତ ହେବା ନେଇ ଆଶା କରାଯାଉଥିଲା । ମାତ୍ର ଏହା ବଦଳରେ କୂଟନୈତିକ ଫଳାଫଳ ସାମ୍ନାକୁ ଆସିଥିଲା । ସହାୟତା ପ୍ରାପ୍ତ କରିବା ପାଇଁ ଜେଲେନସ୍କିଙ୍କ ଦୃଷ୍ଟିକୋଣ ଉପରେ ଟ୍ରମ୍ପ ଆଲୋଚନା କରିଥିଲେ । ମିଟିଂ ପରେ ୟୁରୋପୀୟ ନେତାମାନେ ୟୁକ୍ରେନ ପାଇଁ ନିଜର ସମର୍ଥନ ଜଣାଇଥିଲେ । ବ୍ୟକ୍ତିଗତ ଭାବେ ୟୁକ୍ରେନ ସହ ଛିଡ଼ା ହୋଇଥିବାରୁ ସବୁ ନେତାଙ୍କୁ ଜେଲେନସ୍କି ସୋସିଆଲ ମିଡ଼ିଆରେ ଧନ୍ୟବାଦ ଜଣାଇଥିଲେ ।

ୟୁକ୍ରେନକୁ ସମର୍ଥନ କରିଥିବା ଦେଶଗୁଡ଼ିକ ମଧ୍ୟରେ ସ୍ଲୋଭେନିଆ, ବେଲଜିୟମ, ଆୟରଲାଣ୍ଡ, ଅଷ୍ଟ୍ରିଆ, କାନାଡ଼ା, ରୋମାନିଆ, କ୍ରୋଏସିଆ, ଫିନଲାଣ୍ଡ, ଏସ୍ତୋନିଆ, ଲାଟଭିୟା, ନେଦରଲାଣ୍ଡ, ଫ୍ରାନ୍ସ, ଲକ୍ସମବର୍ଗ, ପର୍ତ୍ତୁଗାଲ, ସ୍ବିଡେନ, ଜର୍ମାନୀ, ଚେକ ରିପବ୍ଲିକ, ଲିଥଆନିଆ, ମାଲଦୀପ, ସ୍ପେନ, ପୋଲାଣ୍ଡ, ୟୁକେ ଓ ଇୟୁ ବ୍ଲକ ରହିଛନ୍ତି । ବିଭିନ୍ନ ଦେଶର ନେତାମାନେ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରିଥିଲେ ।