‘ଚେହେରା’ରେ ରିୟାଙ୍କ ଚେହେରା ଦେଖାଯିବ ନା ନାହିଁ?

1 min read

ମୁମ୍ବାଇ: ଗତବର୍ଷ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଫସିଯାଇଥିଲେ। ତାଙ୍କ ଉପରେ ବହୁତ ଅଭିଯୋଗ ଲଗାଯାଇଥିଲା । ସୋସାଲ୍ ମିଡିଆରେ ତାଙ୍କୁ ବହୁତ ଟ୍ରୋଲ୍ ବି କରାଯାଇଥିଲା । ଏପରିକି ଡ୍ରଗ୍ସ କିଣିବା ମା୍ମଲାରେ ତାଙ୍କୁ  ଜେଲ ବି ଯିବାକୁ ପ଼ିଥିଲା । ଏବେ ପୁଣିଥରେ ରିୟା ଚର୍ଚ୍ଚାରେ । ଏବେ କିନ୍ତୁ ସୁଶାନ୍ତଙ୍କୁ ନେଇ ନୁହେଁ ଏବେ ସେ ନିଜ ଅପକମିଂ ଫିଲ୍ମ ‘ଚେହେରେ’ କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ଗତ କିଛିଦିନ ଭିତରେ ଅମିତାଭ ବଚ୍ଚନ ଓ ଇମ୍ରନ ହାସମି ଷ୍ଟାରର୍ ଫିଲ୍ମ ଚେହେରେର ଅନେକ ଗୁଡ଼ିଏ ପୋଷ୍ଟର ରିଲିଜ ହେଇସାରିଛି । ହେଲେ ଏଥିମଧ୍ୟରୁ କୌଣସି ବି ପୋଷ୍ଟରରେ ରିଆ ଚକ୍ରବର୍ତ୍ତୀଙ୍କର ଫଟୋ ନାହିଁ । କେବଳ ଏତିକି ନୁହେଁ ଫିଲ୍ମର ପୋଷ୍ଟରରୁ ରିୟାଙ୍କ ନାଁ ବି ହଟାଇ ଦିଆଯାଇଛି। ଏହି ଖବର ପାଇବା ମାତ୍ରେ ସୋସିଆଲ ମିଡିଆରେ ରିୟାଙ୍କୁ ବହୁତ ଟ୍ରୋଲ୍ କରାଯାଇଛି। ରିୟାଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଯେ ଫିଲ୍ମରେ ରିୟା ଅଛନ୍ତି ନା ନାହିଁ । ତେବେ ବର୍ତ୍ତମାନ ଏ ନେଇ  ଫିଲ୍ମର ପ୍ରଯୋଜକ ଆନନ୍ଦ ପଣ୍ଡିତଙ୍କ ବୟାନ ସାମ୍ନାକୁ ଆସିଛି ।

 

ପ୍ରଯୋଜକଙ୍କୁ ଯେତେବେଳେ ଏ ନେଇ ପ୍ରଶ୍ନ କରାଗଲା ସେ ସିଧାସଳଖ କିଛି ଜବାବ ରଖିନାହାଁନ୍ତି। ସେ କହିଥିଲେ ଯେ ଏବେ ଆମେ ନିଷ୍ପତି ନେଇଛୁ ଯେ ରିଆଙ୍କ ବିଷୟରେ କିଛି କଥା ହେବୁନାହିଁ । ତେଣୁ ମୁଁ ଏ ବିଷୟରେ କୌଣସି ଉତ୍ତର ଦେବିନାହିଁ । ସେ କହିଛନ୍ତି ଯେ ଠିକ ସମୟ ଆସିଲେ ସେ ଏହାର ଉତ୍ତର ଦେବେ।

 

View this post on Instagram

 

A post shared by Rhea Chakraborty (@rhea_chakraborty)

ଦୁଇ ବର୍ଷ ପୂର୍ବେ ରୁମି ଜାଫରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚେହରେ’ରେ ରିୟା ଚକ୍ରବର୍ତ୍ତୀ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ରିୟା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ଏନେଇ ସୂଚନା ଦେଇଥିଲେ। କହିଥିଲେ ସେ ଏହି ଫିଲ୍ମର ଏକ ଅଂଶ ହେବେ। ଏଥିସହିତ ସେ ଟ୍ୱିଟରରେ ସମସ୍ତଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ।  କିନ୍ତୁ ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଥିଲେ। ତାଙ୍କୁ ଜେଲ ବି ଯିବାକୁ ପଡିଥିଲା। ତେବେ ଏହିସବୁ କାରଣରୁ ରିଆଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଛି ବୋଲିକୁହାଯାଉଛି ।

 

View this post on Instagram

 

A post shared by Rhea Chakraborty (@rhea_chakraborty)

ସୂଚନା ଯୋଗ୍ୟ, ଫିଲ୍ମ ‘ଚେହରେ’ରେ ପ୍ରଥମ ଥର ପାଇଁ ଇମରାନ ହାସମି ଓ ବିଗ୍ ବି ଏକାଠି ନଜର ଆସବାକୁ ଯାଉଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ଅନ୍ନୁ କପରୁ, କ୍ରିଷ୍ଟଲ ଡିସୁଜା, ରଘୁବୀର ଯାଦବ, ଧୃତମାନ ଚାଟର୍ଜୀ ଓ ସିଦ୍ଧାର୍ଥ କପୁର ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତା ଏପ୍ରିଲ ୩୦ ରେ ରିଲିଜ୍ ହେବ। ତେବେ ଏହାପୂର୍ବରୁ ୧୮ ମାର୍ଚ୍ଚରେ ଏହାର ଟ୍ରେଲର୍ ରିଲିଜ୍ ହେବ। ତେବେ ଟ୍ରେଲର ରିଲିଜ ହେବାପରେ ସ୍ପଷ୍ଟ ହୋଇଯିବ ଯେ ଫିଲ୍ମରେ ରିଆ ଚକ୍ରବର୍ତ୍ତୀ ଅଛନ୍ତି ନା ନାହିଁ ।

Leave a Reply