କୁଆଡେ ଗଲା ମୁଣ୍ଡଳୀରେ ଫସି ରହିଥିବା ହାତୀ?

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ କେତେବେଳେ ଅଘଟଣ ଘଟିବ ସେନେଇ କିଛି ଆକଳନ କରାଯାଇପାରିବ ନାହିଁ । ପ୍ରତିଦିନ କର୍ମବ୍ୟସ୍ତତା ମଧ୍ୟରେ ଗତକାଲି ଘଟିଯାଇଛି ଏଭଳି ଏକ ଘଟଣା ଯାହାକୁ ନେଇ ସବୁଠୁ ଚର୍ଚ୍ଚା। ସକାଳୁ ସକାଳୁ ଖବର ଆସିଥିଲା ମହାନଦୀ ପାର୍ ହେଉଥିବା ଗୋଟିଏ ହାତୀ ଫସିଯାଇଛି । ପରବର୍ତ୍ତୀ ସମୟରେ ଯାହାକୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ୍ ଗଜରାଜ’। ଶତ ପ୍ରଚେଷ୍ଟା ସତ୍ୱେ ରାତି ସୁଦ୍ଧା ହାତୀକୁ ଉଦ୍ଧାର କରାଯାଇପାରିନଥିବା ବେଳେ ଏବେ ପତ୍ତା ମିଳୁନି ।

କିନ୍ତୁ ଏବେ ପ୍ରଶ୍ନ ଉଠିଛି, ହାତୀ କୁଆଡେ ଗଲେ ଏବଂ ସୁରକ୍ଷିତ କି ନାହାଁ । ଏପଟେ ସାଧାରଣରେ ଯେଉଁ ଚର୍ଚ୍ଚା ହେଉଛି ହାତୀ ମୃତ୍ୟୁବରଣ କରିଛି ବୋଲି ତାହା କ’ଣ ସତ। ଯଦି ନୁହେଁ ତେବେ କୁଆଡେ ଗଲା ହାତୀ?

Operation Elephant In Cuttack Mundali

ଗତକାଲି ମହାନଦୀରେ ପାଣିର ସୁଅ ଅଧିକ ରହିଥିବା ବେଳେ ୭ ଟିକିଆ ହାତୀପଲ ପାର୍ ହେଉଥିଲେ। ଆଉ ଗୋଟିଏ ହାତୀ ପାଣି ସୁଅରେ ଭାସି ଆସି ମୁଣ୍ଡଳି ବ୍ରିଜର ଗୋଟିଏ ପଟେ ଲାଗି ରହିଥିଲେ। ଆଠଗଡ଼ ପଟୁ ୧୭ ଟିକିଆ ହାତୀପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିଲେ ବୋଲି ଆଠଗଡ଼ ରେଞ୍ଜର ସୂଚନା ମଧ୍ୟ ଦେଇଥିଲେ।

Operation Gajraj, Elephant Attacked Odraf Team

ଆଉ ହାତୀକୁ ଦେଖିବା ପାଇଁ ବ୍ରିଜ୍ ଉପରେ ଜମିଥିଲା ଶହଶହ ଲୋକଙ୍କ ଭିଡ଼। ଏଥିସହିତ ମୁଣ୍ଡଳି ବ୍ରିଜରେ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ ।ଅକାତକାତ ପାଣି ଓ ମହାନଦୀର ପ୍ରଖର ସ୍ରୋତରୁ ହାତୀକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନବିଭାଗ ଓ ଓଡ୍ରାଫ୍ କର୍ମଚାରୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ପାଣି ସୁଅ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସେତେଟା ସହଜ ହେଉନଥିଲା। ହାତୀ ମଧ୍ୟ ଜୀବନ ସଂଘର୍ଷ କରୁଥିବା ବେଳେ ତାକୁ କଦଳୀ ଲୋଭ ଦେଖାଇ ବନବିଭାଗ କଡ଼କୁ ଆଣିବାକୁ ଚେଷ୍ଟା କରିଥିଲା । ବିଭିନ୍ନ ଉପାୟ ଲଗାଇ ମଧ୍ୟ ହାତୀଟିକୁ ଉଦ୍ଧାର କରାଯାଇପାରୁ ନଥିଲା। କଟକ ମୁଣ୍ଡୁଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତା ହାତିଟିକୁ ରାତିରେ ନିଆଁ ହୁଳା ଦେଖାଇ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା ବନବିଭାଗ । କିନ୍ତୁ ତାକୁ ଉଦ୍ଧାର କରାଯାଇପାରିନଥିଲା । ରାତି ଯେତେ ଗଭୀର ହେଉଥିଲା ସମସ୍ତଙ୍କ ଚିନ୍ତା ସେତେ ଅଧିକ ବଢୁଥିଲା । ଧିରେ ଧିରେ ପାଣି ଭିତରେ ଆଉ ଦେଖାଯାଇନଥିଲା ହାତୀ । ହାତୀଟି ଜଙ୍ଗଲକୁ ପଳାଇ ଯାଇଛି କି ହାତିଟି ଭାସି ଯାଇଛି ସେ ନେଇ ବନ ବିଭାଗ ପାଖରେ ସବିଶେଷ ସୂଚନା ନାହିଁ।

Operation Gajraj, Elephant Attacked Odraf Team

ମୁଣ୍ଡଳିରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟରେ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କ ସହ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସ। ନଦୀ ମଝିରେ ଫସିଥିବା ହାତୀ ପାଖକୁ ଯାଇଥିଲା ଓଡ୍ରାଫ ଟିମ୍ । ହେଲେ ପ୍ରବଳ ସ୍ରୋତ ମୁହଁରେ ଦୁର୍ଭାଗ୍ୟବଶତଃ ବୋଟ ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅରିନ୍ଦମ ସ୍ରୋତ ମୁହଁରେ ଖସି ପଡିଥିଲେ। ଅରିନ୍ଦମଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଜୀବନ ଦୀପ ଲିଭିଯାଇଥିଲା। ସେପଟେ ପ୍ରଭାତ ଓ ଓଡ୍ରାଫ୍ ଟିମର ଅନ୍ୟ ସଦସ୍ୟମାନେ ଚିକିତ୍ସାଧିନ ରହିଥିବା ବେଳେ ନିଖୋଜ ରହିଛନ୍ତି ସୀତାରାମ ମୁର୍ମୁ ।

Leave a Reply