ସଲମାନଙ୍କ ସହ ଡେବ୍ୟୁ ଫିଲ୍ମ ହୋଇଥିଲା ହିଟ୍, କିନ୍ତୁ କାହିଁକି ଫିଲ୍ମ ଦୁନିଆରୁ ଦୂରେଇ ଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୧୯୯୧ ମସିହରେ ସଲମାନ ଖାନଙ୍କ ଏକ ଫିଲ୍ମ ଥିଲା ’ସନମ ବେଓ୍ବଫା’ । ଯାହାକି ବ୍ଲକବ୍ଲାଷ୍ଟର ହିଟ୍ ହୋଇଥିଲା । ବକ୍ସ ଅଫିସରେ ଏହି ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥିଲା । ସଲମାନଙ୍କ ସହ ଏହି ଫିଲ୍ମରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଚାନ୍ଦିନୀ । ତାଙ୍କ ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ଦେଖି ଦର୍ଶକେ ମତୁଆଲା ହୋଇଥିଲେ । ଏହି ଫିଲ୍ମ ପାଇଁ ସେ ରାତାରାତି ଷ୍ଟାର ବନି ଯାଇଥିଲେ । ଫିଲ୍ମରେ ତାଙ୍କ ନାମ ଚାନ୍ଦିନୀ ରହିଥିବାବେଳେ ଦର୍ଶକେ ତାଙ୍କୁ ଏହି ନାମରେ ଜାଣିଥିଲେ । ବାସ୍ତବରେ କିନ୍ତୁ ତାଙ୍କ ନାମ ହେଉଛି ନବୋଦିତା ଶର୍ମା । ଏହି ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିବାବେଳେ ଢ଼େରସାରା ପ୍ରଂଶସା ସାଉଁଟିଥିଲେ ।

ସୌଭାଗ୍ୟ ବଶତଃ ଫିଲ୍ମ ଜଗତରେ ପାଦ ଥାପିଥିଲେ ଚାନ୍ଦିନୀ । ସନମ ବେଓ୍ବଫାରେ ସଲମାନ ଖାନଙ୍କ ବିପକ୍ଷରେ ନିର୍ଦ୍ଦେଶକ ଜଣେ ନୂଆ ଚେହେରା ଖୋଜୁଥିଲେ। ଫିଲ୍ମରେ ନୂଆ ନାୟିକାଙ୍କ ପାଇଁ ଖବରକାଗଜରେ ଏକ ବିଜ୍ଞାପନ ବାହାର କରିଥିଲେ । ଏହି ବିଜ୍ଞାପନ ଦେଖିବା ପରେ ଚାନ୍ଦିନୀ ନିର୍ଦ୍ଦେଶକଙ୍କୁ ତାଙ୍କର ବାୟୋଡାଟା ପଠାଇଥିଲେ । ଏହାପରେ ଅଡିସନ ପାଇଁ ଚାନ୍ଦିନୀ ଯାଇଥିବାବେଳେ ନିର୍ଦ୍ଦେଶକ ତାଙ୍କୁ ବାଛିଥିଲେ । ସୌଭାଗ୍ୟ ବଶତଃ ସେ ନାୟିକା ବନିଥିବାବେଳେ ରାତାରାତି ଫିଲ୍ମ ହିଟ୍ ହୋଇଥିଲା ।

ଏହି ଫିଲ୍ମର ସଫଳତା ପରେ ତାଙ୍କୁ ଅନେକ ଫିଲ୍ମରେ ସୁଯୋଗ ମିଳିଥିଲା । କିନ୍ତୁ କୌଣସି ଫିଲ୍ମ ହିଟ୍ ହୋଇନଥିଲା । ଧିରେ ଧିରେ ସେ ଫ୍ଲପ ହେବା ପରେ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ । ଆଉ ଫିଲ୍ମରେ ନଜର ଆସିନଥିଲେ । ଗଣମାଧ୍ୟମର ରିପୋର୍ଟ ମୁତାବକ ଏବେ ସେ ବିଦେଶରେ ଅଥବା ଆମେରିକାରେ ରହି ଡ୍ୟାନ୍ସ ଶିଖାଉଛନ୍ତି ।