୨୦୨୫ରେ ନୂଆ ଟିକସ ବ୍ୟବସ୍ଥା କେବେ ଠାରୁ ଲାଗୁ ହେବ ?
1 min readବଜେଟ୍ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଟ୍ୟାକ୍ସ ରିଜିମ୍ରେ ବଡ଼ ପରିବର୍ତ୍ତନ କରି ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାପରେ ଏବେ ଦେଶରେ ନୂଆ ଟ୍ୟାକ୍ସ ସ୍ଲାବ୍ ଲାଗୁ ହେବ । ତେବେ ଏଥରେ କଣ ନୂଆ ଅଛି ? ନୂଆ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କେବେଠାରୁ ଲାଗୁ ହେବ ? କେବେଠାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗୁ ହେବ ନାହିଁ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନରୁ ଉତ୍ତର…
୨୦୨୫ରେ ନୂଆ ଟିକସ ବ୍ୟବସ୍ଥା କେବେ ଠାରୁ ଲାଗୁ ହେବ ?
ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଆୟକରରେ ପରିବର୍ତ୍ତନ ୧ ଏପ୍ରିଲ୍ ୨୦୨୫ରୁ ଲାଗୁ ହେବ । ଏହାର ଅର୍ଥ ହେଉଛି ଆଗାମୀ ଆର୍ଥିକ ବର୍ଷରୁ ଟିକସ ଦାତାମାନେ ଏହି ପରିବର୍ତ୍ତନର ଲାଭ ପାଇବା ପାଇ ପାରିବେ। ୨୦୨୫-୨୬ ଆର୍ଥିକ ବର୍ଷରେ, ଆପଣ ୧୨ ଲକ୍ଷ ଟଙ୍କା ଉପରେ ଜିରୋ ଟିକସ ଦେବାକୁ ପଡ଼ିବ ।
ସଂସଦରେ ଉପସ୍ଥାପିତ ହେବାକୁ ଥିବା ନୂଆ ଆୟକର ଆଇନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ି କି ?
ବଜେଟ୍ରେ ଆୟକରରେ ହୋଇଥିବା ପରିବର୍ତ୍ତନ ଏଥର ସଂସଦରେ ଗୃହୀତ ହେବ । ଏହା ୨୦୨୫ରୁ କାର୍ଯ୍ୟକାରୀ ହେବ । ନୂଆ ଟିକସ ବ୍ୟବସ୍ଥାର ନୂଆ ଆଇନ ସହ କୌଣସି ସମ୍ପର୍କ ନାହିଁ।
ତେବେ ନୂଆ ଆୟକର ଆଇନ୍ରେ କଣ ଅଛି ?
ବଜେଟ ଅଧିବେଶନ ସମୟରେ ସଂସଦରେ ନୂଆ ଆୟକର ଆଇନ ଆଗତ କରାଯିବ। ଏହା ଏକ ନୂଆ ଆଇନ ହେବ, କିନ୍ତୁ ଏହା ଆଇନରେ ସଂଶୋଧନ ନୁହେଁ। ନୂତନ ଆୟକର ଆଇନ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆୟକର ଆଇନ, ୧୯୬୧କୁ ସରଳ, ସ୍ପଷ୍ଟ କରିବ। ଯଦି ଏହି ବିଲ୍ ସଂସଦର ଅନୁମୋଦନ ପାଏ ଏବଂ ସମସ୍ତ ପ୍ରକ୍ରିୟା ଯଦି ଶେଷ ହୁଏ, ତେବେ ଦେଶରେ ଏକ ନୂଆ ଆୟକର ଆଇନ କାର୍ଯ୍ୟକାରୀ ହେବ।
ନୂଆ ଆୟକର ଆଇନ କାର୍ଯ୍ୟକାରୀ ହେଲେ କ’ଣ ହେବ ?
ଟିକସ ପ୍ରକ୍ରିୟାକୁ ସରଳ କରିବାକୁ ପଡିବ, ଯାହା ଦ୍ବାରା ସାଧାରଣ ଲୋକ ମଧ୍ୟ ସରଳ ଭାଷାରେ ଟିକସ ବ୍ୟବସ୍ଥାକୁ ବୁଝିପାରିବେ । ବର୍ତ୍ତମାନର ଟିକସ ଆଇନରେ ଅନେକ ଟିକସ ସମ୍ବନ୍ଧୀୟ ଜଟିଳତା ଥିବାରୁ ଏକ ନୂଆ ଆଇନ ମଧ୍ୟ ଆବଶ୍ୟକ । ନୂଆ ଆଇନ ଅନୁଯାୟୀ ଯେକୌଣସି ପରିବର୍ତ୍ତନ ପାଇଁ ଆୟ ଗଣନା ପ୍ରକ୍ରିୟା ପାଇଁ ସହଜରେ ବୁଝିହେବା ସୂତ୍ର ସୃଷ୍ଟି କରାଯିବ । ଏହା ମଧ୍ୟ କୁହାଯାଉଛି ଯେ ମୂଲ୍ୟାୟନ ବର୍ଷ ଏବଂ ଆର୍ଥିକ ବର୍ଷ ବଦଳରେ, ଗୋଟିଏ ‘କର ବର୍ଷ’ ହୋଇପାରେ । ଆୟକର ଆଇନ ୧୯୬୧ ୧ ଏପ୍ରିଲ୍ ୧୯୬୨ରେ କାର୍ଯ୍ୟକାରୀ ହୋଇଥିଲା, ଯାହାକୁ ସରକାର ଏବେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।
ଯଦି ନୂତନ ଟିକସ ବ୍ୟବସ୍ଥା- ୨୦୨୫ ଲାଭଦାୟକ, ତେବେ ଟିକସଦାତା ମାନେ କେବେ ଏହାକୁ ପରିବର୍ତ୍ତନ କରିପାରିବେ ?
ଟିକସଦାତା ମାନେ ୨୦୨୫-୨୬ ଆର୍ଥିକ ବର୍ଷରୁ ବଜେଟରେ ପ୍ରଚଳିତ ନୂଆ ଟିକସ ସ୍ଲାବକୁ ପରିବର୍ତ୍ତନ କରିପାରିବେ । କାରଣ ଏହି ପରିବର୍ତ୍ତନ ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୪-୨୫ ପାଇଁ ନୁହେଁ । ଯଦି ଆପଣ ମଧ୍ୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ୧ ଏପ୍ରିଲ୍ ୨୦୨୫ ପରେ ଏହି ବ୍ୟବସ୍ଥା ବାଛିପାରିବେ ।