କେବେ ହେବ ସୀମା ବିବାଦର ସମାଧାନ ? ମାଡ଼ି ଆସିଲାଣି ଆନ୍ଧ୍ର, ଆଲୋଚନା ପରେ ବି ବାହାରୁନି ନିଷ୍କର୍ସ

Koraput Border Dispute

କୋରାପୁଟ: କେବେ ହେବ ସୀମା ସମସ୍ୟାର ସମାଧାନ ? ଏହାକୁ ନେଇ ଚିନ୍ତାରେ ଆନ୍ଧ୍ର ଏବଂ ଓଡ଼ିଶା ସୀମାନ୍ତବାସୀ । ସୁନାବେଡ଼ା ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ମିଳିତ ସର୍ଭେ କାମ । ହେଲେ ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଓଡିଶା ସରକାରଙ୍କ ପ୍ରଶାସନିକ ଅଧିକାରୀ ଓ ଆନ୍ଧ୍ର ପ୍ରଦେଶର ଆର ଭେଙ୍କଟେଶ୍ୱର ପେଡେରୁର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସର୍ଭେ କାର୍ଯ୍ୟ ହୋଇଥିଲା । ଦୀର୍ଘ ଦିନ ଧରି କୋରାପୁଟ ଜିଲ୍ଲା ସମ୍ବାଇ ପଂଚାୟତର ସୁନାବେଡ଼ ଜାମୁଗୁଡା ସୀମାରେ ବିବାଦ ଲାଗିରହିଛି । ଏହାର ସମାଧାନ ପାଇଁ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗତ ୩ ତାରିଖରେ ଏକ ସମନ୍ୱୟ ବୈଠକ ହୋଇଥିଲା । ସେଥିରେ ଉଭୟ ପକ୍ଷର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏପଟେ ଓଡିଶା ସୀମାରେ ବସବାସ କରୁଥିବା ଜାମୁଗୁଡା ଓ ସୁନାବେଡ଼ ଗ୍ରାମର ଲୋକଙ୍କ ମଧ୍ୟରେ ସୀମା ବିବାଦର ସମାଧାନ ନ ହେବା ଯୋଗୁଁ ଉତ୍ତେଜନା ଦେଖାଦେଇଛି । ଓଡିଶା ଭିତରେ ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ କରିଥିବା ଅଭିଯୋଗ କରିଛନ୍ତି ଲୋକେ ।

Leave a Reply