କେବେ ବଜାରକୁ ଆସିବ ସ୍ୱଦେଶୀ କରୋନା ଟିକା,ଜାଣନ୍ତୁ ..
1 min readନୁଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ସବୁ ଦେଶ କରୋନା ଟିକା ପାଇଁ ପ୍ରୟାସ ଜାରି ରଖିଛନ୍ତି । ହେଲେ ୟା ଭିତରେ ଭାରତରୁ ଏକ ଖୁସି ଖବର ଆସିଛି । ଭାରତରେ “ଭାରତ ବାୟୋଟେକ୍” ଦ୍ୱାରା କରୋନା ପାଇଁ ପ୍ରଥମ ସ୍ୱେଦେଶୀ ଟିକା ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ରଏହାର ମାନବ ପରିକ୍ଷଣ ଆରମ୍ଭ ହେବ ।
ସାଧାରଣତଃ ଟିକା ଟିଏ ଲ୍ୟାବରୁ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ୮ରୁ ୧୦ ବର୍ଷ ସମୟ ଲାଗେ । ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୧ହଜାରରୁ ୩ହଜାର ଲୋକଙ୍କ ଉପରେ କରାଯାଏ । ଏଥିପାଇଁ ୨ ବର୍ଷ ସମୟ ଲାଗେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ୨ବର୍ଷ ସମୟ ନିଏ । ଏହା ସହିତ ତୃତୀୟ ପର୍ଯ୍ୟାୟରେ ୧୫ହଜାରରୁ ୩୦ହଜାର ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯାଏ । ଏଥିପାଇଂ ୩ରୁ ୫ବର୍ଷ ସମୟ ଲାଗିଯାଏ ।
ଏହାପରେ ନିୟାମକ ସଂସ୍ଥା ଦ୍ୱାରା ଟିକାର ଅନୁସନ୍ଧାନ କରାଯାଏ । ଯଦି ଟିକାକୁ ଶୀଘ୍ର କରିବାକୁ ହେବ ତେବେ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ଅଧୟନରେ କରାଯାଏ । ଏହା ୫୦ରୁ ୫୦୦ ଲୋକଙ୍କ ପରୀକ୍ଷଣ କରାଯାଏ । ଏଥିରେ ୪ମାସ ସମୟ ଲାଗିବ । ତୃତୀୟ ପର୍ଯ୍ୟାୟରେ ଟିକା ୧ହଜାରରୁ ୫୦ହଜାର ଲୋକଙ୍କ ମଧ୍ୟରେ ପରୀକ୍ଷା କରାଯାଏ । ଏହା ଯେକୌଣସି ସ୍ଥାନରେ କରାଯାଏ । ପରୀକ୍ଷାଟି ସାଧାରଣତଃ ପରୀକ୍ଷା ୪ମାସରୁ ୨ବର୍ଷ ସମୟ ନେଇଥାଏ । ଏହି ପରୀକ୍ଷା ସରକାରଙ୍କ ବୈଜ୍ଞାନିକ ପରାମର୍ଶ କମିଟିର ସୁପାରିସ୍ ଉପରେ ନିର୍ଭର କରେ ।
କରୋନା ଟିକା କ୍ଷେତ୍ରରେ ନିୟାମକ ସଂସ୍ଥା ଶୀଘ୍ର ପରୀକ୍ଷାକୁ ଅନୁମତି ଦେଇଛି । ତୃତୀୟ ପର୍ଯ୍ୟାୟ ପରିକ୍ଷଣ ପ୍ରଥମ ୨ଟି ପର୍ଯ୍ୟାୟର ପରୀକ୍ଷଣ ଉପରେ ନିରର୍ଭ କରୁଛି । ପରୀକ୍ଷଣ ପରେ ଫଳାଫଳକୁ ନିୟାମକର ସଂସ୍ଥା ଯାଞି କରେ । ଯେଉଁଥିପାଇଁ ୬ମାସ ସମୟ ଲାଗିଥାଏ ।
ଭାରତରେ ତିଆରି ହେଉଥିବା କରୋନା ଟିକା ଯଦି କୌଣସି ପର୍ଯ୍ୟାୟରେ ବିଫଳ ନହୁଏ ତେବେ ୨୦୨୧ ସୁଦ୍ଧା ଏହା ବଜାରକୁ ଆସିପାରିବ । ଏହାର ନାଁ ରହିଛି COVSAXIN । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ବିଶ୍ୱରେ ଏବେ ୧୫୦ଟି ଟିକା ବିଭିନ୍ନ ପର୍ଯ୍ୟାୟରେ ରହିଛି । ସେଥିରୁ ୧୦ଟି ଟିକା ଉନ୍ନତ ପର୍ଯ୍ୟାୟରେ ରହିଛି ।