କେବେ ସରିବ ଜୟପୁର ନୀଳକଣ୍ଠ ସାଗର କାମ । ଠିକା ସଂସ୍ଥାନର ମନମାନି ଯୋଗୁଁ ବଢୁଛି ଖର୍ଚ୍ଚ । ଅବଧି ପୂର୍ବରୁ ସରିଲାଣି ପୁରୁଣା କାମ । ଅସନ୍ତୋଷ ପରେ ତାଗିଦ କଲେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକାର ଏକ ପ୍ରମୁଖ୍ଯ ସ୍ଥାନରେ ରହିଛି ନୀଳକଣ୍ଠ ସାଗର । ପୁର୍ବ ସରକାରଙ୍କ ସମୟରେ ଏହାରୁ ସୌନ୍ଦର୍ଯ୍ୟକରଣ ପାଇଁ ୯ କୋଟି ୯୮ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା । ୨୦୨୧ରେ ନ୍ୟାସନାଲ ବ୍ରିଜ କନଷ୍ଟ୍ରକ୍ସନ କମ୍ପାନିକୁ ଦିଆଯାଇଥିଲା ଦାୟିତ୍ବ । ୧୧ ମାସରେ କାମ ସରିବା କଥା । କିନ୍ତୁ ୪ ବର୍ଷ ହେଲାଣି କାମ ସରିବାର ନାଁ ନେଉନି । ବିଳମ୍ବ ଯୋଗୁଁ ଖର୍ଚ୍ଚ ବଢ଼ି ବଢ଼ି ଚାଲିଥିବାବେଳେ ଅନେକ ସ୍ଥାନରେ ଭାଙ୍ଗିରୁଜି ଗଲାଣି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ଠିକା ସଂସ୍ଥା NBCCର ଅଧିକାରୀ ମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି କର୍ତ୍ତୃପକ୍ଷ । ଏହାସତ୍ତ୍ବେ କୌଣସି ଅଗ୍ରଗତି ହୋଇପାରୁନଥିବାରୁ କୋରାପୁଟ ଜିଲ୍ଲାପାଳ ଏହାର ସମୀକ୍ଷା କରି ଉକ୍ତ ଠିକା ସଂସ୍ଥାକୁ ତାଗିତ୍ କରିଛନ୍ତି । କାମ ନସାରିଲେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି । ପୂର୍ବ ସରକାରଙ୍କ ସମୟରେ ସହରର ଅନେକ ଉନ୍ନତିକରଣ କାମ ହାତକୁ ନିଆଯାଇଥିଲା । ତେବେ ସରକାର ବଦଳିବା ପରେ ଏସବୁ ଉପରେ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ଲୋକେ ।

